ଇସ୍ରାଏଲକୁ ଆତ୍ମନିର୍ଭର କରିବା ଦିଗରେ ବଡ଼ ସଙ୍କେତ ଦେଇଛନ୍ତି ଦେଶର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ସେ କହିଛନ୍ତି ଯେ, ଆଗାମୀ ଦିନରେ ଇସ୍ରାଏଲ ଆମେରିକୀୟ ସାମରିକ ସହାୟତା ଉପରେ ନିର୍ଭରଶୀଳତା କମାଇ ନିଜସ୍ୱ ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବା ଉଚିତ।
ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ନେତାନ୍ୟାହୁ କହିଥିଲେ, "ମୁଁ ଆମେରିକୀୟ ସହାୟତା ବନ୍ଦ କରିବାକୁ ଚାହୁଁଛି। ଏହା ଏକ ଦାନ କିମ୍ବା କଲ୍ୟାଣକାରୀ ଯୋଜନା ପରି ଲାଗୁଛି। ମୁଁ ଚାହୁଁଛି ଇସ୍ରାଏଲ ଆତ୍ମନିର୍ଭର ହେଉ।"
ସେ କହିଛନ୍ତି ଯେ ବର୍ଷ ବର୍ଷ ଧରି ଆମେରିକାର ସାମରିକ ସହଯୋଗ ଉପରେ ନିର୍ଭର କରୁଥିବା ଇସ୍ରାଏଲ ଏବେ ନିଜର ସ୍ୱାଧୀନ ପ୍ରତିରକ୍ଷା ଉତ୍ପାଦନ ବ୍ୟବସ୍ଥା ଗଢ଼ି ତୋଳିବାକୁ ଚାହୁଁଛି। ତାଙ୍କ କହିବା ଅନୁସାରେ, ଇସ୍ରାଏଲର ମୁଣ୍ଡପିଛା ଜିଡିପି ପ୍ରାୟ ୬୭ ହଜାର ଡଲାର ଏବଂ ଦେଶ ଖୁବଶୀଘ୍ର ୧ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବା ଦିଗରେ ଅଗ୍ରସର ଅଛି।
ନେତାନ୍ୟାହୁଙ୍କ ଏହି ମନ୍ତବ୍ୟ ଏପରି ସମୟରେ ଆସିଛି, ଯେତେବେଳେ ଇରାନ ପ୍ରସଙ୍ଗ ଓ ମଧ୍ୟପ୍ରାଚ୍ୟ ପରିସ୍ଥିତିକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ମତଭେଦ ବଢ଼ିଥିବା ଖବର ସାମ୍ନାକୁ ଆସିଛି। ଟ୍ରମ୍ପ ମଧ୍ୟ ବିଭିନ୍ନ ସମୟରେ ନେତାନ୍ୟାହୁଙ୍କୁ ସମାଲୋଚନା କରିଛନ୍ତି।
ବର୍ତ୍ତମାନ ଇସ୍ରାଏଲ ଆମେରିକାଠାରୁ ପ୍ରତିବର୍ଷ ପ୍ରାୟ ୩.୮ ବିଲିୟନ ଡଲାର ସାମରିକ ସହାୟତା ପାଉଛି। ଏହାବ୍ୟତୀତ, ଅକ୍ଟୋବର ୨୦୨୩ରେ ଗାଜା ଯୁଦ୍ଧ ଆରମ୍ଭ ହେବା ପରଠାରୁ ଆମେରିକା ଜରୁରୀକାଳୀନ ପ୍ୟାକେଜ୍ ମାଧ୍ୟମରେ ୧୬ ବିଲିୟନରୁ ୨୨ ବିଲିୟନ ଡଲାର ପର୍ଯ୍ୟନ୍ତ ଅତିରିକ୍ତ ସହାୟତା ଯୋଗାଇଥିବା ସୂଚନା ରହିଛି।
ନେତାନ୍ୟାହୁଙ୍କ ଲକ୍ଷ୍ୟ ଆଗାମୀ ଦଶନ୍ଧି ମଧ୍ୟରେ ଏହି ସହାୟତାକୁ ଧୀରେ ଧୀରେ ବନ୍ଦ କରି ଇସ୍ରାଏଲର ନିଜସ୍ୱ ପ୍ରତିରକ୍ଷା ଉତ୍ପାଦନ ବ୍ୟବସ୍ଥାକୁ ସୁଦୃଢ଼ କରିବା।
ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ, ବର୍ତ୍ତମାନ ସ୍ଥିତିରେ ଇସ୍ରାଏଲ ପାଇଁ ଆମେରିକୀୟ ସହାୟତାରୁ ସମ୍ପୂର୍ଣ୍ଣ ମୁକ୍ତ ହେବା ସହଜ ହେବ ନାହିଁ। କାରଣ ଇସ୍ରାଏଲର F-35 ଷ୍ଟେଲ୍ଥ ଫାଇଟର୍ ଜେଟ୍, F-15 ଯୁଦ୍ଧ ବିମାନ, ଗାଇଡେଡ୍ ଅସ୍ତ୍ରଶସ୍ତ୍ର, କ୍ଷେପଣାସ୍ତ୍ର ପ୍ରଯୁକ୍ତି ଏବଂ ଅନ୍ୟାନ୍ୟ ଆଧୁନିକ ସାମରିକ ବ୍ୟବସ୍ଥାର ବଡ଼ ଅଂଶ ଆମେରିକୀୟ ସହଯୋଗ କିମ୍ବା ପାଣ୍ଠି ଉପରେ ନିର୍ଭରଶୀଳ।
ଏହା ସହ ଅସ୍ତ୍ରର ଯନ୍ତ୍ରାଂଶ, ସଫ୍ଟୱେର ଅପଡେଟ୍ ଏବଂ ଗୋଳାବାରୁଦ ପାଇଁ ମଧ୍ୟ ଇସ୍ରାଏଲକୁ ଆମେରିକୀୟ କମ୍ପାନୀ ଓ ଅନୁମୋଦନ ଉପରେ ନିର୍ଭର କରିବାକୁ ପଡ଼ୁଛି। ତେଣୁ ଆତ୍ମନିର୍ଭର ହେବାର ଲକ୍ଷ୍ୟ ଥିଲେ ମଧ୍ୟ, ଏହା ଏକ ଦୀର୍ଘମିଆଦି ପ୍ରକ୍ରିୟା ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀଅମିତ ଶାହଆସନ୍ତାଜୁଲାଇ ୩ ତାରିଖରେ ଓଡ...
ଦୈନିକ ମଜୁରି ଭିତ୍ତିରେ ପ୍ରାୟ ୩୦ ବର୍ଷ ଧରି ସେବା ଦେଇବା...
ଜୁଲାଇ ୧ରୁ ଓଡ଼ିଶାରେ ଦୁର୍ବଳ ଥିବା ମୌସୁମୀ ବର୍ଷା ପୁଣି ସ...
ସୁନ୍ଦରଗଡ଼ ଜିଲ୍ଲାର କୋଇଡା ବ୍ଲକର ଜଣେ ବିବାହିତା ମହିଳା ଟ...
ୟୁରୋପରେ ଜୁନ୍ ଶେଷ ଭାଗରେ ଦେଖାଦେଇଥିବା ତୀବ୍ର ହିଟ୍ୱେଭ୍...
ସମଗ୍ର ୟୁରୋପ ବର୍ତ୍ତମାନ ଇତିହାସର ଅନ୍ୟତମ ଭୟଙ୍କର ଗ୍ରୀଷ୍...
ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ବିମାନ ଯା...
ଦେଶର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଲଗାତାର ପ୍ରବଳ ବର୍ଷା...