ମୟୂରଭଞ୍ଜରେ ଶିକ୍ଷକଙ୍କ ନିର୍ମମ ମାଡ଼ ଅଭିଯୋଗ: ତଦନ୍ତ ଆରମ୍ଭ, ଜଣେ ଛାତ୍ର ଗୁରୁତର

ମୟୂରଭଞ୍ଜ ଜିଲ୍ଲା ଉଦଳାସ୍ଥିତ ଗୁରୁକୁଳ ବିଦ୍ୟା ମନ୍ଦିରରେ ଜଣେ ଶିକ୍ଷକ ଚାରିଜଣ ଆବାସିକ ଛାତ୍ରଙ୍କୁ ପାଇପ୍‌ରେ ନିର୍ମମ ଭାବେ ପିଟିଥିବା ଅଭିଯୋଗ ହୋଇଛି। ଘଟଣାର ତଦନ୍ତ ପାଇଁ ତିନି ସଦସ୍ୟ ବିଶିଷ୍ଟ ଟିମ୍ ଗଠନ ହୋଇଥିବାବେଳେ ଜଣେ ଛାତ୍ର ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।
Inquiry team investigates teacher accused of brutally beating students at Gurukul Vidya Mandir in Mayurbhanj.
Inquiry team investigates teacher accused of brutally beating students at Gurukul Vidya Mandir in Mayurbhanj.

ମୟୂରଭଞ୍ଜ ଜିଲ୍ଲାର ଉଦଳାସ୍ଥିତ ଗୁରୁକୁଳ ବିଦ୍ୟା ମନ୍ଦିରରେ ଜଣେ ଶିକ୍ଷକଙ୍କ ଦ୍ୱାରା ଛାତ୍ରମାନଙ୍କୁ ନିର୍ମମ ଭାବେ ମାଡ଼ ମାରିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାର ତଦନ୍ତ ପାଇଁ ଉଦଳା ବ୍ଲକ ଶିକ୍ଷା ଅଧିକାରୀ (BEO) ସୁବ୍ରତ କିସ୍କୁଙ୍କ ନେତୃତ୍ୱରେ ଏକ ତିନି ସଦସ୍ୟ ବିଶିଷ୍ଟ ତଦନ୍ତକାରୀ ଦଳ ଶନିବାର ବିଦ୍ୟାଳୟରେ ପହଞ୍ଚିଛନ୍ତି।

ତଦନ୍ତକାରୀ ଦଳରେ ଜଣେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ (ABEO) ଓ ଜଣେ କ୍ଲଷ୍ଟର ରିସୋର୍ସ ସେଣ୍ଟର କୋ-ଅର୍ଡିନେଟର (CRCC) ମଧ୍ୟ ସାମିଲ ଅଛନ୍ତି। ତଦନ୍ତ ପରେ ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ବିଇଓ ସ୍ପଷ୍ଟ କରିଛନ୍ତି।

ସୂଚନା ଅନୁସାରେ, ଗତ ଗୁରୁବାର ଚାରିଜଣ ଆବାସିକ ଛାତ୍ର ରଥଯାତ୍ରା ଦେଖିବା ପାଇଁ ଶିକ୍ଷକଙ୍କୁ ନ ଜଣାଇ ବିଦ୍ୟାଳୟ ପରିସର ବାହାରକୁ ଯାଇଥିଲେ। ଏହା ଜାଣିବା ପରେ ସମ୍ପୃକ୍ତ ଶିକ୍ଷକ ସେମାନଙ୍କୁ ପାଇପ୍ରେ ନିର୍ମମ ଭାବେ ପିଟିଥିବା ଅଭିଯୋଗ ହୋଇଛି।

ମାଡ଼ରେ ଭୟଭୀତ ହୋଇ ଛାତ୍ରମାନେ ବିଦ୍ୟାଳୟ ଛାଡ଼ି ଉଦଳା ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ଏହି ଘଟଣାରେ ଜଣେ ଛାତ୍ର ଗୁରୁତର ଆହତ ହୋଇ ଉଦଳା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ବିଦ୍ୟାଳୟର ଅଧ୍ୟକ୍ଷ ଛାତ୍ରମାନଙ୍କୁ ମାଡ଼ ମାରିଥିବା ଘଟଣାକୁ ସ୍ୱୀକାର କରିଥିବାବେଳେ ଏହାକୁ ଭୁଲ୍ ବୋଲି କହିଛନ୍ତି। ତେବେ କେଉଁ ପରିସ୍ଥିତିରେ ଶିକ୍ଷକ ଏଭଳି ପଦକ୍ଷେପ ନେଇଥିଲେ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

LIVE TV
LIVE
Latest News
ଜଳେଶ୍ୱର ନାବାଳିକା ମାମଲା: IICଙ୍କ ବଦଳି, ନାମ୍ପୋ ଫାଣ୍ଡି ଅଧିକାରୀ ନିଲମ୍ବିତ

ଜଳେଶ୍ୱର ନାବାଳିକା ମାମଲା: IICଙ୍କ ବଦଳି, ନାମ୍ପୋ...

ନାବାଳିକା ନିଖୋଜ ପରେ ମିଳିଥିଲା ମୃତଦେହ ରିପୋର୍ଟ ଅନୁଯ...

ଶୁକ୍ର ଗ୍ରହ ବକ୍ରୀ: ଏହି ୫ ରାଶି ରୁହନ୍ତୁ ସତର୍କ, ଧନ-ସମ୍ପର୍କରେ ନିଷ୍ପତ୍ତି ନେବାବେଳେ ସାବଧାନ

ଶୁକ୍ର ଗ୍ରହ ବକ୍ରୀ: ଏହି ୫ ରାଶି...

ଶୁକ୍ର ବକ୍ରୀକୁ ନେଇ କ’ଣ କୁହୁଛି ଜ୍ୟୋତିଷ? ଜ୍ୟ...

ବିବାହର କିଛି ଦିନ ପରେ ଶ୍ୱଶୁର ଘରୁ ୫ ଲକ୍ଷର ସୁନା ଚୋରି ଅଭିଯୋଗ, ଜ୍ୱାଇଁ ଗିରଫ

ବିବାହର କିଛି ଦିନ ପରେ ଶ୍ୱଶୁର ଘରୁ...

ଭୁବନେଶ୍ୱର: ବିବାହର କିଛି ଦିନ ପରେ ଶ୍ୱଶୁର ଘରେ ଚୋରି ଅଭି...

ଭୀମସାରରେ ରକ୍ତ ପରୀକ୍ଷା ଯନ୍ତ୍ରଣା: ୫ ଘଣ୍ଟା ଅପେକ୍ଷା, ରିପୋର୍ଟ ପାଇଁ ବି ଲମ୍ବା ଧାଡ଼ି!

ଭୀମସାରରେ ରକ୍ତ ପରୀକ୍ଷା ଯନ୍ତ୍ରଣା: ୫ ଘଣ୍ଟା...

ପଶ୍ଚିମ ଓଡ଼ିଶାର ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନ ବୁର୍ଲା ଭ...

କୁଖ୍ୟାତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନ୍‌କାଉଣ୍ଟର, ଗୋଡ଼ରେ ଗୁଳି; କଟକ ସ୍ଥାନାନ୍ତର

କୁଖ୍ୟାତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନ୍‌କାଉଣ୍ଟର, ଗୋଡ଼ରେ...

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ପୁଲିସ ଓ...

ଆମେରିକାରେ ଧରାପଡ଼ିଲା ଭାରତର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ!

ଆମେରିକାରେ ଧରାପଡ଼ିଲା ଭାରତର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର...

ହରିୟାଣାର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମ...

ଭାରତୀୟ ତ୍ୱଚାରେ କାହିଁକି ଭଲ ହେଉନି ଆକ୍ନେ? ଡର୍ମାଟୋଲୋଜିଷ୍ଟ ଡା. ଜୁଶ୍ୟା ଭାଟିଆ ସରିନ୍‌ଙ୍କ ବଡ଼ ଖୁଲାସା

ଭାରତୀୟ ତ୍ୱଚାରେ କାହିଁକି ଭଲ ହେଉନି ଆକ୍ନେ?...

ଡର୍ମାଟୋଲୋଜିଷ୍ଟ ଡା. ଜୁଶ୍ୟା ଭାଟିଆ ସରିନ୍ ଭାରତୀୟ ତ୍ୱଚା...

ହସ୍ପିଟାଲରେ ‘ସିଙ୍ଗଲ୍-ୟୁଜ୍’ ମେଡିକାଲ ଉପକରଣ ପୁଣି ବ୍ୟବହାର ମନା, କେନ୍ଦ୍ରର କଡ଼ା ନିର୍ଦ୍ଦେଶ

ହସ୍ପିଟାଲରେ ‘ସିଙ୍ଗଲ୍-ୟୁଜ୍’ ମେଡିକାଲ ଉପକରଣ ପୁଣି ବ୍ୟବହାର...

ହସ୍ପିଟାଲଗୁଡ଼ିକରେ ଥରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ମେଡିକାଲ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+