ମାଣିଆବନ୍ଧ ସରପଞ୍ଚଙ୍କ ସ୍ୱାମୀ ଶ୍ରୀକାନ୍ତ ଜେନାଙ୍କ ଉପରେ ହୋଇଥିବା ଚର୍ଚ୍ଚିତ ଗୁଳିମାଡ଼ ଘଟଣାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ହୋଇଥିବାମାନଙ୍କ ମଧ୍ୟରେ ଗୁଳି ଚଳାଇଥିବା ବ୍ୟକ୍ତି, ଘଟଣାର ଷଡ଼ଯନ୍ତ୍ରକାରୀ ଓ ଜଣେ ସହଯୋଗୀ ରହିଥିବା ସୂଚନା ମିଳିଛି।
ପୁଲିସ ସେମାନଙ୍କୁ ଏକ ଗୁପ୍ତ ସ୍ଥାନରେ ରଖି ପଚରାଉଚରା କରୁଛି। ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତା ଓ ପତିଆରକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଥିବା ସାମ୍ନାକୁ ଆସିଛି। ତଦନ୍ତ ଆଧାରରେ ଜିଲ୍ଲା ବାହାରୁ ୩ ଜଣଙ୍କୁ ଗିରଫ କରାଯାଇଛି। ଘଟଣା ପାଇଁ ବାହାର ଜିଲ୍ଲାର କିଛି ଅପରାଧୀଙ୍କୁ ଭଡ଼ାରେ ଆଣାଯାଇଥିବା ନେଇ ମଧ୍ୟ ପୁଲିସ ସୂଚନା ପାଇଛି।
ଉଲ୍ଲେଖଯୋଗ୍ୟ ଯେ, ଗତ ଜୁନ୍ ୨୬ ତାରିଖରେ ଦୁଇଟି ଗାଡ଼ିରେ ଆସିଥିବା କିଛି ଦୁର୍ବୃତ୍ତ ମାଣିଆବନ୍ଧ ସରପଞ୍ଚଙ୍କ ସ୍ୱାମୀ ଶ୍ରୀକାନ୍ତ ଜେନାଙ୍କ ଉପରେ ଗୁଳିମାଡ଼ କରିଥିଲେ। ଏହାପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ତେବେ ଏହି ମାମଲାରେ ଏବେବି କିଛି ଅଭିଯୁକ୍ତ ଫେରାର ଥିବାବେଳେ ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକ ଏପର୍ଯ୍ୟନ୍ତ ଜବତ ହୋଇନାହିଁ। ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କୁ ପଚରାଉଚରା କରି ପୁଲିସ ଘଟଣାର ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ର ଓ ଅନ୍ୟ ସଂପୃକ୍ତ ଅଭିଯୁକ୍ତଙ୍କ ସନ୍ଧାନରେ ତଦନ୍ତ ଜାରି ରଖିଛି।
ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ନଭେମ୍ବର ୫ ତାରିଖରେ ପରଦାକୁ...
ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ:...
ପୁଣି ଚର୍ଚ୍ଚାରେ ଓଡ଼ିଶା-ଆନ୍ଧ୍ର ସୀମା ବିବାଦୀୟ ଅଞ୍ଚଳ କୋ...
ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବ...
ବନ୍ୟାଜଳ ହଟିଯାଇଛି, ହେଲେ ଛାଡ଼ିଯାଇଛି ବିପର୍ଯ୍ୟୟର ଭୟଙ୍କ...
ଓଡ଼ିଶା କହିଲେ ମନକୁ ଆସେ ବାତ୍ୟା, ବନ୍ୟା ଓ କାଳବୈଶାଖୀର ଚ...
ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ଆଉ ଅଳ୍ପ ଦିନ ବାକି।...
ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ: ର...