ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷ ଦିନକୁ ଦିନ ଗମ୍ଭୀର ହେଉଥିବା ବେଳେ, ଏହାକୁ ନେଇ ଆମେରିକାର ପୂର୍ବତନ ପ୍ରତିରକ୍ଷା ସଚିବ ମାର୍କ ଏସ୍ପର ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ,କେବଳ ବିମାନ ଆକ୍ରମଣ କିମ୍ବା ବୋମାମାଡ଼ ଉପରେ ନିର୍ଭର କରି ଇରାନ ବିରୋଧୀ ଯୁଦ୍ଧରେ ବିଜୟ ହାସଲ କରିହେବ ନାହିଁ।
ବର୍ତ୍ତମାନ ଆମେରିକା ଇରାନର ଅନେକ ସାମରିକ ଘାଟିକୁ ଟାର୍ଗେଟ କରି ଆକ୍ରମଣ କରୁଥିବା ଦାବି କରୁଥିବାବେଳେ, ଇରାନ ମଧ୍ୟ ଆମେରିକୀୟ ସାମରିକ ଘାଟି ଉପରେ ପାଲଟା ଆକ୍ରମଣ ଜାରି ରଖିଛି। ଏହି ପରିସ୍ଥିତିରେ ମାର୍କ ଏସ୍ପରଙ୍କ ବୟାନ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି।
ଗଣମାଧ୍ୟମ ସହ କଥାବାର୍ତ୍ତାରେ ଏସ୍ପର କହିଛନ୍ତି ଯେ, ଲଗାତାର ବୋମାମାଡ଼ କିମ୍ବା ବିମାନ ଆକ୍ରମଣ ଦ୍ୱାରା ତେହେରାନର ନୀତି କିମ୍ବା ମନୋଭାବରେ ବଡ଼ ପରିବର୍ତ୍ତନ ଆଣିବା ସମ୍ଭାବନା କମ୍। ତେଣୁ କେବଳ ସାମରିକ ପଦକ୍ଷେପ ନୁହେଁ, କୂଟନୀତିକ ଉଦ୍ୟମ ମଧ୍ୟ ଆବଶ୍ୟକ।
ତାଙ୍କ ଏହି ବୟାନ ଏପରି ସମୟରେ ଆସିଛି, ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ଆକ୍ରମଣକୁ ଆହୁରି ଜୋରଦାର କରିବାକୁ ସଙ୍କେତ ଦେଇଛନ୍ତି। ଏହା ଫଳରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି।
ମାର୍କ ଏସ୍ପର କହିଛନ୍ତି ଯେ, ଯୁଦ୍ଧର ଦୀର୍ଘସ୍ଥାୟୀ ସମାଧାନ କେବଳ ସାମରିକ ଅଭିଯାନ ଦ୍ୱାରା ସମ୍ଭବ ନୁହେଁ। ସେ ଆମେରିକାକୁ ଯୁଦ୍ଧର ବ୍ୟାପକ ପରିଣାମ ଏବଂ ସମ୍ଭାବ୍ୟ ବିପଦକୁ ଧ୍ୟାନରେ ରଖି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି।
ବିଶେଷଜ୍ଞଙ୍କ ମତରେ, ଆମେରିକା-ଇରାନ ସଂଘର୍ଷ ଯଦି ଆହୁରି ତୀବ୍ର ହୁଏ, ତେବେ ମଧ୍ୟପ୍ରାଚ୍ୟ ସହ ବିଶ୍ୱ ଅର୍ଥନୀତି, ତୈଳ ବଜାର ଓ ଆନ୍ତର୍ଜାତିକ ସୁରକ୍ଷା ବ୍ୟବସ୍ଥା ଉପରେ ଏହାର ଗଭୀର ପ୍ରଭାବ ପଡ଼ିପାରେ।
ଛୋଟବେଳେ ବାପାଙ୍କ ହାତ ଧରି ଚୀନରେ ବ୍ୟାଡମିଣ୍ଟନ୍ କୋର୍ଟକୁ...
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍...
ଜମ୍ମୁ-କଶ୍ମୀରର ରାଜନୀତିରେ ଏବେ ହଟଚମଟ। ଶାସକ ନ୍ୟାସନାଲ କ...
ସକାଳୁ ଦାନ୍ତ ଘଷିବା ବେଳେ ଅସାବଧାନତା ଯୋଗୁଁ ଜଣେ ବ୍ୟକ୍ତି...
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ଅସୁସ୍ଥ ହେଲେ ହିଁ ଡାକ...
ଦେଶରେ ବଢ଼ୁଥିବା ତାପମାତ୍ରା ଏବେ କେବଳ ସାଧାରଣ ଜନଜୀବନକୁ...
ଆଦିବାସୀ ସମ୍ପ୍ରଦାୟର ସମସ୍ୟା ଓ ଅଭିଯୋଗର ସମାଧାନ ପାଇଁ ଜମ...
ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ପୁରୁଷ ହକି ଦଳର ଐତି...