ନୂଆଦିଲ୍ଲୀ:ଲଗାତାର ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀ-ଏନସିଆରରେ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଏହାରି ମଧ୍ୟରେ ଉତ୍ତର ପ୍ରଦେଶର ନୋଏଡା ସେକ୍ଟର-୧୬ ମେଟ୍ରୋ ଷ୍ଟେସନ ନିକଟରେ ଏକ ବଡ଼ ଅଘଟଣ ଘଟିଛି। ପ୍ରାୟ୫୦ ମିଟର ଲମ୍ବର ରୋଡ୍ ଡିଭାଇଡରହଠାତ୍ ଭୁଶୁଡ଼ି ପଡ଼ିବାରୁ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଲଗାଣ ବର୍ଷା ପରେ ନୋଏଡା ସେକ୍ଟର-୧୬ ମେଟ୍ରୋ ଷ୍ଟେସନ ତଳେ ଥିବା ରାସ୍ତାର ଡିଭାଇଡରର ଏକ ବଡ଼ ଅଂଶ ହଠାତ୍ ଭାଙ୍ଗି ପଡ଼ିଥିଲା। ଘଟଣା ସମୟରେ ରାସ୍ତାରେ ଲୋକଙ୍କ ଯାତାୟାତ ଚାଲିଥିବାରୁ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଏଡ଼ିଯାଇଛି। ତେବେ ଏହି ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଥିବା ଜଣାପଡ଼ିଛି।
ଘଟଣାର ସୂଚନା ପାଇବା ପରେ ପୁଲିସ, ନୋଏଡା ଅଥରିଟି ଏବଂ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିଲେ। ସୁରକ୍ଷା ଦୃଷ୍ଟିରୁ ସମଗ୍ର ଅଞ୍ଚଳକୁ ବ୍ୟାରିକେଡ୍ କରାଯାଇଥିବା ବେଳେ ଭାଙ୍ଗି ପଡ଼ିଥିବା ଡିଭାଇଡରକୁ ହଟାଇବା ଓ ମରାମତି କାମ ଜାରି ରହିଛି।
ଅନ୍ୟପକ୍ଷରେ, ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀ-ଏନସିଆରର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ଦେଖାଦେଇଛି। ଅନେକ ପ୍ରମୁଖ ସଡ଼କରେ ପାଣି ଜମିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଭାରତୀୟ ପାଣିପାଗ ବିଭାଗ ଆଗାମୀ କିଛି ଘଣ୍ଟା ମଧ୍ୟରେ ଆହୁରି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି।
ଏହି ଘଟଣା ପରେ ସହରର ଡ୍ରେନେଜ୍ ବ୍ୟବସ୍ଥା ଓ ଭିତ୍ତିଭୂମିର ଗୁଣବତ୍ତାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ଡିଭାଇଡର କାହିଁକି ଭୁଶୁଡ଼ି ପଡ଼ିଲା, ତାହାର ପ୍ରକୃତ କାରଣ ଜାଣିବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି।
ଭାରତୀୟ ଟି-୨୦ ଦଳର ଯୁବ ଓପନର ଅଭିଷେକ ଶର୍ମା ଏବେ ନିଜ ଖରା...
ଲଗାଣ ବର୍ଷା ପ୍ରଭାବରେମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଲକ ଅ...
ଗଭୀର ଅବଦାବ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ...
ଅଗଷ୍ଟ ମାସରେ ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କା ଗସ୍ତରେ ଦୁ...
ଉତ୍ତର ଉପକୂଳ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉ...
ଟୋକିଓ: ଜାପାନରେ ପୁଣି ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହ...
ମୟୂରଭଞ୍ଜ ଜିଲ୍ଲାର ଉଦଳା ଅଞ୍ଚଳରେ ସୋମବାର ରାତିଠାରୁ ଜାରି...
ଭାରତୀୟ କ୍ରିକେଟ୍ ଦଳର ଯୁବ ଓପନରଅଭିଷେକ ଶର୍ମାଟି-୨୦ ଆନ୍ତ...
ହର୍ମୁଜ୍ ପ୍ରଣାଳୀରେ ଇରାନର ପ୍ରଭାବ କ୍ରମଶଃ ବଢ଼ୁଥିବା ନେଇ...
ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସଂଘର୍ଷ ଓ ସାମୁଦ୍ରିକ ସୁରକ୍ଷାକ...
ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଆମେରିକା ଇରା...
ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଚାଲିଥିବା ୨୦୨୬ କମନୱେଲଥ୍ ଗେମ୍...