Inquiry team investigates teacher accused of brutally beating students at Gurukul Vidya Mandir in Mayurbhanj.

ମୟୂରଭଞ୍ଜରେ ଶିକ୍ଷକଙ୍କ ନିର୍ମମ ମାଡ଼ ଅଭିଯୋଗ: ତଦନ୍ତ ଆରମ୍ଭ, ଜଣେ ଛାତ୍ର ଗୁରୁତର

ମୟୂରଭଞ୍ଜ ଜିଲ୍ଲା ଉଦଳାସ୍ଥିତ ଗୁରୁକୁଳ ବିଦ୍ୟା ମନ୍ଦିରରେ ଜଣେ ଶିକ୍ଷକ ଚାରିଜଣ ଆବାସିକ ଛାତ୍ରଙ୍କୁ ପାଇପ୍‌ରେ ନିର୍ମମ ଭାବେ ପିଟିଥିବା ଅଭିଯୋଗ ହୋଇଛି। ଘଟଣାର ତଦନ୍ତ ପାଇଁ ତିନି ସଦସ୍ୟ ବିଶିଷ୍ଟ ଟିମ୍ ଗଠନ ହୋଇଥିବାବେଳେ ଜଣେ ଛାତ୍ର ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।

ମୟୂରଭଞ୍ଜ ଜିଲ୍ଲାର ଉଦଳାସ୍ଥିତ ଗୁରୁକୁଳ ବିଦ୍ୟା ମନ୍ଦିରରେ ଜଣେ ଶିକ୍ଷକଙ୍କ ଦ୍ୱାରା ଛାତ୍ରମାନଙ୍କୁ ନିର୍ମମ ଭାବେ ମାଡ଼ ମାରିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାର ତଦନ୍ତ ପାଇଁ ଉଦଳା ବ୍ଲକ ଶିକ୍ଷା ଅଧିକାରୀ (BEO) ସୁବ୍ରତ କିସ୍କୁଙ୍କ ନେତୃତ୍ୱରେ ଏକ ତିନି ସଦସ୍ୟ ବିଶିଷ୍ଟ ତଦନ୍ତକାରୀ ଦଳ ଶନିବାର ବିଦ୍ୟାଳୟରେ ପହଞ୍ଚିଛନ୍ତି।

ତଦନ୍ତକାରୀ ଦଳରେ ଜଣେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ (ABEO) ଓ ଜଣେ କ୍ଲଷ୍ଟର ରିସୋର୍ସ ସେଣ୍ଟର କୋ-ଅର୍ଡିନେଟର (CRCC) ମଧ୍ୟ ସାମିଲ ଅଛନ୍ତି। ତଦନ୍ତ ପରେ ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ବିଇଓ ସ୍ପଷ୍ଟ କରିଛନ୍ତି।

ସୂଚନା ଅନୁସାରେ, ଗତ ଗୁରୁବାର ଚାରିଜଣ ଆବାସିକ ଛାତ୍ର ରଥଯାତ୍ରା ଦେଖିବା ପାଇଁ ଶିକ୍ଷକଙ୍କୁ ନ ଜଣାଇ ବିଦ୍ୟାଳୟ ପରିସର ବାହାରକୁ ଯାଇଥିଲେ। ଏହା ଜାଣିବା ପରେ ସମ୍ପୃକ୍ତ ଶିକ୍ଷକ ସେମାନଙ୍କୁ ପାଇପ୍ରେ ନିର୍ମମ ଭାବେ ପିଟିଥିବା ଅଭିଯୋଗ ହୋଇଛି।

ମାଡ଼ରେ ଭୟଭୀତ ହୋଇ ଛାତ୍ରମାନେ ବିଦ୍ୟାଳୟ ଛାଡ଼ି ଉଦଳା ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ଏହି ଘଟଣାରେ ଜଣେ ଛାତ୍ର ଗୁରୁତର ଆହତ ହୋଇ ଉଦଳା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ବିଦ୍ୟାଳୟର ଅଧ୍ୟକ୍ଷ ଛାତ୍ରମାନଙ୍କୁ ମାଡ଼ ମାରିଥିବା ଘଟଣାକୁ ସ୍ୱୀକାର କରିଥିବାବେଳେ ଏହାକୁ ଭୁଲ୍ ବୋଲି କହିଛନ୍ତି। ତେବେ କେଉଁ ପରିସ୍ଥିତିରେ ଶିକ୍ଷକ ଏଭଳି ପଦକ୍ଷେପ ନେଇଥିଲେ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

Latest News
୧୫ ବର୍ଷ ଧରି ଗ୍ୟାଙ୍ଗଷ୍ଟର ଭୂମିକା ପରେ ‘Hanuman Ansh’ରେ ମିଳିଲା ‘ସାତ୍ତ୍ୱିକ ଭୋଜନ’: ଚନ୍ଦନ ଆନନ୍ଦ

୧୫ ବର୍ଷ ଧରି ଗ୍ୟାଙ୍ଗଷ୍ଟର ଭୂମିକା ପରେ...

ଅଭିନେତାଚନ୍ଦନ ଆନନ୍ଦଙ୍କ ପାଇଁ ‘Hanuman Ansh&rsq...

Instagram Reels ଯୋଗୁଁ ପୁଣି ଲୋକପ୍ରିୟ ହେଲା ‘Mirzapur’ର ‘Vaaroon’, ଗୀତିକାର Ginny Diwan କହିଲେ ନିଜ ଅନୁଭବ

Instagram Reels ଯୋଗୁଁ ପୁଣି ଲୋକପ୍ରିୟ ହେଲା...

‘Mirzapur’ର ସଫଳତା ସହ ଏହାର ଗୀତଗୁଡ଼ିକ ମଧ...

‘ନ୍ୟୁ ମେକ୍ସିକୋ’ ହେବ ‘ନ୍ୟୁ ଆମେରିକା’? ଟ୍ରମ୍ପଙ୍କ ମ୍ୟାପ୍ ପୋଷ୍ଟକୁ ନେଇ ଚର୍ଚ୍ଚା

‘ନ୍ୟୁ ମେକ୍ସିକୋ’ ହେବ ‘ନ୍ୟୁ ଆମେରିକା’? ଟ୍ରମ୍ପଙ୍କ...

ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...

Bigg Boss 20: ବାଦଶାହଙ୍କଠାରୁ ଅଲଗା ହେବା ପରେ ଇଶା ରିଖିଙ୍କୁ ସଲମାନଙ୍କ ପରାମର୍ଶ- ‘ଅତୀତକୁ ଛାଡ଼ି ଆଗକୁ ବଢ଼’

Bigg Boss 20: ବାଦଶାହଙ୍କଠାରୁ ଅଲଗା ହେବା...

ପଞ୍ଜାବୀ ଅଭିନେତ୍ରୀଇଶା ରିଖିବାଦଶାହଙ୍କଠାରୁ ବିଚ୍ଛେଦ ଘୋଷ...

ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର ୨୦୨୬

ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର...

ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...

ବିଜୟଙ୍କ ନେତୃତ୍ୱାଧୀନ ତାମିଲନାଡୁ ମେଣ୍ଟକୁ ମିଳିବ ନୂଆ ନାଁ, ତିଆରି ହେବ ସ୍ୱତନ୍ତ୍ର ରାଜନୈତିକ ପରିଚୟ

ବିଜୟଙ୍କ ନେତୃତ୍ୱାଧୀନ ତାମିଲନାଡୁ ମେଣ୍ଟକୁ ମିଳିବ ନୂଆ...

ତାମିଲନାଡୁର ଶାସକ ମେଣ୍ଟ ଏବେ ନିଜର ଏକ ସ୍ୱତନ୍ତ୍ର ରାଜନୈତ...

କାହିଁକି ଗୁଜରାଟ? National Film Awardsର ନୂଆ ଭେନ୍ୟୁକୁ ନେଇ ପ୍ରଶ୍ନ ଉଠାଇଲେ ‘Raees’ ନିର୍ଦ୍ଦେଶକ ରାହୁଲ ଢୋଲକିଆ

କାହିଁକି ଗୁଜରାଟ? National Film Awardsର ନୂଆ...

ଭୁବନେଶ୍ୱର: ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ମଧ୍ୟରୁ ଅ...

ହର୍ମୁଜ୍‌ ପ୍ରଣାଳୀ ବାହାରେ ‘ଏକ୍ସକ୍ଲୁଜନ୍ ଜୋନ୍’ ଘୋଷଣା କରିବ ଇରାନ, ଆମେରିକା ସହ ବଢ଼ିଲା ତିକ୍ତତା

ହର୍ମୁଜ୍‌ ପ୍ରଣାଳୀ ବାହାରେ ‘ଏକ୍ସକ୍ଲୁଜନ୍ ଜୋନ୍’ ଘୋଷଣା...

ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+