ଆସନ୍ତା ରଥଯାତ୍ରାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିବା ବେଳେ ଭୁବନେଶ୍ୱର ନୟାପଲ୍ଲୀ ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ମୋବାଇଲ ଚୋରି ଓ ପକେଟମାରିରେ ସକ୍ରିୟ ଥିବା ଏକ ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଏବଂ ଜଣେ ନାବାଳକ ଥିବା ସୂଚନା ମିଳିଛି।
ପୋଲିସ କହିଛି, ଏହି ଗ୍ୟାଙ୍ଗ ଭିଡ଼ଭାଡ଼ ସ୍ଥାନକୁ ଟାର୍ଗେଟ କରି ମୋବାଇଲ ଫୋନ ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି କରୁଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଆସନ୍ତା ପୁରୀ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼କୁ ସୁଯୋଗ କରି ଚୋରି କରିବା ପାଇଁ ସେମାନେ ପୁରୀ ଯିବାକୁ ଯୋଜନା କରିଥିଲେ।
ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ନୟାପଲ୍ଲୀ ପୋଲିସ ସେମାନଙ୍କୁ ପୁରୀ ଯିବା ପୂର୍ବରୁ ଅଟକାଇଥିଲା। ଅଭିଯାନ ସମୟରେ ସେମାନଙ୍କ ନିକଟରୁ ଏକାଧିକ ସନ୍ଦିଗ୍ଧ ଚୋରି ମୋବାଇଲ ଫୋନ ଜବତ କରାଯାଇଛି। ବର୍ତ୍ତମାନ ପୋଲିସ ଏହି ମୋବାଇଲଗୁଡ଼ିକର ପ୍ରକୃତ ମାଲିକଙ୍କୁ ଚିହ୍ନଟ କରିବା ସହ ଏଗୁଡ଼ିକ କେଉଁଠାରୁ ଚୋରି ହୋଇଥିଲା ତାହାର ତଦନ୍ତ କରୁଛି।
ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି ଯେ, ଗିରଫ ହୋଇଥିବା ଅଭିଯୁକ୍ତମାନେ ଏକ ବଡ଼ ଆନ୍ତଃରାଜ୍ୟ କିମ୍ବା ଆନ୍ତଃଜିଲ୍ଲା ଚୋରି ରାକେଟର ସଦସ୍ୟ। ବଡ଼ ବଡ଼ ଧାର୍ମିକ ଉତ୍ସବ ଓ ଜନସମାଗମ ସମୟରେ ଏହି ରାକେଟ ସକ୍ରିୟ ହୋଇଥାଏ ବୋଲି ପୋଲିସର ସନ୍ଦେହ।
ଏହି ରାକେଟର ଅନ୍ୟ ସଦସ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି। ଏପଟେ ରଥଯାତ୍ରା ପାଇଁ ଭୁବନେଶ୍ୱର ଓ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ପୋଲିସ ସାଧାରଣ ଲୋକଙ୍କୁ ସତର୍କ ରହିବା, ନିଜର ମୂଲ୍ୟବାନ ସାମଗ୍ରୀ ସୁରକ୍ଷିତ ରଖିବା ଏବଂ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ ଅନୁରୋଧ କରିଛି।
ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...
ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ (CUO)ର...
ତାମିଲନାଡୁର ଶାସକ ମେଣ୍ଟ ଏବେ ନିଜର ଏକ ସ୍ୱତନ୍ତ୍ର ରାଜନୈତ...
ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...