ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ପତ୍ନୀଙ୍କ ବିରୋଧରେ ଆସିଥିବା ଗୁରୁତର ଅଭିଯୋଗକୁ ନେଇ ଜାତୀୟ ମାନବାଧିକାର ଆୟୋଗ (NHRC) ସଂଜ୍ଞାନ ନେଇଛି। ଏକ ଦୁଷ୍କର୍ମ ମାମଲାକୁ ଚାପି ଦେବା ପାଇଁ ୫ କୋଟି ଟଙ୍କା ଦାବି କରାଯାଇଥିବା ଅଭିଯୋଗ ଆୟୋଗ ନିକଟରେ ଦାଖଲ ହୋଇଥିଲା। ଏହି ଅଭିଯୋଗ ପୂର୍ବତନ ପଞ୍ଜାବ ଜଜ୍ ଜଷ୍ଟିସ୍ ରଣଜିତ ସିଂହଙ୍କ ଦାବି ସହ ଜଡ଼ିତ ବୋଲି ଅଭିଯୋଗରେ ଦର୍ଶାଯାଇଛି।
NHRC ସଦସ୍ୟ ପ୍ରିୟଙ୍କ କାନୁଙ୍ଗୋଙ୍କ ନେତୃତ୍ୱାଧୀନ ବେଞ୍ଚ ପଞ୍ଜାବର ମୁଖ୍ୟ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକ (DGP)ଙ୍କୁ ଏହି ଅଭିଯୋଗର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି। ତଦନ୍ତ ପରେ କରାଯାଇଥିବା କାର୍ଯ୍ୟର ବିବରଣୀ ସହିତ Action Taken Report (ATR) ଦୁଇ ସପ୍ତାହ ମଧ୍ୟରେ ଆୟୋଗକୁ ଦାଖଲ କରିବାକୁ କୁହାଯାଇଛି।
ଏହା ସହ ମାମଲାଟିକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ମହିଳା ସୁରକ୍ଷା ବିଭାଗକୁ ମଧ୍ୟ ପଠାଇଛି NHRC। ରାଜ୍ୟ ସରକାରଙ୍କ ରିପୋର୍ଟ ମିଳିବା ଏବଂ ତାହାର ସମୀକ୍ଷା ପରେ ଆୟୋଗ ପରବର୍ତ୍ତୀ ପଦକ୍ଷେପ ନେବ।
ତେବେ, ଏହି ଅଭିଯୋଗ ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ। NHRC ବର୍ତ୍ତମାନ କେବଳ ଅଭିଯୋଗ ଉପରେ ସଂଜ୍ଞାନ ନେଇ ତଦନ୍ତ ଓ ରିପୋର୍ଟ ମାଗିଛି। ତଦନ୍ତ ରିପୋର୍ଟ ଆଧାରରେ ମାମଲାରେ ଆଗକୁ କଣ ପଦକ୍ଷେପ ନିଆଯିବ, ତାହା ନିର୍ଦ୍ଧାରଣ ହେବ।
ଅବସର ପରେ ଆର୍ଥିକ ସୁରକ୍ଷାକୁ ଅଧିକ ସହଜ କରିବା ଲକ୍ଷ୍ୟରେ...
ରାଜଧାନୀରେ ପୁଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ଗମ୍ଭୀର...
ଅକ୍ଟୋବର ମାସର ଶେଷ ସପ୍ତାହରୁ ନଭେମ୍ବର ମାସର ଆରମ୍ଭ ପର୍ଯ୍...
କାଠଯୋଡ଼ି ନଦୀପଠାରେ ଅଭିଯୁକ୍ତଙ୍କୁ ନେଇ ତଦନ୍ତ ...
କେନ୍ଦୁଝର: ସାମାନ୍ୟ ବଚସାରୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା...
ନୂଆଦିଲ୍ଲୀ: ମହାକାଶରେ ୨୨ ବର୍ଷ ଧରି କାର୍ଯ୍ୟ କରିବା ପରେ...
କେନ୍ଦ୍ରାପଡ଼ା: ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘା...
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନିଜର ମ...