ଉତ୍ତରାଖଣ୍ଡର କର୍ଣ୍ଣପ୍ରୟାଗ ଓ ନାଗରାସୁ ଗୁରୁଦ୍ୱାରକୁ କେନ୍ଦ୍ର କରି ଉପୁଜିଥିବା ବିବାଦ ପରେ ନିହାଙ୍ଗ ଶିଖ ଓ ପୁଲିସ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଏବେ ଶାନ୍ତ ହୋଇଛି। ଗୁରୁଦ୍ୱାର ବିବାଦ ମାମଲାରେ ଚାରିଜଣ ନିହାଙ୍ଗ ଶିଖଙ୍କୁ ଗିରଫ କରାଯାଇଥିବାର ପ୍ରତିବାଦରେ ବହୁ ସଂଖ୍ୟକ ନିହାଙ୍ଗ ଶିଖ ହିମାଚଳ-ଉତ୍ତରାଖଣ୍ଡ ସୀମାର କୁଲହଲ ଚେକପୋଷ୍ଟରେ ପହଞ୍ଚିଥିଲେ।
ପ୍ରଥମେ ପାଓଣ୍ଟା ସାହିବରେ ପ୍ରଶାସନ ସହ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିଲା। ପରେ ଉତ୍ତରାଖଣ୍ଡ ପୁଲିସ ଓ ନିହାଙ୍ଗ ପ୍ରତିନିଧିମାନଙ୍କ ମଧ୍ୟରେ ସାରା ରାତି ଧରି ଆଲୋଚନା ଚାଲିଥିଲା। ଶୁକ୍ରବାର ଭୋର ପ୍ରାୟ ୩ଟା ୩୦ରେ ନିହାଙ୍ଗମାନେ ପଛକୁ ଫେରିବାକୁ ରାଜି ହୋଇଥିଲେ।
ଏହି ଘଟଣାକୁ ନେଇ ଡେରାଡୁନ ଓ ଋଷିକେଶ ସମେତ ବିଭିନ୍ନ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ବହୁ ସ୍ଥାନରେ ବ୍ୟାରିକେଡ୍ ଲଗାଯାଇଥିବା ବେଳେ ଟ୍ରାଫିକ୍ ଜାମ୍ର ସମସ୍ୟା ମଧ୍ୟ ଦେଖାଯାଇଥିଲା। ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ହୋଇଥିଲେ ମଧ୍ୟ ପୁଲିସ ସତର୍କତା ଜାରି ରଖିଛି।
ନିହାଙ୍ଗ ପ୍ରତିନିଧିମାନେ କହିଛନ୍ତି ଯେ, ସେମାନଙ୍କ ଉଦ୍ଦେଶ୍ୟ କେବେ ବି ଅଶାନ୍ତି ସୃଷ୍ଟି କରିବା ନୁହେଁ, ବରଂ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା। ପ୍ରତିନିଧିମଣ୍ଡଳର ସଦସ୍ୟ ଅମରଜିତ ସିଂହ ପ୍ରଶାସନର ଭୂମିକାକୁ ପ୍ରଶଂସା କରିବା ସହ କିଛି ପ୍ରଶାସନିକ ତ୍ରୁଟି ଥିବା କଥା ମଧ୍ୟ କହିଛନ୍ତି।
ଚାର୍ଧାମ ଯାତ୍ରା ଓ ହେମକୁଣ୍ଡ ସାହେବ ତୀର୍ଥଯାତ୍ରା ଚାଲିଥିବାରୁ ଉତ୍ତରାଖଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ପୁଲିସ ସୀମା ଅଞ୍ଚଳ ଓ ପ୍ରମୁଖ ପ୍ରବେଶ ପଥରେ ସୁରକ୍ଷା ବ୍ୟବସ୍ଥା ଓ ଯାଞ୍ଚକୁ ଆହୁରି କଡ଼ା କରିଛି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧୀ ଅଭି...
ଓଡ଼ିଆ ଖାଦ୍ୟର ସ୍ୱତନ୍ତ୍ର ପରିଚୟକୁ ଦେଶବ୍ୟାପୀ ଭାବେ ପହଞ୍...
ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଅନ୍ତର୍ଗତ ଖୁଲୁଡ଼ି ଝରଣ...
ବିଶ୍ୱର ସବୁଠାରୁ ବ୍ୟସ୍ତ ତୈଳ ପରିବହନ ମାର୍ଗ ମଧ୍ୟରୁ ଅନ୍ୟ...
ଓଡ଼ିଶାବାସୀଙ୍କୁ ଖରା ଓ ଗରମରୁ କିଛିଟା ଆଶ୍ୱସ୍ତି ମ...
ହର୍ମୁଜ୍ ପ୍ରଣାଳୀରେ ସମ୍ପ୍ରତି ହୋଇଥିବା ଡ୍ରୋନ୍ ଆକ୍ରମଣ ପ...
ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅଗ୍ରଗତି ସମ୍ପୂର୍...
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ କଂଗ୍ର...
ମୌସୁମୀ ବାୟୁର ପୁନଃ ସକ୍ରିୟତା ଏବଂ ସମଗ୍ର ଓଡ଼ିଶାରେ ଏହାର...
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମଗ୍ର ଓଡ଼ିଶାରେ ସକ୍ରିୟ ହେ...