Traditional Odia Pitha competition held during the 57th Odisha Society of the Americas Convention in Minneapolis.

ଆମେରିକାରେ ମହକିଲା ଓଡ଼ିଶାର ପିଠା ପରମ୍ପରା; ମିନିଆପୋଲିସରେ ଭବ୍ୟ ‘ପିଠା ପ୍ରତିଯୋଗିତା’

ଆମେରିକାର ମିନିଆପୋଲିସରେ ଆୟୋଜିତ ୫୭ତମ Odisha Society of the Americas (OSA) Convention ଅବସରରେ ଓଡ଼ିଶାର ପାରମ୍ପରିକ ପିଠାକୁ ନେଇ ଏକ ଭବ୍ୟ ପିଠା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ୨୨ ଜଣ ପ୍ରତିଯୋଗୀ ବିଭିନ୍ନ ପ୍ରକାର ଓଡ଼ିଆ ପିଠା ପ୍ରସ୍ତୁତ କରି ଓଡ଼ିଶାର ଖାଦ୍ୟ ଐତିହ୍ୟକୁ ବିଶ୍ୱ ମଞ୍ଚରେ ଉପସ୍ଥାପନ କରିଛନ୍ତି।

ହଜାର ହଜାର କିଲୋମିଟର ଦୂରରେ ଥିଲେ ମଧ୍ୟ ପ୍ରବାସୀ ଓଡ଼ିଆମାନେ ନିଜର ଭାଷା, ସଂସ୍କୃତି ଓ ପରମ୍ପରାକୁ ଜୀବନ୍ତ ରଖିବାରେ ସଦା ସଚେଷ୍ଟ। ଏହାର ଏକ ସୁନ୍ଦର ଉଦାହରଣ ଦେଖିବାକୁ ମିଳିଛି ଆମେରିକାର ମିନିଆପୋଲିସରେ ଆୟୋଜିତ ୫୭ତମOdisha Society of the Americas (OSA) Conventionରେ।

ଏହି ଅବସରରେ ଶ୍ରୀ ଚକ୍ରଧର ମଲ୍ଲିକ ଫାଉଣ୍ଡେସନ୍ ଫର୍ ଓଡ଼ିଆ କଲଚର ପକ୍ଷରୁOdiaRoots.orgମାଧ୍ୟମରେ ଏକ ସ୍ୱତନ୍ତ୍ର ପିଠା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ୨୨ ଜଣ ପ୍ରତିଯୋଗୀ ଚିତାଉ, ଏଣ୍ଡୁରି, ଆରିସା, କାକରା, ମଣ୍ଡା, ପୋଡ଼ପିଠା, ରଜ ଆମ୍ବ ପିଠା, ସପ୍ତପୁରୀ ସମେତ ବିଭିନ୍ନ ପାରମ୍ପରିକ ଓ ନୂତନ ସ୍ୱାଦର ପିଠା ପ୍ରସ୍ତୁତ କରିଥିଲେ।

ଏହା କେବଳ ଏକ ପାକ ପ୍ରତିଯୋଗିତା ନୁହେଁ, ବରଂ ଓଡ଼ିଶାର ପର୍ବପର୍ବାଣୀ, ପାରିବାରିକ ପରମ୍ପରା ଓ ଖାଦ୍ୟ ସଂସ୍କୃତିର ଏକ ସୁନ୍ଦର ପ୍ରଦର୍ଶନ ଥିଲା। ପଦ୍ମଶ୍ରୀ ଅରୁଣା ମହାନ୍ତି, ଡ଼. ନୀତା ମହାନ୍ତି ଓ ଜୟନ୍ତୀ ମହାନ୍ତି ବିଚାରକ ଭାବେ ଉପସ୍ଥିତ ରହି ପ୍ରତିଯୋଗିତାର ଗରିମା ବଢ଼ାଇଥିଲେ।

୨୦୧୬ ମସିହାରୁ ସ୍ୱର୍ଗତ ଶ୍ରୀ ଚକ୍ରଧର ମଲ୍ଲିକଙ୍କ ସ୍ମୃତିରେ ଆରମ୍ଭ ହୋଇଥିବା ଏହି ପରମ୍ପରା ଚଳିତ ବର୍ଷ ଦଶମ ବର୍ଷରେ ପଦାର୍ପଣ କରିଛି। ତାଙ୍କର ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରା ପ୍ରତି ଅବଦାନକୁ ସମ୍ମାନ ଜଣାଇ ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଆୟୋଜିତ ହେଉଛି।

ଏହି ଅବସରରେ ୟୁନିଭର୍ସିଟି ଅଫ୍ କାଲିଫର୍ନିଆର ପ୍ରଫେସର ଡ଼. ଅନ୍ନପୂର୍ଣ୍ଣା ପାଣ୍ଡେ ଓଡ଼ିଆ ଭାଷା, ଖାଦ୍ୟ ଓ ସଂସ୍କୃତିକୁ ବିଶ୍ୱ ସ୍ତରରେ ପହଞ୍ଚାଇବାର ଆବଶ୍ୟକତା ଉପରେ ମତ ରଖିଥିଲେ।

ପ୍ରତିଯୋଗିତାରେ ବିଜୟଲକ୍ଷ୍ମୀ ସେନାପତି ଏଣ୍ଡୁରି ପିଠା ପାଇଁ ପ୍ରଥମ ସ୍ଥାନ, ଗୋପା ଗୁରୁ ପୋଡ଼ପିଠା ପାଇଁ ଦ୍ୱିତୀୟ ସ୍ଥାନ ଏବଂ ସୁନୀତା ରାଉତ କାକରା ପିଠା ପାଇଁ ତୃତୀୟ ସ୍ଥାନ ହାସଲ କରିଥିଲେ।

ପ୍ରବାସରେ ରହି ମଧ୍ୟ ନୂଆ ପିଢ଼ିକୁ ଓଡ଼ିଆ ପରମ୍ପରା ସହ ଯୋଡ଼ି ରଖିବାରେ ଏଭଳି ଆୟୋଜନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି। ପିଠା ପରମ୍ପରା ମାଧ୍ୟମରେ ଓଡ଼ିଶାର ସ୍ୱାଦ ଓ ସଂସ୍କୃତିକୁ ବିଶ୍ୱ ମଞ୍ଚରେ ପହଞ୍ଚାଇବାର ଏହି ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସା ମିଳୁଛି।

Latest News
US Open Day 8: ସାବାଲେଙ୍କା-ଆଲକାରାଜଙ୍କ ଉପରେ ନଜର, କ୍ୱାର୍ଟର ଫାଇନାଲ୍ ପାଇଁ ଲଢ଼େଇ

US Open Day 8: ସାବାଲେଙ୍କା-ଆଲକାରାଜଙ୍କ ଉପରେ...

ନ୍ୟୁୟର୍କ: US Open 2026 ଦ୍ୱିତୀୟ ସପ୍ତାହରେ ପହଞ୍ଚିଛି।...

ଡ୍ରେସିଂ ରୁମ୍‌ ବ୍ୟବହାରକୁ ନେଇ ଚିନ୍ତା: ରିଜୱାନ୍ ଓ ଇମାମ୍‌ଙ୍କୁ ଇଂଲଣ୍ଡରୁ ଘରକୁ ପଠାଇଥିଲା PCB!

ଡ୍ରେସିଂ ରୁମ୍‌ ବ୍ୟବହାରକୁ ନେଇ ଚିନ୍ତା: ରିଜୱାନ୍...

ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...

ହର୍ମୁଜ୍‌ ପ୍ରଣାଳୀ ବାହାରେ ‘ଏକ୍ସକ୍ଲୁଜନ୍ ଜୋନ୍’ ଘୋଷଣା କରିବ ଇରାନ, ଆମେରିକା ସହ ବଢ଼ିଲା ତିକ୍ତତା

ହର୍ମୁଜ୍‌ ପ୍ରଣାଳୀ ବାହାରେ ‘ଏକ୍ସକ୍ଲୁଜନ୍ ଜୋନ୍’ ଘୋଷଣା...

ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...

୩୦ ମିନିଟ୍‌ରେ ୯ ମିଟର ବଢ଼ିଲା ନଦୀ ଜଳସ୍ତର: ହିମସ୍ଖଳନ ଯୋଗୁଁ ନେପାଳରେ ଭୟଙ୍କର ବନ୍ୟା?

୩୦ ମିନିଟ୍‌ରେ ୯ ମିଟର ବଢ଼ିଲା ନଦୀ...

ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...

୬ ଜିଲ୍ଲାରେ ଅତିପ୍ରବଳ ବର୍ଷା! ବର୍ଷାରେ ଭିଜୁଛି ଓଡ଼ିଶା, ୨୪ ଜିଲ୍ଲାକୁ ଆଲର୍ଟ

୬ ଜିଲ୍ଲାରେ ଅତିପ୍ରବଳ ବର୍ଷା! ବର୍ଷାରେ ଭିଜୁଛି...

ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...

ଫ୍ରାନ୍ସରେ ଭୟଙ୍କର ଟର୍ନାଡୋ: ୩୯ ଆହତ, ୩୦୦ରୁ ଅଧିକ ଘର କ୍ଷତିଗ୍ରସ୍ତ

ଫ୍ରାନ୍ସରେ ଭୟଙ୍କର ଟର୍ନାଡୋ: ୩୯ ଆହତ, ୩୦୦ରୁ...

ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...

‘ନ୍ୟୁ ମେକ୍ସିକୋ’ ହେବ ‘ନ୍ୟୁ ଆମେରିକା’? ଟ୍ରମ୍ପଙ୍କ ମ୍ୟାପ୍ ପୋଷ୍ଟକୁ ନେଇ ଚର୍ଚ୍ଚା

‘ନ୍ୟୁ ମେକ୍ସିକୋ’ ହେବ ‘ନ୍ୟୁ ଆମେରିକା’? ଟ୍ରମ୍ପଙ୍କ...

ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...

ଚଣ୍ଡୀଗଡ଼, ନଦୀଜଳ ଓ ବନ୍ଦୀ ଶିଖଙ୍କ ପ୍ରସଙ୍ଗରେ ସ୍ପଷ୍ଟତା ନଆସିଲେ ବିଜେପି ସହ ମେଣ୍ଟ ନାହିଁ: SAD (ପୁନର ସୁରଜିତ)

ଚଣ୍ଡୀଗଡ଼, ନଦୀଜଳ ଓ ବନ୍ଦୀ ଶିଖଙ୍କ ପ୍ରସଙ୍ଗରେ...

ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...

ତିବ୍ବତର ବନ୍ୟାର ଭୟଙ୍କର ଦୃଶ୍ୟ ଚୀନ୍‌ରେ ଦେଖାଯାଉନି; ମୃତାହତଙ୍କ ସମ୍ପର୍କରେ ବି ଅଜଣା ଅନେକ ତଥ୍ୟ

ତିବ୍ବତର ବନ୍ୟାର ଭୟଙ୍କର ଦୃଶ୍ୟ ଚୀନ୍‌ରେ ଦେଖାଯାଉନି;...

ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...

ୟୁଏସ୍‌ ଓପନ୍‌ରେ ଭାରତକୁ ଝଟକା: ଭାମ୍ବ୍ରି-ଚନ୍ଦ୍ରଶେଖର ବିଦା, ଦ୍ୱିତୀୟ ରାଉଣ୍ଡରେ ବାଲାଜୀ

ୟୁଏସ୍‌ ଓପନ୍‌ରେ ଭାରତକୁ ଝଟକା: ଭାମ୍ବ୍ରି-ଚନ୍ଦ୍ରଶେଖର ବିଦା,...

ନ୍ୟୁୟର୍କ: ୟୁଏସ୍‌ ଓପନ୍‌ରେ ଭାରତୀୟ ଟେନିସ୍&z...

ବିଜୟଙ୍କ ନେତୃତ୍ୱାଧୀନ ତାମିଲନାଡୁ ମେଣ୍ଟକୁ ମିଳିବ ନୂଆ ନାଁ, ତିଆରି ହେବ ସ୍ୱତନ୍ତ୍ର ରାଜନୈତିକ ପରିଚୟ

ବିଜୟଙ୍କ ନେତୃତ୍ୱାଧୀନ ତାମିଲନାଡୁ ମେଣ୍ଟକୁ ମିଳିବ ନୂଆ...

ତାମିଲନାଡୁର ଶାସକ ମେଣ୍ଟ ଏବେ ନିଜର ଏକ ସ୍ୱତନ୍ତ୍ର ରାଜନୈତ...

MS ଧୋନିଙ୍କ IPL ଭବିଷ୍ୟତ ନେଇ ବଡ଼ ଖୁଲାସା, କ’ଣ ଚାହୁଁଛନ୍ତି CSKର ପୂର୍ବତନ ଖେଳାଳି?

MS ଧୋନିଙ୍କ IPL ଭବିଷ୍ୟତ ନେଇ ବଡ଼...

ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳିଏସ୍. ବଦ୍ରିନାଥଭ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+