ତୀବ୍ର ଗ୍ରୀଷ୍ମପ୍ରବାହ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଉଦଳା ଥାନା ଅନ୍ତର୍ଗତ ବୃନ୍ଦାଗଡ଼ି ଗ୍ରାମର କୈଳାସ ନାୟକ ନାମକ ଜଣେ ଯୁବକଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ତାଙ୍କ ପରିବାର ଲୋକେ କରିଛନ୍ତି।
ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ନରେ କୈଳାସ ପୋଖରୀକୁ ଶୌଚ ପାଇଁ ଯାଇଥିଲେ। ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ପରେ ପୋଖରୀ ନିକଟରେ ସେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ।
ପରିବାର ସଦସ୍ୟମାନେ ତୁରନ୍ତ କୈଳାସଙ୍କୁ ଉଦଳା ମେଡିକାଲକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ତୀବ୍ର ଖରା ଓ ଗ୍ରୀଷ୍ମପ୍ରବାହ ଯୋଗୁଁ କୈଳାସଙ୍କ ମୃତ୍ୟୁ ହୋଇଥାଇପାରେ। ତେବେ ପ୍ରକୃତ କାରଣ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।
ଏହି ଘଟଣା ପରେ ଗ୍ରାମରେ ଶୋକର ପରିବେଶ ସୃଷ୍ଟି ହୋଇଛି। ରାଜ୍ୟରେ ଚାଲିଥିବା ତୀବ୍ର ଗ୍ରୀଷ୍ମପ୍ରବାହ ମଧ୍ୟରେ ଲୋକମାନଙ୍କୁ ଦିନ ସମୟରେ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଉଛି।
ଲିଓନେଲ ମେସି ଓ ଆର୍ଜେଣ୍ଟିନାର କାହାଣୀ ସାଧାରଣ ଫୁଟବଲ୍&zw...
ଆଫଗାନିସ୍ତାନ ବିପକ୍ଷ ଆଗାମୀ T20I ସିରିଜ୍ ପାଇଁ ଭାରତୀୟ ଦ...
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...
‘KGF’ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ସମର୍ଥ...
ସୋସିଆଲ୍ ମିଡିଆରେ‘Hanuman Ansh’ଫିଲ୍ମକୁ ନ...
୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ, ପଞ୍ଜାବ...
ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତି ହେବା ନେଇ ଆଶ...
AI ଦ୍ୱାରା ତିଆରିDeepfakeଓ ମର୍ଫଡ୍ ଫଟୋ-ଭିଡିଓର ଅନଧିକୃତ...
ଚାଇନା ମାଷ୍ଟର୍ସ ୨୦୨୬ରେ ଭାରତୀୟ ଅଭିଯାନ ନିରାଶାଜନକ ଭାବେ...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
ଭାରତୀୟ ଫୁଟବଲ ଦଳ ପାଇଁ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର FIF...
ମନୋଜ ବାଜପେୟୀଙ୍କ ଆଗାମୀ ଫିଲ୍ମ **‘Last Man in T...