ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଗଙ୍ଗାବଡ଼ା ପଞ୍ଚାୟତର ମାଣିକପାଟଣା ସୀମାନ୍ତ ଗାଁରେ ଜନଗଣନା ପ୍ରକ୍ରିୟାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ପୁଣିଥରେ ତଣାଟଣି ସୃଷ୍ଟି ହୋଇଛି।
ଓଡ଼ିଶା ପ୍ରଶାସନ ପକ୍ଷରୁ ଗାଁରେ ଜନଗଣନା କାମ କରାଯାଇ ଘରଗୁଡ଼ିକରେ ସଂଖ୍ୟା ଚିହ୍ନଟ କରାଯାଇଥିବାବେଳେ, ପରେ ଆନ୍ଧ୍ର ପ୍ରଦେଶର କର୍ମଚାରୀମାନେ ଗାଁକୁ ପ୍ରବେଶ କରି ସେହି ସଂଖ୍ୟାକୁ ମେଛି ନିଜସ୍ୱ census marking କରିଥିବା ଅଭିଯୋଗ ହୋଇଛି।
ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବାବେଳେ ଅଧିକାଂଶ ଗ୍ରାମବାସୀ ଆନ୍ଧ୍ର ପ୍ରଦେଶର ଏହି ପଦକ୍ଷେପକୁ ବିରୋଧ କରିଥିଲେ। ତେବେ କିଛି ଲୋକ ଆନ୍ଧ୍ର ପକ୍ଷକୁ ସମର୍ଥନ କରୁଥିବା ସୂଚନା ମିଳିଛି।
ଘଟଣା ସମ୍ପର୍କରେ ଖବର ପାଇ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ, ତହସିଲଦାର ଓ ପୋଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆନ୍ଧ୍ର ପକ୍ଷରେ ହୋଇଥିବା ଚିହ୍ନଟକୁ ହଟାଇ ପୁଣି ଓଡ଼ିଶାର ଜନଗଣନା ସଂଖ୍ୟା ପୁନସ୍ଥାପନ କରିଥିଲେ।
ପ୍ରଶାସନ କହିଛି ଯେ, ୧୯୮୦ ମସିହାର demarcation map ଅନୁଯାୟୀ ଏହି ଅଞ୍ଚଳ ଓଡ଼ିଶା ଅଧୀନରେ ରହିଛି। କିଛି ଲୋକ ଆନ୍ଧ୍ରର ସହଯୋଗରେ ଅସନ୍ତୋଷ ସୃଷ୍ଟି କରୁଥିବାରୁ ସେଠାରେ ପୋଲିସ୍ ଆଉଟ୍ପୋଷ୍ଟ ସ୍ଥାପନ ପାଇଁ ପଦକ୍ଷେପ ନିଆଯିବ।
ଏହି ଘଟଣା ପୁଣିଥରେ ଓଡ଼ିଶା-ଆନ୍ଧ୍ର ସୀମା ବିବାଦକୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆଣିଛି।
ୟୁକ୍ରେନ୍ର କିଭ୍ ଅଞ୍ଚଳର ବୁଚା ଜିଲ୍ଲାର ମାଇଲା ଗାଁରେ ଶୁକ...
ଭାରତୀୟ ବଜାରରେ ମିଳୁଥିବା ଅନେକ ପ୍ରସିଦ୍ଧ ଗ୍ଲୋବାଲ୍ ବ୍ରା...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
ଲିଓନେଲ ମେସି ଓ ଆର୍ଜେଣ୍ଟିନାର କାହାଣୀ ସାଧାରଣ ଫୁଟବଲ୍&zw...
ଗ୍ରୀନଲ୍ୟାଣ୍ଡରେ ଜଳବାୟୁ ପରିବର୍ତ୍ତନର ଆଉ ଏକ ବଡ଼ ପ୍ରଭାବ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...