Mamata Banerjee issues a last warning to TMC leaders after Koyel Mallick's resignation from Rajya Sabha.

'୨୧ ଜୁଲାଇ ପୂର୍ବରୁ ଦଳ ଛାଡ଼ିଦିଅ' : କୋୟଲ ମଲ୍ଲିକଙ୍କ ଇସ୍ତଫା ପରେ ଟିଏମସି ନେତାଙ୍କୁ ମମତାଙ୍କ ଶେଷ ଚେତାବନୀ

ପଶ୍ଚିମବଙ୍ଗ ରାଜନୀତିରେ ତୃଣମୂଳ କଂଗ୍ରେସକୁ ଲାଗିଛି ଆଉ ଏକ ବଡ଼ ଝଟ୍‌କା। ରାଜ୍ୟସଭା ସାଂସଦ କୋୟଲ ମଲ୍ଲିକଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳର ନେତାମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି। ସେ ସ୍ପଷ୍ଟ କରି କହିଛନ୍ତି ଯେ, ଯେଉଁମାନେ ଦଳ ଛାଡ଼ିବାକୁ ଚାହୁଁଛନ୍ତି ସେମାନେ ୨୧ ଜୁଲାଇ ପୂର୍ବରୁ ଚାଲିଯାଆନ୍ତୁ। ଏହାସହ ବିରୋଧୀଙ୍କ ଉପରେ ରାଜନୈତିକ ଚାପ ସୃଷ୍ଟିର ଅଭିଯୋଗ ମଧ୍ୟ ଆଣିଛନ୍ତି ମମତା।

ପଶ୍ଚିମବଙ୍ଗ ରାଜନୀତିରେ ପୁଣିଥରେ ହଟଚମଟ ସୃଷ୍ଟି ହୋଇଛି। ବିଧାନସଭା ନିର୍ବାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସ (ଟିଏମସି)ରେ ଇସ୍ତଫାର ଧାରା ଥମିବାର ନାଁ ନେଉନାହିଁ। ଏହି କ୍ରମରେ ପ୍ରସିଦ୍ଧ ବଙ୍ଗଳା ଅଭିନେତ୍ରୀ ଓ ରାଜ୍ୟସଭା ସାଂସଦ କୋୟଲ ମଲ୍ଲିକ ନିଜ ପଦରୁ ଇସ୍ତଫା ଦେଇ ଦଳକୁ ବଡ଼ ଝଟ୍କା ଦେଇଛନ୍ତି।

ଗତ ଏପ୍ରିଲ ୬ ତାରିଖରେ ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଥିବା କୋୟଲ ମଲ୍ଲିକ ମାତ୍ର ୧୦୧ ଦିନ ମଧ୍ୟରେ ଦଳ ଛାଡ଼ିବା ପଶ୍ଚିମବଙ୍ଗ ରାଜନୀତିକୁ ସରଗରମ କରିଦେଇଛି। ତାଙ୍କ ଇସ୍ତଫା ପରେ ପ୍ରଥମ ଥର ପାଇଁ ମୁଖ ଖୋଲିଛନ୍ତି ମମତା ବାନାର୍ଜୀ।

ସେ କହିଛନ୍ତି, "ଯେଉଁମାନେ ତୃଣମୂଳ କଂଗ୍ରେସ ଛାଡ଼ିବାକୁ ଚାହୁଁଛନ୍ତି, ସେମାନେ ଆସନ୍ତା ୨୧ ଜୁଲାଇ ପୂର୍ବରୁ ହିଁ ଚାଲିଯାଆନ୍ତୁ। ୨୧ ଜୁଲାଇ ପରେ ଦଳ ଏକ ନୂଆ ସଂକଳ୍ପ ଓ ନୂଆ ରଣନୀତି ସହ ଆଗକୁ ବଢ଼ିବ।"

ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ୨୧ ଜୁଲାଇକୁ ଟିଏମସି 'ଶହୀଦ ଦିବସ' ଭାବେ ପାଳନ କରିଥାଏ। ଏହା ଦଳର ସବୁଠାରୁ ବଡ଼ ରାଜନୈତିକ କାର୍ଯ୍ୟକ୍ରମ ଭାବେ ପରିଗଣିତ ହୁଏ।

ମମତା ବାନାର୍ଜୀ ଆହୁରି କହିଛନ୍ତି ଯେ, କୋୟଲ ମଲ୍ଲିକ ଇସ୍ତଫା ଦେବା ପରେ ବିଜେପିର ଜଣେ ବରିଷ୍ଠ ନେତାଙ୍କୁ ଭେଟିଥିଲେ। ସେ ପୂର୍ବରୁ ଇ-ମେଲ ମାଧ୍ୟମରେ ନିଜ ଇସ୍ତଫା ସମ୍ପର୍କରେ ଦଳକୁ ଅବଗତ କରାଇଥିଲେ।

ଏହି ଅବସରରେ ମମତା ବାନାର୍ଜୀ ବିରୋଧୀ ଦଳଙ୍କ ଉପରେ ମଧ୍ୟ ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁସାରେ, ଟିଏମସି ନେତାମାନଙ୍କ ଉପରେ ରାଜନୈତିକ ଚାପ ପକାଇ ସେମାନଙ୍କୁ ଦଳ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉଛି। ଏପରିକି ଶହୀଦ ଦିବସ କାର୍ଯ୍ୟକ୍ରମରେ ଯୋଗଦେଉଥିବା ଶହୀଦ ପରିବାରଙ୍କୁ ପୁଲିସ ମାଧ୍ୟମରେ ଧମକ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି।

ଲଗାତାର ଇସ୍ତଫା ଯୋଗୁଁ ରାଜ୍ୟସଭାରେ ଟିଏମସିର ସଦସ୍ୟ ସଂଖ୍ୟା ମଧ୍ୟ କମିଛି। କୋୟଲ ମଲ୍ଲିକଙ୍କ ପୂର୍ବରୁ ସୁଖେନ୍ଦୁ ଶେଖର ରୟ, ସୁସ୍ମିତା ଦେବ ଓ ପ୍ରକାଶ ଚିକ୍ ବଡ଼ାଇକ ଇସ୍ତଫା ଦେଇଥିବା ବେଳେ ଦଳର ରାଜ୍ୟସଭା ସଦସ୍ୟ ସଂଖ୍ୟା ୧୩ରୁ ୯କୁ ଖସି ଆସିଛି। ଏହାକୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।

Latest News
ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା, ମାନହାନି ମାମଲାର ସମନ୍‌ ରଦ୍ଦ କଲେନି ବମ୍ବେ ହାଇକୋର୍ଟ

ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା, ମାନହାନି ମାମଲାର...

କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧ...

ଚିତ୍ରକୋଣ୍ଡାରେ ବ୍ୟାପୁଛି ଜଣ୍ଡିସ, ମେଡିକାଲ ବଦଳରେ ଦେଶୀ ଚିକିତ୍ସା ଉପରେ ଭରସା

ଚିତ୍ରକୋଣ୍ଡାରେ ବ୍ୟାପୁଛି ଜଣ୍ଡିସ, ମେଡିକାଲ ବଦଳରେ ଦେଶୀ...

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ଜଣ୍ଡିସ ବା ହ...

ମୋଦି–ପୁଟିନଙ୍କ ଦ୍ୱିପାକ୍ଷିକ ବୈଠକ: Su-57 ଫାଇଟର୍ ଜେଟ୍, ପରମାଣୁ ସହଯୋଗ ଓ ଆମେରିକା ପ୍ରତିବନ୍ଧକ ଉପରେ ହେବ ଆଲୋଚନା

ମୋଦି–ପୁଟିନଙ୍କ ଦ୍ୱିପାକ୍ଷିକ ବୈଠକ: Su-57 ଫାଇଟର୍ ଜେଟ୍,...

ଭାରତରେ ଆୟୋଜିତ ହେବାକୁ ଥିବା ୧୮ତମ BRICS ସମ୍ମିଳନୀ ପୂର୍...

କୋଇଲା ଖଣି ଖନନକୁ ଜୋରଦାର ବିରୋଧ; JCB ଆଗରେ ଛିଡ଼ାହେଲେ ୬ ଗାଁର ଲୋକ

କୋଇଲା ଖଣି ଖନନକୁ ଜୋରଦାର ବିରୋଧ; JCB...

ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ ପ୍ରସ୍ତାବିତ GMDC କୋଇଲା ଖଣ...

ସାଟେଲାଇଟ୍ ଇଣ୍ଟରନେଟ୍‌ରେ ବଡ଼ ପରିବର୍ତ୍ତନ! ଜିଓ-ଷ୍ଟାରଲିଙ୍କ୍‌ ପାଇଁ ଖୋଲିଲା ରାସ୍ତା

ସାଟେଲାଇଟ୍ ଇଣ୍ଟରନେଟ୍‌ରେ ବଡ଼ ପରିବର୍ତ୍ତନ! ଜିଓ-ଷ୍ଟାରଲିଙ୍କ୍‌ ପାଇଁ...

ଭାରତରେ ସାଟେଲାଇଟ୍ ବ୍ରଡବ୍ୟାଣ୍ଡ୍ ବା ମହାକାଶ ଇଣ୍ଟରନେଟ୍...

ସେପ୍ଟେମ୍ବର ୧୧ରୁ ବଢ଼ିବ କ୍ଷୀର କିଣା ଦର; ଉପକୃତ ହେବେ ୩ ଲକ୍ଷରୁ ଅଧିକ ଦୁଗ୍ଧ ଚାଷୀ

ସେପ୍ଟେମ୍ବର ୧୧ରୁ ବଢ଼ିବ କ୍ଷୀର କିଣା ଦର;...

ଭୁବନେଶ୍ୱର: ରାଜ୍ୟର ଦୁଗ୍ଧ ଚାଷୀଙ୍କ ପାଇଁ ଆସିଛି ବଡ଼ ଖୁସ...

ବିଶ୍ୱ ମାନଚିତ୍ରରେ ଥିଲା କି ଭୁଲ? ୪୫୦ ବର୍ଷ ପରେ ବଦଳିବ ବିଶ୍ୱ ମାନଚିତ୍ର!

ବିଶ୍ୱ ମାନଚିତ୍ରରେ ଥିଲା କି ଭୁଲ? ୪୫୦...

ବିଶ୍ୱର ମାନଚିତ୍ରକୁ ନେଇ ଆସିଛି ଏକ ବଡ଼ ଚର୍ଚ୍ଚା। ପ୍ରାୟ...

ଝାରସୁଗୁଡ଼ା-କନକତୋରା ରାଜପଥରେ ଜଗିଛି ଯମ; ୨ ବର୍ଷ ୮ ମାସରେ ଗଲା ୧୩୩ ଜୀବନ, କେବେ ସୁଧୁରିବ ରାସ୍ତା?

ଝାରସୁଗୁଡ଼ା-କନକତୋରା ରାଜପଥରେ ଜଗିଛି ଯମ; ୨ ବର୍ଷ...

ଝାରସୁଗୁଡ଼ା-କନକତୋରା ଜାତୀୟ ରାଜପଥରେ ଦିନକୁ ଦିନ ବଢ଼ୁଛି...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+