Odisha Chief Minister Mohan Charan Majhi at investors meeting in Dubai

ୟୁଏଇ ଗସ୍ତରେ ଓଡ଼ିଶାକୁ ୮,୪୧୭ କୋଟିର ନିବେଶ ପ୍ରସ୍ତାବ, ୧୪,୩୧୦ ନିଯୁକ୍ତି ସମ୍ଭାବନା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତ ସମୟରେ ଓଡ଼ିଶା ପାଇଁ ୮,୪୧୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି। ୫ଟି ବୁଝାମଣାପତ୍ର (MoU) ସ୍ୱାକ୍ଷର ହୋଇଥିବା ବେଳେ ୮ଟି ନିବେଶ ପ୍ରସ୍ତାବ ମିଳିଛି। ଏହି ପ୍ରସ୍ତାବଗୁଡ଼ିକ ମାଧ୍ୟମରେ ପ୍ରାୟ ୧୪,୩୧୦ଟି ନିଯୁକ୍ତି ସୃଷ୍ଟି ହେବାର ଆଶା ରହିଛି।

ଭୁବନେଶ୍ୱର: ଓଡ଼ିଶାରେ ନିବେଶ ଆକର୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ଦ୍ୱିତୀୟ ଦିନରେ ରାଜ୍ୟକୁ ବଡ଼ ନିବେଶ ପ୍ରସ୍ତାବ ମିଳିଛି। ଗୁରୁବାର ଦୁବାଇରେ ମୁଖ୍ୟମନ୍ତ୍ରୀ ୟୁଏଇର ନେତା, ବିଶ୍ୱସ୍ତରୀୟ ନିବେଶକ, ଶିଳ୍ପ ପ୍ରତିନିଧି ଏବଂ ବିଭିନ୍ନ ବାଣିଜ୍ୟିକ ସଂସ୍ଥାର ପ୍ରତିନିଧିଙ୍କ ସହ ଏକାଧିକ ଉଚ୍ଚସ୍ତରୀୟ ବୈଠକ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଏହି ନିବେଶ ଆଲୋଚନା ସମୟରେ ଓଡ଼ିଶା ପାଇଁ ୮,୪୧୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି। ଏଥିସହ ୫ଟି MoU ସ୍ୱାକ୍ଷର ହୋଇଥିବା ବେଳେ ୮ଟି ନିବେଶ ପ୍ରସ୍ତାବ ମିଳିଛି। ପ୍ରସ୍ତାବିତ ନିବେଶ ଦ୍ୱାରା ପ୍ରାୟ ୧୪,୩୧୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା କରାଯାଉଛି।

ଏହି ନିବେଶ ପ୍ରସ୍ତାବଗୁଡ଼ିକ ମଧ୍ୟରେ ଆଇଟି, ରିଅଲ୍ ଇଷ୍ଟେଟ୍, ଲଜିଷ୍ଟିକ୍ସ, ଖାଦ୍ୟ ପ୍ରକ୍ରିୟାକରଣ, କୃଷି, ଇସ୍ପାତ, ରେୟାର ଆର୍ଥ କେମିକାଲ୍ସ, ଆଲୁମିନିୟମ ଏବଂ ସର୍କୁଲାର ଇକୋନୋମି ଭଳି ପ୍ରମୁଖ କ୍ଷେତ୍ର ସାମିଲ ରହିଛି।

ୟୁଏଇ ଅର୍ଥନୀତି ମନ୍ତ୍ରୀଙ୍କ ସହ ଆଲୋଚନା

ନିବେଶ ଆଲୋଚନାର ଅଂଶ ଭାବେ ମୁଖ୍ୟମନ୍ତ୍ରୀ ମାଝୀ ୟୁଏଇର ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ ଅବଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ସାକ୍ଷାତ କରିଥିଲେ। ଏହି ଆଲୋଚନାରେ ଓଡ଼ିଶା ଏବଂ ୟୁଏଇ ମଧ୍ୟରେ ଅର୍ଥନୈତିକ ଓ ନିବେଶ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ରାଜ୍ୟରେ ନୂଆ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା ହୋଇଥିଲା।

ମୁଖ୍ୟମନ୍ତ୍ରୀ ଓଡ଼ିଶାର ଅନୁକୂଳ ବ୍ୟବସାୟିକ ପରିବେଶ, ବିକଶିତ ହେଉଥିବା ଶିଳ୍ପ ଭିତ୍ତିଭୂମି ଏବଂ ବିଭିନ୍ନ କ୍ଷେତ୍ରରେ ଥିବା ନିବେଶ ସମ୍ଭାବନା ସମ୍ପର୍କରେ ଅବଗତ କରାଇଥିଲେ। ବିଶେଷକରି ଆଲୁମିନିୟମ ଶିଳ୍ପ ଏବଂ ଡାଉନଷ୍ଟ୍ରିମ୍ କ୍ଷେତ୍ରରେ ନିବେଶ ପାଇଁ ୟୁଏଇର ନିବେଶକମାନଙ୍କୁ ସେ ଆମନ୍ତ୍ରଣ କରିଥିଲେ।

ଶରାଫ୍ ଗ୍ରୁପ୍‌ର ନିବେଶ ଆଶ୍ୱାସନ

ମୁଖ୍ୟମନ୍ତ୍ରୀ ମାଝୀ ଶରାଫ୍ ଗ୍ରୁପ୍‌ର ସଭାପତି ତଥା ସିଇଓ ଶ୍ୟାମ କପୁରଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଓଡ଼ିଶାରେ ନୂଆ ନିବେଶ ସୁଯୋଗ ଏବଂ ବ୍ୟବସାୟିକ ସହଯୋଗର ସମ୍ଭାବନା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ନିବେଶ ଅନୁକୂଳ ପରିବେଶ ଏବଂ ବିକଶିତ ହେଉଥିବା ଶିଳ୍ପ ଭିତ୍ତିଭୂମି ବିଷୟରେ ଶରାଫ୍ ଗ୍ରୁପ୍‌କୁ ଅବଗତ କରାଇଥିଲେ। ଓଡ଼ିଶାରେ ନିବେଶ କରିବା ନେଇ ଶ୍ୟାମ କପୁର ଆଶ୍ୱାସନ ଦେଇଥିବା ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ସେମିକଣ୍ଡକ୍ଟର, ଡାଟା ସେଣ୍ଟର, ଅକ୍ଷୟ ଶକ୍ତି, ଗ୍ରୀନ୍ ଆମୋନିଆ, ଗ୍ରୀନ୍ ହାଇଡ୍ରୋଜେନ୍, ଫାର୍ମାସ୍ୟୁଟିକାଲ୍ସ, ବୟନଶିଳ୍ପ ଏବଂ ପୋଷାକ ଶିଳ୍ପରେ ବ୍ୟାପକ ଚାହିଦା ଓ ସମ୍ଭାବନା ରହିଛି। ଓଡ଼ିଶା ପ୍ରାୟ ୨୨ ଲକ୍ଷ କୋଟି ଟଙ୍କାର MoU ସ୍ୱାକ୍ଷର କରିସାରିଛି ବୋଲି ମଧ୍ୟ ସେ କହିଛନ୍ତି। କିଛି ପ୍ରକଳ୍ପ ଆଗକୁ ବଢ଼ୁଥିବା ବେଳେ କିଛି ପାଇପଲାଇନ୍‌ରେ ରହିଛି ଏବଂ କିଛି ପ୍ରକଳ୍ପର ଉଦ୍‌ଘାଟନ ହୋଇସାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Latest News
BRICS ସମ୍ମିଳନୀ ପାଇଁ ଦିଲ୍ଲୀରେ ପୁଟିନ୍‌, ମୋଦୀଙ୍କ ସହ ହେବ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ

BRICS ସମ୍ମିଳନୀ ପାଇଁ ଦିଲ୍ଲୀରେ ପୁଟିନ୍‌, ମୋଦୀଙ୍କ...

୧୮ତମ BRICS ଶିଖର ସମ୍ମିଳନୀ ପୂର୍ବରୁ ନୂଆଦିଲ୍ଲୀରେ ପହଞ୍ଚ...

ଗଣେଶ ପୂଜା ପୂର୍ବରୁ ରାଜ ଠାକରେଙ୍କ ଚେତାବନୀ: ‘ଡିଜେ’ ଓ ଲେଜର୍‌ ଲାଇଟ୍‌ ସ୍ୱାସ୍ଥ୍ୟ ପାଇଁ ବିପଦ

ଗଣେଶ ପୂଜା ପୂର୍ବରୁ ରାଜ ଠାକରେଙ୍କ ଚେତାବନୀ:...

ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...

ଭଲ ଗଟ୍‌ ହେଲ୍ଥ ପାଇଁ ଖାଉଛନ୍ତି କି? ଏହି ୫ଟି ଖାଦ୍ୟକୁ ଡାଏଟ୍‌ରେ ସାମିଲ କରନ୍ତୁ

ଭଲ ଗଟ୍‌ ହେଲ୍ଥ ପାଇଁ ଖାଉଛନ୍ତି କି?...

ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...

ଅଧିକ ଘିଅ ଖାଉଛନ୍ତି କି? ହୋଇପାରେ ଗଲ୍‌ଷ୍ଟୋନ୍‌ ସମସ୍ୟା, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟଙ୍କ ପରାମର୍ଶ

ଅଧିକ ଘିଅ ଖାଉଛନ୍ତି କି? ହୋଇପାରେ ଗଲ୍‌ଷ୍ଟୋନ୍‌...

ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...

ମହାରାଷ୍ଟ୍ରରେ ୮୮୦ ଫାର୍ମା ୟୁନିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ; ₹୧୧.୪୧ କୋଟିର ଔଷଧ ଓ କସମେଟିକ୍ସ ଜବତ

ମହାରାଷ୍ଟ୍ରରେ ୮୮୦ ଫାର୍ମା ୟୁନିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ;...

ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...

ବିରଳ ନୀଳକୁରିଞ୍ଜୀ ଫୁଲ ତୋଳି ଫଟୋ ଉଠାଇବା ମହଙ୍ଗା ପଡ଼ିଲା, ଦୁଇ ଯୁବ ପର୍ଯ୍ୟଟକଙ୍କ ବିରୋଧରେ ମାମଲା

ବିରଳ ନୀଳକୁରିଞ୍ଜୀ ଫୁଲ ତୋଳି ଫଟୋ ଉଠାଇବା...

ପ୍ରକୃତିର ବିରଳ ଶୋଭାକୁ ନିକଟରୁ ଦେଖିବା ଏବଂ ଫଟୋରେ କଏଦ କ...

BRICS ସମ୍ମିଳନୀ ପୂର୍ବରୁ ଭାରତରେ ବଡ଼ ପ୍ରବେଶ ପାଇଁ ରୁଷର ପ୍ରସ୍ତୁତି, ୧୦୫ ବିମାନ ଯୋଗାଣ ନେଇ ଭାରତୀୟ କମ୍ପାନି ସହ ବୁଝାମଣା

BRICS ସମ୍ମିଳନୀ ପୂର୍ବରୁ ଭାରତରେ ବଡ଼ ପ୍ରବେଶ...

ଭାରତୀୟ ବେସାମରିକ ବିମାନ ଚଳାଚଳ ବଜାରରେ ବଡ଼ ପ୍ରବେଶ ପାଇଁ...

ବଢ଼ୁଛି ଭାରତର ପରମାଣୁ ଶକ୍ତି! ଆଗକୁ ୨୨୫ ପର୍ଯ୍ୟନ୍ତ ବଢ଼ିପାରେ ଯୁଦ୍ଧାସ୍ତ୍ର ସଂଖ୍ୟା

ବଢ଼ୁଛି ଭାରତର ପରମାଣୁ ଶକ୍ତି! ଆଗକୁ ୨୨୫...

ଭାରତର ପରମାଣୁ କ୍ଷମତାକୁ ନେଇ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+