ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଷ୍ଟୋରରେ ଦାମୀ ଇନ୍ସୁଲିନ୍ ଇଞ୍ଜେକ୍ସନ ହେରଫେର ଓ ନଷ୍ଟ ଘଟଣାରେ ପ୍ରଶାସନ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତଦନ୍ତ ରିପୋର୍ଟ ଆଧାରରେ ଷ୍ଟୋର ପରିଚାଳନାରେ ଅବହେଳା ଅଭିଯୋଗରେ ଷ୍ଟୋର ମେଡିକାଲ ଅଫିସର (SMO)ଙ୍କୁ ତୁରନ୍ତ ଦାୟିତ୍ୱରୁ ହଟାଯାଇଛି।
ଏହା ସହିତ ସମ୍ପୃକ୍ତ ଫାର୍ମାସି ଅଫିସରଙ୍କୁ ମଧ୍ୟ ଷ୍ଟୋର ଦାୟିତ୍ୱରୁ ଅବ୍ୟାହତି ଦିଆଯିବାକୁ ନିଷ୍ପତ୍ତି ହୋଇଛି। କାର୍ଯ୍ୟରେ ଅବହେଳା ପାଇଁ ଜଣେ ଆଉଟସୋର୍ସିଂ ଆଟେଣ୍ଡାଣ୍ଟଙ୍କୁ ବହିଷ୍କାର କରାଯିବ ବୋଲି ମଧ୍ୟ ପ୍ରଶାସନ ସ୍ପଷ୍ଟ କରିଛି।
ତଦନ୍ତରେ ଜଣାପଡ଼ିଛି ଯେ, ନଷ୍ଟ ହୋଇଥିବା ଇଞ୍ଜେକ୍ସନଗୁଡ଼ିକୁ ନିର୍ଦ୍ଧାରିତ ତାପମାତ୍ରାରେ ସଂରକ୍ଷଣ କରାଯାଇନଥିଲା। ଫଳରେ ସମସ୍ତ ଇଞ୍ଜେକ୍ସନ ବ୍ୟବହାର ଅଯୋଗ୍ୟ ହୋଇପଡ଼ିଥିଲା। ଏହି କ୍ଷତିର ଅର୍ଥ ସମ୍ପୃକ୍ତ ଫାର୍ମାସିଷ୍ଟ ଓ ନର୍ସିଂ ଅଫିସରଙ୍କଠାରୁ ଆଦାୟ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।
ଘଟଣାର ଗଭୀର ତଦନ୍ତ ପାଇଁ ରେଜିଷ୍ଟ୍ରାରଙ୍କ ନେତୃତ୍ୱରେ ଗଠିତ ଚାରି ଜଣିଆ କମିଟି ଉଭୟ ଫାର୍ମାସିଷ୍ଟ ଓ ନର୍ସିଂ ଅଫିସରଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରିବାକୁ ସୁପାରିସ କରିଛି।
ସୂଚନା ଅନୁସାରେ, ଚଳିତ ବର୍ଷ ଏପ୍ରିଲ ମାସରେ ମେଡିକାଲ ଷ୍ଟୋରର ଡଷ୍ଟବିନରୁ ୨୧ଟିଇନ୍ସୁଲିନ୍ ଗ୍ଲାର୍ଜିନ୍ଇଞ୍ଜେକ୍ସନ ଉଦ୍ଧାର ହୋଇଥିଲା। ପ୍ରତ୍ୟେକ ଇଞ୍ଜେକ୍ସନର ମୂଲ୍ୟ ପ୍ରାୟ୮୬୯ ଟଙ୍କାଥିଲା। ଏହି ଘଟଣାକୁ ଗୁରୁତର ଭାବେ ନେଇ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ପରେ କମିଟି ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ବାଲେଶ୍ୱରରେ ସାମାନ୍ୟ କଥାକୁ ନେଇ ହୋଇଥିବା ବିବାଦ ଶେଷରେ ମ...
କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଶୁକ୍ରବା...
ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ନାବାଳିକାଙ୍କୁ ନେଇ ୩ଟି ଦୁଷ୍କ...
ଆମେରିକାର Federal Bureau of Investigation (FBI) ମଞ୍...
ଆମେରିକା-ଚୀନ୍ ବାଣିଜ୍ୟ ସମ୍ପର୍କ ମଧ୍ୟରେ ଆଉ ଏକ ବଡ଼ କୂଟନ...
ଭାରତର ନୂଆ GDP ତଥ୍ୟକୁ ନେଇ ଚାଲିଥିବା ବିତର୍କ ଧୀରେ ଧୀରେ...
Byju’sର ପ୍ୟାରେଣ୍ଟ କମ୍ପାନୀ **Think and Learn...
ଓଡ଼ିଶାରେ ମନ୍ଦିରଗୁଡ଼ିକୁ ଟାର୍ଗେଟ୍ କରି ଚୋରି ଘଟଣା ଥମିବ...