ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରେମୁଣା ଏନଏସିର ୧୨ ନମ୍ବର ୱାର୍ଡ ଅଚ୍ୟୁତପୁରରେ ଜଣେ ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଭାଗବତ ପରିଡ଼ାଙ୍କ ୩୭ ବର୍ଷୀୟ ପୁଅହେମନ୍ତ ପରିଡ଼ା।
ପରିବାର ସୂତ୍ରରୁ ଜଣାପଡ଼ିଛି ଯେ, ହେମନ୍ତଙ୍କର ଦୁଇ ଝିଅ ଅଛନ୍ତି, ଯାହାଙ୍କ ବୟସ ଯଥାକ୍ରମେ ୯ ବର୍ଷ ଓ ୪ ବର୍ଷ। ପାରିବାରିକ କଳହ କାରଣରୁ ତାଙ୍କ ସ୍ତ୍ରୀ ଦୁଇ ଝିଅଙ୍କୁ ନେଇ ବାପଘରେ ରହୁଥିବା ସୂଚନା ମିଳିଛି।
ଶନିବାର ସକାଳ ପ୍ରାୟ ୧୦ଟା ପର୍ଯ୍ୟନ୍ତ ହେମନ୍ତ ଘରର କବାଟ ନ ଖୋଲିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। ପରେ ଝରକା ଦେଇ ଦେଖିବାବେଳେ ସେ ନିଜ ଶୋଇବା ଘରର ସିଲିଂ ଫ୍ୟାନରେ ଏକ ଗାମୁଛା ସାହାଯ୍ୟରେ ଝୁଲିଥିବା ଦେଖାଯାଇଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ଶିଳ୍ପାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲା। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ପୁଲିସ ଏହି ଘଟଣାରେ ଏକଅପମୃତ୍ୟୁ ମାମଲାରୁଜୁ କରି ମୃତ୍ୟୁର ପ୍ରକୃତ କାରଣ ଜାଣିବାକୁ ତଦନ୍ତ ଜାରି ରଖିଛି।
ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ପିତାମାତାଙ୍କ ସମ୍ପତ୍ତିକୁ ନେଇ ଚାଲିଥିବା ଏକ ବିବାଦରେ ସୁପ...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ଲଗାଣ ବର୍ଷା ପରେ ବିହାରରେ ବନ୍ୟା ପରିସ୍ଥିତି ଆହୁରି ଗମ୍ଭୀ...
ଓଡ଼ିଶା ସମେତ ୫ଟି ରାଜ୍ୟର ରେଳ ଯୋଗାଯୋଗକୁ ଆହୁରି ମଜବୁତ କ...
ପ୍ରାୟ ୫ ବର୍ଷ ଧରି ଚାଲିଥିବା IDBI ବ୍ୟାଙ୍କର ଘରୋଇକରଣ ପ୍...