ମୟୂରଭଞ୍ଜ ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। କରଞ୍ଜିଆ ବନଖଣ୍ଡ ଅଧୀନ ଦୁଧିଆଣି ରେଞ୍ଜର କମଳାବାହାଳି ଜଙ୍ଗଲ ଅଞ୍ଚଳରୁ ସୋମବାର ଏକ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ମୃତଦେହର ଅବସ୍ଥା ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
ସୂଚନା ଅନୁଯାୟୀ, ମୃତଦେହର କିଛି ଅଂଶ ଗଛରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା। ବିଶେଷକରି ଗୋଡ଼ ଓ ଜଙ୍ଘ ଅଂଶ ଗଛରେ ଲାଗି ରହିଥିବାରୁ କୌଣସି ହିଂସ୍ର ବନ୍ୟପ୍ରାଣୀ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି।
ମୃତ ବ୍ୟକ୍ତି ଜଣକ ବସନ୍ତପୁର ଗ୍ରାମର ସାଧୁ ନାୟକ ବୋଲି ଅନୁମାନ କରାଯାଉଛି। ସେ ଗାଈ ଚରାଇବା ପାଇଁ ଜଙ୍ଗଲକୁ ଯାଇଥିଲେ ଏବଂ ଘରକୁ ଫେରିନଥିଲେ। ପରେ ଖୋଜାଖୋଜି ସମୟରେ ତାଙ୍କର କ୍ଷତବିକ୍ଷତ ମୃତଦେହ ଠାବ କରାଯାଇଥିଲା।
ଘଟଣାର ସୂଚନା ପାଇବା ପରେ କରଞ୍ଜିଆ ବନଖଣ୍ଡର ଡିଏଫଓ, ବନ ବିଭାଗର କର୍ମଚାରୀ, ସିମିଳିପାଳ କର୍ତ୍ତୃପକ୍ଷ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।
ପ୍ରାଥମିକ ତଦନ୍ତରୁ ଏହା ବାଘ ଆକ୍ରମଣ ହୋଇପାରେ ବୋଲି ସନ୍ଦେହ କରାଯାଉଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ପୁଷ୍ଟି କରାଯାଇନାହିଁ।
ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ଦିନ ଧରି ସ୍ଥାନୀୟ ଗ୍ରାମବାସୀମାନେ ଅଞ୍ଚଳରେ ବାଘ ଉପଦ୍ରବ ନେଇ ଅଭିଯୋଗ କରିଆସୁଥିଲେ। ଗୃହପାଳିତ ପଶୁମାନଙ୍କୁ ବାଘ ଶିକାର କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ନିକଟସ୍ଥ ଗ୍ରାମଗୁଡ଼ିକରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତି ହେବା ନେଇ ଆଶ...
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...
୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ, ପଞ୍ଜାବ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...