Piyush Goyal speaks about India-US trade agreement negotiations and tariffs

ଡେଡ୍‌ଲାଇନ୍‌ରେ ନୁହେଁ, ଭଲ ଡିଲ୍‌ ପାଇଁ ଆଲୋଚନା: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ନେଇ ପୀୟୂଷ ଗୋୟଲ

ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି (FTA)ର ଆଲୋଚନା ଶେଷ ହୋଇଥିବା କହିଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ। ଚୁକ୍ତିର ପ୍ରଥମ ପର୍ଯ୍ୟାୟକୁ ଅନ୍ତିମ ରୂପ ଦେବା ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ଜାରି ରହିଛି। ଭାରତୀୟ ରପ୍ତାନିକୁ ପ୍ରତିଦ୍ୱନ୍ଦ୍ୱୀ ଦେଶଗୁଡ଼ିକଠାରୁ କମ୍ ଟାରିଫ୍‌ରେ ବଜାର ପ୍ରବେଶ ମିଳିବା ଭାରତର ପ୍ରମୁଖ ଦାବି ବୋଲି ଗୋୟଲ କହିଛନ୍ତି।

କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଶୁକ୍ରବାର କହିଛନ୍ତି ଯେଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ନେଇ ଆଲୋଚନା ଶେଷ ହୋଇଛି। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଚୁକ୍ତିର ପ୍ରଥମ ପର୍ଯ୍ୟାୟକୁ ଅନ୍ତିମ ରୂପ ଦେବା ନେଇ କିଛି ବିଷୟରେ ସୂକ୍ଷ୍ମ ସମନ୍ୱୟ ଜାରି ରହିଛି।

ଗୋୟଲ କହିଛନ୍ତି, ଏହି ଚୁକ୍ତି ସେତେବେଳେ ଭାରତ ପାଇଁ ଆକର୍ଷଣୀୟ ହେବ, ଯେତେବେଳେ ଭାରତୀୟ ରପ୍ତାନିକୁ ଆମେରିକା ବଜାରରେବିଶେଷ ବା preferential market accessମିଳିବ। ବର୍ତ୍ତମାନ ଆମେରିକାର ଟାରିଫ୍କୁ ନେଇ ଅନିଶ୍ଚିତତା ରହିଥିବାରୁ ଭାରତ ଆମେରିକା ପକ୍ଷରୁ ଆବଶ୍ୟକ ଟାରିଫ୍ ଫ୍ରେମ୍ୱର୍କର ଅପେକ୍ଷା କରୁଛି।

ଭାରତର ଲକ୍ଷ୍ୟ ହେଉଛି ଭାରତୀୟ ଉତ୍ପାଦ ଉପରେ ଲାଗୁଥିବା ଟାରିଫ୍ପ୍ରତିଦ୍ୱନ୍ଦ୍ୱୀ ଦେଶଗୁଡ଼ିକଠାରୁ କମ୍ରହିବା। ଏହି ବିଷୟରେ ଦୁଇ ଦେଶ ମଧ୍ୟରେ ସହମତି ଥିବା ଏବଂ ନିରନ୍ତର ଆଲୋଚନା ଚାଲିଥିବା ସେ କହିଛନ୍ତି।

ଗୋୟଲ କହିଛନ୍ତି ଯେ ସେ ନିକଟରେ ତାଙ୍କ ଆମେରିକୀୟ ସମକକ୍ଷଙ୍କ ସହ କଥା ହୋଇଛନ୍ତି। ଉଭୟ ପକ୍ଷ ଏକନ୍ୟାୟସଙ୍ଗତ, ସମାନ ଓ ସନ୍ତୁଳିତପ୍ରଥମ ପର୍ଯ୍ୟାୟର ଚୁକ୍ତି ପାଇଁ ପ୍ରତିବଦ୍ଧ ଅଛନ୍ତି ବୋଲି ସେ କହିଛନ୍ତି।

‘ଡେଡ୍ଲାଇନ୍ରେ ଆଲୋଚନା କରିବୁ ନାହିଁ’

ବାଣିଜ୍ୟ ଚୁକ୍ତିକୁ ନେଇ ଭାରତ କୌଣସି କୃତ୍ରିମ ସମୟସୀମାର ଚାପରେ ଆସିବ ନାହିଁ ବୋଲି ଗୋୟଲ ସ୍ପଷ୍ଟ କରିଛନ୍ତି।

ତାଙ୍କ କହିବା ଅନୁସାରେ,ଚାଷୀ, ମତ୍ସ୍ୟଜୀବୀ, MSME, ଷ୍ଟାର୍ଟଅପ୍, ମହିଳା ଉଦ୍ୟୋଗୀ ଓ ଯୁବପିଢ଼ିଙ୍କ ସ୍ୱାର୍ଥ ସୁରକ୍ଷିତ ହେବା ପରେ ହିଁ ଭାରତ ଚୁକ୍ତିକୁ ଅନ୍ତିମ ରୂପ ଦେବ।

ଆମେରିକାର ଟାରିଫ୍ ନୀତିକୁ ନେଇ ଅନିଶ୍ଚିତତା ମଧ୍ୟରେ ଗୋୟଲଙ୍କ ଏହି ବୟାନ ଗୁରୁତ୍ୱ ବହନ କରୁଛି। ଭାରତ ଏକପଟେ ଆମେରିକା ସହ ବାଣିଜ୍ୟ ସମ୍ପର୍କ ବଢ଼ାଇବାକୁ ଚାହୁଁଥିବାବେଳେ ଅନ୍ୟପଟେ ଘରୋଇ କ୍ଷେତ୍ରର ସ୍ୱାର୍ଥକୁ ପ୍ରାଥମିକତା ଦେଉଛି।

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+