ନବରଙ୍ଗପୁର: ଗୋଟିଏ ଜମିରୁ ଧାନ ସହ ମାଛ ଚାଷ କରି ଚାଷୀଙ୍କ ଆୟ ବଢ଼ାଇବା ପାଇଁ ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହୋଇଛି ଏକୀକୃତ ଚାଷ ପ୍ରଣାଳୀ। ରାଜ୍ୟ ସରକାର ଓ ବିଶ୍ୱବ୍ୟାଙ୍କର ସହଯୋଗରେ ଏହି ପାଇଲଟ୍ ପ୍ରକଳ୍ପ ଆରମ୍ଭ କରାଯାଇଥିବା ଜଣାପଡ଼ିଛି।
ଜିଲ୍ଲାରେ ପ୍ରଥମ ଥର ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ଧାନ ସହ ମାଛ ଚାଷ (Paddy-cum-Fish Farming) ପ୍ରଣାଳୀକୁ ପାଇଲଟ୍ ଭିତ୍ତିରେ ଆରମ୍ଭ କରାଯାଇଛି। ଏଥିପାଇଁ ରାଇଘର, ଉମରକୋଟ ଓ ଚନ୍ଦାହାଣ୍ଡି ବ୍ଲକରେ ଜମି ଚିହ୍ନଟ କରାଯାଇ ଚାଷୀମାନଙ୍କୁ ଏହି ପ୍ରକଳ୍ପରେ ସାମିଲ କରାଯାଇଛି।
ଚନ୍ଦାହାଣ୍ଡି ବ୍ଲକ ଧୋଡ଼ିପାଣି ପଞ୍ଚାୟତ ଅଧୀନ ଧନ୍ଦାମୁଣ୍ଡା ଅଞ୍ଚଳର ୩ ଜଣ ଚାଷୀ ଏହି ମଡେଲ୍ ଆପଣାଇଛନ୍ତି। ପ୍ରତ୍ୟେକ ଚାଷୀଙ୍କୁ ୧.୨୫ ଏକର ଜମି ଦିଆଯାଇଛି। ଏଥିରେ ଧାନ ଚାଷ କରାଯିବା ସହ ମାଛ ଜାଆଁଳ ମଧ୍ୟ ଛଡ଼ାଯାଇଛି।
ଜମିର କିଛି ଅଂଶରେ ପାଣି ଧରି ରଖିବା ଓ ମାଛ ଚାଷ ପାଇଁ ଖାଲ ଭଳି ଟ୍ରେଞ୍ଚ୍ ତିଆରି କରାଯାଇଛି। ଜମିର ମଧ୍ୟଭାଗରେ ଧାନ ଚାଷ ହେଉଛି। ଏହାସହ ଜମିର ହିଡ଼ରେ ପନିପରିବା ଓ ହରଡ଼, ବିରି ଭଳି ଡାଲିଜାତୀୟ ଫସଲ ଚାଷ କରାଯାଉଛି। ଫଳରେ ଚାଷୀମାନଙ୍କ ପାଇଁ ଗୋଟିଏ ଜମିରୁ ଏକାଧିକ ଉତ୍ପାଦ ଓ ଆୟର ସୁଯୋଗ ସୃଷ୍ଟି ହେଉଛି।
ଏହି ପ୍ରକଳ୍ପ ପାଇଁ ମତ୍ସ୍ୟ ବିଭାଗ ପ୍ରତ୍ୟେକ ଚାଷୀଙ୍କୁ ୨.୫୬ ଲକ୍ଷ ଟଙ୍କାର ସବସିଡି ପ୍ରଦାନ କରିଛି। ଏହି ମଡେଲ୍ରେ ଏକ ଏକର ଜମିରେ ଧାନ ଓ ଅଧା ଏକର ଜମିରେ ମାଛ ଚାଷ କରାଯିବାର ଯୋଜନା ରହିଛି। ବିଭାଗ ପକ୍ଷରୁ ଏକୀକୃତ ପ୍ରଣାଳୀରୁ ପ୍ରାୟ ୧୨ କ୍ୱିଣ୍ଟାଲ ଧାନ ଓ ୫ କ୍ୱିଣ୍ଟାଲ ମାଛ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି।
ଡୁଙ୍ଗରିଗୁଡ଼ା ଗାଁରେ ଏହି ମଡେଲ୍କୁ ଦେଖିବା ପରେ ଅନ୍ୟ ଚାଷୀମାନଙ୍କ ମଧ୍ୟରେ ମଧ୍ୟ ଆଗ୍ରହ ବଢ଼ିଥିବା ଜଣାପଡ଼ିଛି। ଏହି ପ୍ରଣାଳୀ ଚାଷୀଙ୍କ ଲାଭ ବଢ଼ାଇପାରିବ ବୋଲି ଅଧିକାରୀମାନେ ଆଶା ରଖିଛନ୍ତି। ତେବେ ପାଇଲଟ୍ ପର୍ଯ୍ୟାୟ ଶେଷ ହେବା ପରେ ଏହାର ଦୀର୍ଘମିଆଦୀ ଲାଭ ଓ ସଫଳତା ସ୍ପଷ୍ଟ ହେବ।
ସ୍ଥାନୀୟ ଚାଷୀ ଦାମ୍ବରୁଧର ନାୟକ କହିଛନ୍ତି ଯେ ତାଙ୍କୁ ଧାନ ବିହନ, ସାର ଓ ଲଙ୍ଗଳ ଯୋଗାଇ ଦିଆଯାଇଛି। ଏକେ ଜମିରେ ଧାନ ଓ ମାଛ ଚାଷ ମାଧ୍ୟମରେ ଚାଷୀଙ୍କ ଆୟ ବଢ଼ାଇବା ଉଦ୍ଦେଶ୍ୟରେ ଏହି ପରୀକ୍ଷାମୂଳକ ପଦକ୍ଷେପ ନିଆଯାଇଛି। ନୂଆ ଚାଷ ପ୍ରଣାଳୀରୁ ଭଲ ଆୟ ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ନ୍ୟୁୟର୍କ: US Open 2026 ଦ୍ୱିତୀୟ ସପ୍ତାହରେ ପହଞ୍ଚିଛି।...
ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳିଏସ୍. ବଦ୍ରିନାଥଭ...
କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଶୁକ୍ରବା...
ନ୍ୟୁୟର୍କ: ୟୁଏସ୍‌ ଓପନ୍‌ରେ ଭାରତୀୟ ଟେନିସ୍&z...
ଆମେରିକା-ଚୀନ୍ ବାଣିଜ୍ୟ ସମ୍ପର୍କ ମଧ୍ୟରେ ଆଉ ଏକ ବଡ଼ କୂଟନ...
ଭାରତର ନୂଆ GDP ତଥ୍ୟକୁ ନେଇ ଚାଲିଥିବା ବିତର୍କ ଧୀରେ ଧୀରେ...
ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...
Byju’sର ପ୍ୟାରେଣ୍ଟ କମ୍ପାନୀ **Think and Learn...