ନେପାଳରେ ନିଖୋଜ ଖୋର୍ଦ୍ଧାର ଦମ୍ପତି ସନ୍ଦୀପ ମହାପାତ୍ର ଓ ସିଦ୍ଧାର୍ଥୀ କୁମାରୀ ସାହୁଙ୍କୁ ନେଇ ଏକ ନୂଆ ସୂଚନା ସାମ୍ନାକୁ ଆସିଛି। ନେପାଳରେ ଫ୍ଲାସ୍ ବନ୍ୟା ଆସିବା ପୂର୍ବରୁ ସେମାନେ ଇମିଗ୍ରେସନ୍ ସେଣ୍ଟରରୁ ବାହାରି ଯାଇଥିବା ଜଣାପଡ଼ିଛି।
ସନ୍ଦୀପ ମହାପାତ୍ର ଓ ସିଦ୍ଧାର୍ଥୀ କୁମାରୀ ସାହୁ ବର୍ତ୍ତମାନ ଅଷ୍ଟ୍ରେଲିଆରେ ରହୁଥିବା ବେଳେ ଅଗଷ୍ଟ ୨୨ ତାରିଖରେ ନେପାଳ ଯାଇଥିଲେ। ସେମାନଙ୍କ ସହ ପୁଅ ଓ ସିଦ୍ଧାର୍ଥୀଙ୍କ ଭଉଣୀ ମଧ୍ୟ ଯାଇଥିଲେ।
ନେପାଳରେ ପହଞ୍ଚିବା ପରେ ପରିବାର ପଶୁପତିନାଥ ମନ୍ଦିର ଦର୍ଶନ କରିଥିଲେ। ଏହାପରେ ସନ୍ଦୀପ ଓ ସିଦ୍ଧାର୍ଥୀଙ୍କ ପୁଅ ଏବଂ ସିଦ୍ଧାର୍ଥୀଙ୍କ ଭଉଣୀ ଓଡ଼ିଶା ଫେରିଥିଲେ। ଦମ୍ପତି କୈଳାସ ମାନସରୋବର ଅଭିମୁଖେ ଯାଇଥିବା ସୂଚନା ମିଳିଛି।
ଏହାପରଠାରୁ ଦମ୍ପତିଙ୍କ ସହ ଆଉ ଯୋଗାଯୋଗ ହୋଇନାହିଁ। ପରିବାର ଲୋକେ ବାରମ୍ବାର ଯୋଗାଯୋଗ ଉଦ୍ୟମ କରୁଥିଲେ ମଧ୍ୟ ସେମାନଙ୍କ ବାବଦରେ କୌଣସି ନିଶ୍ଚିତ ସୂଚନା ମିଳିନାହିଁ।
ଏହି ମଧ୍ୟରେ ନିଖୋଜ ଦମ୍ପତିଙ୍କ ବୋଲି କୁହାଯାଉଥିବା ଶେଷ ଭିଜୁଆଲ୍ ସାମ୍ନାକୁ ଆସିଛି। ଭିଡିଓରେ ଦମ୍ପତି ନେପାଳରେ ପୁଅଙ୍କ ସହ ପ୍ରାର୍ଥନା କରୁଥିବା ଦେଖାଯାଉଛି। କୈଳାସ ମାନସରୋବର ଯିବା ପୂର୍ବରୁ ଏହି ଭିଡିଓ ରେକର୍ଡ ହୋଇଥିବା କୁହାଯାଉଛି।
ସବୁଠାରୁ ବଡ଼ ଅପଡେଟ୍ ହେଉଛି, ଫ୍ଲାସ୍ ବନ୍ୟା ଆସିବା ପୂର୍ବରୁ ସନ୍ଦୀପ ଓ ସିଦ୍ଧାର୍ଥୀ ଇମିଗ୍ରେସନ୍ ସେଣ୍ଟର ଛାଡ଼ିଥିବା ଜଣାପଡ଼ିଛି। ଏହା ସେମାନଙ୍କୁ ଖୋଜିବାରେ ଏକ ନୂଆ ସୁରାକ୍ ଦେଇଛି।
କନ୍ନଡ ଅଭିନେତା ୟଶଙ୍କ ଅଭିନୀତ ଫିଲ୍ମ **‘Toxic: A...
ନେପାଳ-ତିବ୍ବତ ସୀମାରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍ ପରେ ସହାୟତା...
ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ ଏବଂ ଯୋଗଗୁର...
ଭାରତରେ ଚିପ୍ସ, ମିଠା ପାନୀୟ ଓ ଅନ୍ୟାନ୍ୟ ପ୍ୟାକେଜ୍ଡ ଖାଦ୍...
‘୧୦୦%’ ଦାବିକୁ ନେଇ ITC Limited ଏବଂ ଭାରତ...
ଆଲାର୍ମ ବାଜିବା ପୂର୍ବରୁ ସ୍ୱାଭାବିକ ଭାବେ ଉଠିବା ଅନେକଙ୍କ...
ୟଶଙ୍କ ଅଭିନୀତ‘Toxic: A Fairy Tale for Grown-U...
ମୁକେଶ ଅମ୍ବାନୀଙ୍କ Reliance Industriesର ଡିଜିଟାଲ୍ ସେବ...
ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ (IGL) ଦିଲ୍ଲୀ ଓ NCR ଅଞ...
ଏସେଲ୍ ଗ୍ରୁପ୍‌ର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ରିଲାଏନ୍ସ...
କୋଭିଡ୍ ମହାମାରୀ ସମୟରେ Moderna ଏକ ଛୋଟ ବାୟୋଟେକ୍ କମ୍ପା...