ଜର୍ମାନୀର ମ୍ୟୁନିଖ ସହରରେ ଶ୍ରୀଜଗନ୍ନାଥ ସେବା ଜର୍ମାନୀ (SJSG), ଶିବାଳୟମ୍ e.V. ଏବଂ ଓଡ଼ିଆ ସମାଜ ମ୍ୟୁନିଖର ମିଳିତ ଆୟୋଜନରେ ପବିତ୍ର ଆଷାଢ଼ ଶୁକ୍ଳ ଦ୍ୱିତୀୟା ଅବସରରେ ଶ୍ରୀଜଗନ୍ନାଥ ରଥଯାତ୍ରା ୨୦୨୬ ମହାଆଡ଼ମ୍ବରରେ ପାଳିତ ହୋଇଛି। ପୁରୀ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଆୟୋଜିତ ଏହି ମହୋତ୍ସବରେ ଭାରତ, ଜର୍ମାନୀ ସମେତ ବିଭିନ୍ନ ଦେଶରୁ ଆସିଥିବା ପ୍ରାୟ ୧,୦୦୦ ଭକ୍ତ ଯୋଗଦେଇଥିଲେ।
କାର୍ଯ୍ୟକ୍ରମର ଆରମ୍ଭ ମଙ୍ଗଳ ଆରତି, ପୂଜା, ହୋମ, ଭଜନ ଓ କୀର୍ତ୍ତନ ସହିତ ହୋଇଥିଲା। ପରେ ପାରମ୍ପରିକ ପହଣ୍ଡି ବିଜେରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ସୁସଜ୍ଜିତ ରଥକୁ ବିଜେ କରାଯାଇଥିଲା। ଏହାପରେ ଭକ୍ତମାନେ ଭକ୍ତିଭାବର ସହ ରଥ ଟାଣି "ଜୟ ଜଗନ୍ନାଥ" ଏବଂ "ହରି ବୋଲ" ଧ୍ୱନିରେ ସମଗ୍ର ମ୍ୟୁନିଖକୁ ଭକ୍ତିମୟ କରିଥିଲେ।
ଏହି ରଥଯାତ୍ରାରେ ବିଭିନ୍ନ ଦେଶ, ଧର୍ମ ଓ ସମ୍ପ୍ରଦାୟର ଲୋକ ଏକାଠି ହୋଇ ମହାପ୍ରଭୁଙ୍କ ପ୍ରେମ, ସାମ୍ୟ, କରୁଣା ଏବଂ ବିଶ୍ୱବନ୍ଧୁତ୍ୱର ବାର୍ତ୍ତାକୁ ସାର୍ଥକ କରିଥିଲେ।
ଏହି ଅବସରରେ ଭାରତର ମ୍ୟୁନିଖସ୍ଥିତ କନସୁଲେଟ୍ ଜେନେରାଲ୍ର କନସୁଲ ଶ୍ରୀ ଶତ୍ରୁଘ୍ନ ସିନ୍ହା ମଧ୍ୟ ଉପସ୍ଥିତ ରହିଥିଲେ। ସନାତନ e.V.ର ସଭାପତି ଶ୍ରୀ ଅତନୁ ତ୍ରିପାଠୀ ପାରମ୍ପରିକ ଛେରା ପହଁରା ନୀତି ସମ୍ପନ୍ନ କରିବା ପରେ କନସୁଲ ମହାଶୟ ମଧ୍ୟ ରଥ ଟାଣି ମହାପ୍ରଭୁଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ।
ଉତ୍ସବରେ ମାୟରା ସାମଲ ଓ ରାଇକା ମହାନ୍ତିଙ୍କ ଦ୍ୱାରା ଭକ୍ତିମୟ ଓଡ଼ିଶୀ ନୃତ୍ୟ ଏବଂ ଆଦିତ୍ରୀ ମୁକୁନ୍ଦଙ୍କ ଦ୍ୱାରା ଭରତନାଟ୍ୟମ୍ ପରିବେଷଣ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଭକ୍ତମାନଙ୍କୁ ବିମୋହିତ କରିଥିଲା।
ରଥଯାତ୍ରା ଶେଷରେ ସମସ୍ତ ଭକ୍ତଙ୍କୁ ମହାପ୍ରସାଦ ବଣ୍ଟନ କରାଯାଇଥିଲା। ଆୟୋଜକ ପ୍ରିୟଦର୍ଶନ ସାମଲ, ଦୀପକ ପାଣିଗ୍ରାହୀ ଓ ତନ୍ମୟ ପଣ୍ଡା ସମସ୍ତ ସ୍ୱେଚ୍ଛାସେବୀ, ପ୍ରାୟୋଜକ, ସ୍ଥାନୀୟ ପ୍ରଶାସନ ଏବଂ ସହଯୋଗୀ ସଂସ୍ଥାଗୁଡ଼ିକୁ କୃତଜ୍ଞତା ଜଣାଇଥିଲେ।
ଶ୍ରୀଜଗନ୍ନାଥ ସେବା ଜର୍ମାନୀ (SJSG) ପକ୍ଷରୁ କୁହାଯାଇଛି ଯେ, ଜର୍ମାନୀରେ ମହାପ୍ରଭୁଙ୍କ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରମ୍ପରାର ପ୍ରଚାର ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଆୟୋଜନ ଜାରି ରହିବ।
ବ୍ରେଣ୍ଡନ୍ ମ୍ୟାକକୁଲମଙ୍କ ପରେ ଇଂଲଣ୍ଡ ଟେଷ୍ଟ ଦଳର ନୂଆ ମୁ...
ଫିଫା ବିଶ୍ୱକପ୍ ୨୦୨୬ ଫାଇନାଲ୍ ପୂର୍ବରୁ ଆମେରିକାର ରାଷ୍ଟ୍...
ପାହାଡ଼ିଆ ରାଜ୍ୟ ହିମାଚଳ ପ୍ରଦେଶରେ ମୌସୁମୀ ବର୍ଷାର ପ୍ରକୋ...
ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି...
ଭାରତୀୟ କ୍ରିକେଟ୍ ଦଳର ଦୁଇ ଅଭିଜ୍ଞ ବ୍ୟାଟର ବିରାଟ କୋହଲି...
ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ କିଛିଟା କମିବାର ସମ୍ଭାବନ...
ଜମ୍ମୁ-କାଶ୍ମୀରରେ ଲଗାତାର ମୁଷଳଧାରା ବର୍ଷା ଯୋଗୁଁ ରାଜୌରୀ...
ଫୁଟବଲ ପ୍ରେମୀଙ୍କ ପାଇଁ ବର୍ଷର ସବୁଠାରୁ ବଡ଼ ମ୍ୟାଚ୍ ରବିବ...