ନେପାଳର ହିମାଳୟ ଅଞ୍ଚଳରେ ଲଗାଣ ବର୍ଷା ଓ ଭାରୀ ତୁଷାରପାତ ମଧ୍ୟରେ ବଡ଼ ହିମସ୍ଖଳନ ଘଟିଛି। ମାନାଙ୍ଗ ଜିଲ୍ଲାର ନାର-ଫୁ ଅଞ୍ଚଳରେ ଥିବା ୭,୧୨୬ ମିଟର ଉଚ୍ଚ ହିମଲୁଙ୍ଗ ହିମାଲର ବେସ୍ କ୍ୟାମ୍ପ ଏହାର ପ୍ରଭାବରେ ଆସିଛି।
ରବିବାର ସକାଳେ ହିମସ୍ଖଳନ ହେବା ପରେ ଅତି କମରେ ୧୦ ଜଣଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ। Expedition Operators Association Nepalର ମହାସଚିବ ରିଶି ଭଣ୍ଡାରୀଙ୍କ ଅନୁସାରେ, ନିଖୋଜଙ୍କ ମଧ୍ୟରୁ ଦୁଇ ଜଣ Imagine Nepal Pvt Ltd ସହ ଏବଂ ଆଠ ଜଣ Himalayan Holidays Nepal ସହ ଜଡ଼ିତ ଥିଲେ।
ଅଭିଯାନ ଆୟୋଜକ ମିଙ୍ଗମା ଗ୍ୟାଲଜେ ଶେର୍ପା କହିଛନ୍ତି ଯେ ନିଖୋଜଙ୍କ ମଧ୍ୟରେ ତାଙ୍କ ରୋଷେଇ ଦଳର ଦୁଇ ଜଣ ସଦସ୍ୟ ମଧ୍ୟ ଅଛନ୍ତି। ପୂର୍ବରୁ ଖରାପ ପାଗ ନେଇ ସତର୍କତା ଜାରି ହେବା ପରେ ଅଧିକାଂଶ ଅଭିଯାନ ଓ ରୋପ୍-ଫିକ୍ସିଂ ଟିମ୍ ପାହାଡ଼ ଢାଲରୁ ତଳକୁ ଆସିଥିଲେ। ତେବେ କିଛି ଲୋକ ବେସ୍ କ୍ୟାମ୍ପ ଅଞ୍ଚଳରେ ରହିଯାଇଥିଲେ।
ଗତ କିଛି ଦିନ ଧରି ଏହି ଅଞ୍ଚଳରେ ଭାରୀ ତୁଷାରପାତ ହେଉଥିଲା। ଖରାପ ପାଗ ଯୋଗୁଁ ନେପାଳର ଅନ୍ୟାନ୍ୟ ପାହାଡ଼ିଆ ଅଞ୍ଚଳରେ ମଧ୍ୟ ଟ୍ରେକିଂ ଓ ପର୍ବତାରୋହଣ ଅଭିଯାନ ପ୍ରଭାବିତ ହୋଇଛି। ପର୍ଯ୍ୟଟନ କର୍ତ୍ତୃପକ୍ଷ ଟ୍ରେକର୍ସ, ପର୍ବତାରୋହୀ ଓ ଅଭିଯାନ ସହାୟକଙ୍କୁ ପାଗ ସୁଧାରିବା ପର୍ଯ୍ୟନ୍ତ କାର୍ଯ୍ୟକଳାପ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଛନ୍ତି।
ବର୍ତ୍ତମାନ ନେପାଳର ପର୍ଯ୍ୟଟନ ବିଭାଗ ଘଟଣା ଉପରେ ନଜର ରଖିବା ସହ ନିଖୋଜଙ୍କ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରୁଛି। ଖରାପ ପାଗ ଓ ଦୁର୍ଗମ ପାହାଡ଼ିଆ ଅଞ୍ଚଳ ଯୋଗୁଁ ଉଦ୍ଧାର କାର୍ଯ୍ୟ ଚ୍ୟାଲେଞ୍ଜିଂ ହୋଇଛି।
ଉତ୍ତରାଖଣ୍ଡରେ ବଦଳିଲା ପାଣିପାଗ ଉତ୍ତରାଖଣ୍ଡରେ ବର୍ଷା...
ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକା ପ୍ରକାରର ହେଲ୍ଥ ପ୍ୟାକେଜ...
୫୦ ବର୍ଷ ପରେ ମହିଳାଙ୍କ ହାଡ଼ ଭାଙ୍ଗିବାର ବିପଦ ଅଧିକ ବ...
ରାଜଧାନୀ ଭୁବନେଶ୍ୱରରେ ଗ୍ୟାସ୍ ସିଲିଣ୍ଡର ଚୋରି କରୁଥିବା ଏ...
ବଙ୍ଗୋପସାଗରରେ ଆଉ ଏକ ପାଣିପାଗ ପ୍ରଣାଳୀକୁ ନେଇ ଚର୍ଚ୍ଚା ବ...
ରାତିସାରା ଲଗାଣ ବର୍ଷା ଯୋଗୁଁ ଦିଲ୍ଲୀ-NCRର ପାଗରେ ବଡ଼ ପର...
ଯକ୍ଷ୍ମା ଚିକିତ୍ସାରେ ବଡ଼ ପଦକ୍ଷେପ, BPaL ଔଷଧର ପେଟେଣ୍ଟ...
କେନ୍ଦୁଝର: ସାମାନ୍ୟ ବଚସାରୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା...