ଓଡ଼ିଶା କଂଗ୍ରେସ ପାଇଁ ଆଜିର ଦିନ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟ କଂଗ୍ରେସର ପ୍ରମୁଖ ରାଜନୈତିକ ବ୍ୟାପାର କମିଟି (PAC)ର ବୈଠକ ଆଜି ଆୟୋଜିତ ହେବାକୁ ଯାଉଛି। ଏହି ବୈଠକର ଅଧ୍ୟକ୍ଷତା ରାଜ୍ୟ ପ୍ରଭାରୀ ଲାଲଜି ଦେଶାଇ କରିବେ।
ବୈଠକରେ ପ୍ରଥମେ PAC ସଦସ୍ୟମାନଙ୍କ ସହ ପୂର୍ବରୁ ଗ୍ରହଣ କରାଯାଇଥିବା ରାଜନୈତିକ ପ୍ରସ୍ତାବ ଓ ସେଗୁଡ଼ିକର କାର୍ଯ୍ୟାନ୍ବୟନ ଉପରେ ସମୀକ୍ଷା କରାଯିବ। କେଉଁ ପ୍ରସ୍ତାବ କେତେ ଦୂର କାର୍ଯ୍ୟକାରୀ ହୋଇଛି ଏବଂ ତାହାର ରାଜନୈତିକ ପ୍ରଭାବ କିପରି ପଡ଼ିଛି, ସେନେଇ ବିସ୍ତୃତ ଆଲୋଚନା ହେବ।
ଏହା ସହ ଆଗାମୀ ଦିନରେ ଦଳ କେଉଁ ପ୍ରସଙ୍ଗକୁ ପ୍ରାଥମିକତା ଦେବ, ସରକାରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ କିପରି ଜନଆନ୍ଦୋଳନ ଗଢ଼ିବ ଏବଂ ଲୋକଙ୍କ ନିକଟରେ ଦଳର ବାର୍ତ୍ତା ପହଞ୍ଚାଇବ, ସେନେଇ ମଧ୍ୟ ନେତାମାନଙ୍କ ମତାମତ ଗ୍ରହଣ କରାଯିବ।
ଦଳୀୟ ସଂଗଠନକୁ ମଜବୁତ କରିବା, ଜିଲ୍ଲା ସ୍ତରର ସମନ୍ୱୟ ବଢ଼ାଇବା ଓ ଗ୍ରାସରୁଟ୍ ସ୍ତରରେ ସଂଗଠନକୁ ଅଧିକ ସକ୍ରିୟ କରିବା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯିବ। ବୈଠକ ପରେ ବରିଷ୍ଠ ନେତାମାନଙ୍କ ସହ ପୃଥକ ଆଲୋଚନା ହେବା ସହ ବିଧାୟକ ଦଳ, PCC ଓ PAC ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ଉପରେ ମଧ୍ୟ ଚର୍ଚ୍ଚା ହେବ।
ଉତ୍ତରପ୍ରଦେଶର ଭୋଟର ତାଲିକାକୁ ନେଇ ନୂଆ ବିବାଦ ଦେଖାଦେଇଛି...
ଭାରତ କାହିଁକି ବଡ଼ ଟାର୍ଗେଟ୍? ମାଇକ୍ରୋସଫ୍ଟର ୨୦୨୬ ଡି...
ଯାତ୍ରା ପାଇଁ ଗଲା ୧.୬୩ ବିଲିୟନ ଡଲାର ଅଗଷ୍ଟରେ LRS ଅଧ...
ଭାରତୀୟ ଅର୍ଥନୀତିର ବିକାଶ ହାରକୁ ନେଇ ଆଶା ବଢ଼ିଥିବାବେଳେ,...
ଭାରତର ପ୍ରମୁଖ IT କମ୍ପାନୀ Infosysର ଶେୟରକୁ ନେଇ ନିବେଶକ...
ନୂଆଦିଲ୍ଲୀ: ଦେଶରେ ସଡ଼କ ଦୁର୍ଘଟଣା କମାଇବା ଏବଂ ଯାତ୍ରୀଙ୍...
ଭାରତରେ ବ୍ୟବସାୟ ଓ ନିବେଶର ସୁଯୋଗ ଖୋଜୁଛନ୍ତି ଜର୍ମାନ କମ୍...
ନାଇଜେରିଆ ସେନା ଭାରତରେ ସ୍ୱତନ୍ତ୍ର ଜଙ୍ଗଲ ଓ ପାହାଡ଼ି ଯୁଦ...