ମୟୂରଭଞ୍ଜ ଜିଲ୍ଲାର ୧୮ ନମ୍ବର ଜାତୀୟ ରାଜପଥରେ ଏକ କଣ୍ଟେନରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। କୁଳିଅଣା ଥାନା ଅଧୀନ ଶୁଖୁଆପଡ଼ା ଟୋଲଗେଟ୍ ସମ୍ମୁଖରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ, କଣ୍ଟେନରଟି ବାରିପଦା ଦେଇ ପାଟଣା ଅଭିମୁଖେ ଯାଉଥିଲା। ଟୋଲଗେଟ୍ ନିକଟରେ ଗାଡ଼ିଟି ଅଟକିଥିବା ସମୟରେ ଚାଳକ ଗାଡ଼ି ପାଖରେ ରୋଷେଇ କରୁଥିଲେ। ହଠାତ୍ କୌଣସି କାରଣରୁ କଣ୍ଟେନରରେ ନିଆଁ ଲାଗିଥିଲା।
ଦେଖୁ ଦେଖୁ ନିଆଁ କଣ୍ଟେନରର ସମଗ୍ର ଅଂଶକୁ ବ୍ୟାପିଯାଇଥିଲା। ନିଆଁ ଲାଗିବା ଦେଖି ଚାଳକ ତୁରନ୍ତ ଗାଡ଼ିଠାରୁ ଦୂରେଇ ଯାଇଥିଲେ। ଫଳରେ ଏକ ବଡ଼ ଅଘଟଣ ଟଳିଯାଇଥିଲା ଏବଂ ଚାଳକ ସୁରକ୍ଷିତ ଥିବା ଜଣାପଡ଼ିଛି।
ଅଗ୍ନିକାଣ୍ଡ ଯୋଗୁଁ ୧୮ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପାଇଁ ଯାତାୟାତ ପ୍ରଭାବିତ ହୋଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା।
ତେବେ କଣ୍ଟେନରରେ ନିଆଁ ଲାଗିବାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଅଗ୍ନିକାଣ୍ଡର କାରଣ ନେଇ ତଦନ୍ତ ଚାଲିଛି।
ଆମେରିକାରFederal Reserveଦୀର୍ଘ ତିନି ବର୍ଷ ପରେ ପ୍ରଥମ ଥ...
ତାମିଲନାଡୁରେ ଜବାହର ନବୋଦୟ ବିଦ୍ୟାଳୟ ସ୍ଥାପନ ଓ ଭାଷା ନୀତ...
ପ୍ଲାଷ୍ଟିକ୍ ବୋତଲରେ ଘର!ଶୁଣିବାକୁ ଅଜବ ଲାଗିଲେ ମଧ୍ୟ ବାଂଲ...
ରୁଷରୁ ତେଲ ଓ ଅନ୍ୟ ଶକ୍ତି ଉତ୍ପାଦ କିଣୁଥିବା ଦେଶଗୁଡ଼ିକ ଉ...
କ୍ରିକେଟ ପଡ଼ିଆରେ ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ପୂର୍ବ...
ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI)ର ମୁଖ୍ୟ ଚୟନକ...
ଭାରତୀୟ କ୍ରିକେଟର ପୃଥ୍ୱୀ ଶ’ ଓ ଆକୃତି ଅଗ୍ରୱାଲଙ୍କ...
ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆଜି ନୂଆଦିଲ୍ଲୀର ଅରୁଣ ଜେଟ୍...
ଆଫଗାନିସ୍ତାନର ରାଜନୈତିକ, ମାନବୀୟ ଓ ସୁରକ୍ଷା ପରିସ୍ଥିତିକ...