ରଣଜୀ ଟ୍ରଫିର ହରିୟାଣା ବିପକ୍ଷ ମ୍ୟାଚ୍ରେ ମୁଶୀର ଖାନ୍ ଉଭୟ ବ୍ୟାଟ୍ ଓ ବଲ୍ରେ ନିଜ ଦକ୍ଷତା ଦେଖାଇଛନ୍ତି। ମୁମ୍ବାଇ ପାଇଁ ପ୍ରଥମ ଇନିଂସ୍ରେ ସେ ୧୮୫ ବଲ୍ରୁ ୧୦୯ ରନ୍ କରିଥିଲେ। ଏହା ପରେ ବାମହାତୀ ସ୍ପିନ୍ ବୋଲିଂରେ ହରିୟାଣାର ବ୍ୟାଟିଂ ଲାଇନ୍ଅପ୍କୁ ଚାପରେ ପକାଇଥିଲେ।
ମୁଶୀର ୩୧ ଓଭର ବୋଲିଂ କରି ୮୫ ରନ୍ ଦେବା ସହ ୬ଟି ୱିକେଟ୍ ନେଇଥିଲେ। ତାଙ୍କର ଏହି ଅଲ୍ରାଉଣ୍ଡ ପ୍ରଦର୍ଶନ ମୁମ୍ବାଇକୁ ମ୍ୟାଚ୍ରେ ଦୃଢ଼ ସ୍ଥିତିରେ ପହଞ୍ଚାଇଛି।
ଏକ ରଣଜୀ ଟ୍ରଫି ମ୍ୟାଚ୍ରେ ଶତକ ସହ ପାଞ୍ଚ ୱିକେଟ୍ କିମ୍ବା ତା’ଠାରୁ ଅଧିକ ୱିକେଟ୍ ନେବା ଏକ ବିରଳ ସଫଳତା। ମୁମ୍ବାଇ ପାଇଁ ଶେଷ ଥର ୧୯୯୦-୯୧ ସିଜନ୍ରେ ରବି ଶାସ୍ତ୍ରୀ ଏହି କାରନାମା କରିଥିଲେ। ଏବେ ମୁଶୀର ଖାନ୍ ମଧ୍ୟ ସେହି ତାଲିକାରେ ସ୍ଥାନ ପାଇଛନ୍ତି।
ମୁମ୍ବାଇ ପକ୍ଷରୁ ଏହି ସଫଳତା ହାସଲ କରିଥିବା ଅନ୍ୟ ଖେଳାଳିଙ୍କ ମଧ୍ୟରେ ମଦନ ରାଇଜୀ, ଦତ୍ତୁ ଫଡକର, ବିନୁ ମାଙ୍କଡ ଓ ପଲି ଉମ୍ରିଗରଙ୍କ ନାମ ରହିଛି।
ମୁମ୍ବାଇ ପ୍ରଥମ ଇନିଂସ୍ରେ ୪୩୦ ରନ୍ କରିଥିଲା। ମୁଶୀରଙ୍କ ୧୦୯ ରନ୍ ସହ ଅଙ୍ଗକ୍ରିଶ୍ ରଘୁବଂଶୀ ୧୧୪ ରନ୍ କରିଥିଲେ। ଜବାବରେ ହରିୟାଣା ୨୭୦ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ହରିୟାଣା ପକ୍ଷରୁ ନିଶାନ୍ତ ସିନ୍ଧୁ ଅପରାଜିତ ୧୦୫ ରନ୍ କରିଥିଲେ।
ଏହାଦ୍ୱାରା ମୁମ୍ବାଇ ୧୬୦ ରନ୍ର ପ୍ରଥମ ଇନିଂସ୍ ଅଗ୍ରଣୀ ହାସଲ କରି ହରିୟାଣାକୁ ଫଲୋଅନ୍ ଖେଳିବାକୁ ବାଧ୍ୟ କରିଥିଲା।
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ପୁଲିସ ଓ...
SMA ଔଷଧକୁ ନେଇ କେରଳରେ ଚର୍ଚ୍ଚା ଓ ବିବାଦ ମଧ୍ୟରେ ସ୍ୱାସ୍...
ଡର୍ମାଟୋଲୋଜିଷ୍ଟ ଡା. ଜୁଶ୍ୟା ଭାଟିଆ ସରିନ୍ ଭାରତୀୟ ତ୍ୱଚା...
ପଶ୍ଚିମ ଓଡ଼ିଶାର ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନ ବୁର୍ଲା ଭ...
ହସ୍ପିଟାଲଗୁଡ଼ିକରେ ଥରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ମେଡିକାଲ...
ଭୁବନେଶ୍ୱର: ବିବାହର କିଛି ଦିନ ପରେ ଶ୍ୱଶୁର ଘରେ ଚୋରି ଅଭି...
ନାବାଳିକା ନିଖୋଜ ପରେ ମିଳିଥିଲା ମୃତଦେହ ରିପୋର୍ଟ ଅନୁଯ...
ହରିୟାଣାର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମ...