Mahanadi Riverfront project review meeting in Cuttack by Odisha Urban Development Minister

ବହୁ ପ୍ରତୀକ୍ଷିତ ମହାନଦୀ ରିଭର୍ ଫ୍ରଣ୍ଟ ପ୍ରକଳ୍ପ: ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ, ଖୁବଶୀଘ୍ର ଟେଣ୍ଡର

କଟକର ବହୁ ପ୍ରତୀକ୍ଷିତ ମହାନଦୀ ରିଭର୍ ଫ୍ରଣ୍ଟ ପ୍ରକଳ୍ପକୁ ନେଇ ତତ୍ପର ହୋଇଛି ପ୍ରଶାସନ। କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ମହାନଦୀ ଶଯ୍ୟାରେ ଚିହ୍ନଟ ପ୍ରାୟ ୪୦୦ ଏକର ଖାଲି ଜମିରେ ଜଗିଂ ଟ୍ରାକ୍, ଇକୋ-ଟୁରିଜିମ୍ ସ୍ପଟ୍ ସମେତ ବିଭିନ୍ନ ସୁବିଧା ବିକଶିତ କରାଯିବାକୁ ଯୋଜନା ରହିଛି। ପ୍ରକଳ୍ପ ପାଇଁ ୨୦୦ କୋଟିରୁ ଅଧିକ ଟଙ୍କାର ଅଟକଳ ହୋଇଛି।

କଟକ:ବହୁ ପ୍ରତୀକ୍ଷିତ ମହାନଦୀ ରିଭର୍ ଫ୍ରଣ୍ଟ ପ୍ରକଳ୍ପକୁ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ KMC ମେୟର ଓ କମିସନରଙ୍କ ଉପସ୍ଥିତିରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି।

ଯୋଜନା ଅନୁସାରେ, କଟକରେ ମହାନଦୀ ଶଯ୍ୟାରେ ଚିହ୍ନଟ ହୋଇଥିବା ପ୍ରାୟ୪୦୦ ଏକର ଖାଲି ଜାଗାର ବିକାଶ କରାଯିବ। ଏଠାରେ ଜଗିଂ ଟ୍ରାକ୍, ଇକୋ-ଟୁରିଜିମ୍ ସ୍ପଟ୍ ସମେତ ବିଭିନ୍ନ ସୁବିଧା ନିର୍ମାଣ କରାଯିବାକୁ ଯୋଜନା ରହିଛି। ଏହା ଦ୍ୱାରା ଅଞ୍ଚଳର ସୌନ୍ଦର୍ଯ୍ୟୀକରଣ ସହ ଆଗାମୀ ଦିନରେ ନିଯୁକ୍ତି ଓ ରୋଜଗାର ସୁଯୋଗ ମଧ୍ୟ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

ଏହି ପ୍ରକଳ୍ପ ପାଇଁ୨୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାଖର୍ଚ୍ଚ ଅଟକଳ କରାଯାଇଛି। ମନ୍ତ୍ରୀଙ୍କ କହିବା ଅନୁସାରେ, ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆଗେଇ ନିଆଯିବ।

ତେବେ ପ୍ରକଳ୍ପକୁ ନେଇ ପରିବେଶ ସମ୍ପର୍କିତ ପ୍ରଶ୍ନ ମଧ୍ୟ ଉଠିଛି। ନଦୀ ଶଯ୍ୟାରେ କାର୍ଯ୍ୟ କରିବା ପୂର୍ବରୁNGT ଗାଇଡ୍ଲାଇନ୍ର ଅନୁପାଳନ ଓ ଆବଶ୍ୟକ କ୍ଲିୟରାନ୍ସନିଆଯିବା ଦରକାର ବୋଲି ପରିବେଶବିତମାନେ ମତ ଦେଇଛନ୍ତି। ସେମାନଙ୍କ କହିବା ଅନୁସାରେ, ବିନା ଆବଶ୍ୟକ ଅନୁମତିରେ କାମ ଆରମ୍ଭ ହେଲେ ପରେ ଆଇନଗତ କିମ୍ବା ପରିବେଶଗତ ବାଧା ଯୋଗୁଁ ପ୍ରକଳ୍ପ ଅଧାରୁ ଅଟକିବାର ଆଶଙ୍କା ରହିପାରେ।

ପରିବେଶବିତମାନେ ରିଭର୍ ଫ୍ରଣ୍ଟ ଭଳି ଯୋଜନାକୁ ସ୍ୱାଗତ କରିଥିଲେ ମଧ୍ୟ ନଦୀ ଶଯ୍ୟାରେ ସ୍ଥାୟୀ ନିର୍ମାଣ ଓ ଏହାର ପରିବେଶୀୟ ପ୍ରଭାବ ଉପରେ ସତର୍କତା ଅବଲମ୍ବନ ପାଇଁ କହିଛନ୍ତି। ତେଣୁ ପ୍ରକଳ୍ପ ଆରମ୍ଭ ପୂର୍ବରୁ ଆବଶ୍ୟକ NGT ଅନୁପାଳନ ସୁନିଶ୍ଚିତ କରିବାକୁ ସେମାନେ ଦାବି କରିଛନ୍ତି।

ଅନ୍ୟପଟେ, ମହାନଦୀ ରିଭର୍ ଫ୍ରଣ୍ଟ ପ୍ରସଙ୍ଗକୁ NGTକୁ ନେଲେ କଟକ ସହରର ବିକାଶ ପ୍ରଭାବିତ ହୋଇପାରେ ବୋଲି ନଗର ଉନ୍ନୟନ ମନ୍ତ୍ରୀ ସହରବାସୀଙ୍କୁ ନିବେଦନ କରିଛନ୍ତି। ଏହାକୁ ନେଇ ଏବେ ବିକାଶ ଓ ପରିବେଶ ସୁରକ୍ଷା ମଧ୍ୟରେ ସନ୍ତୁଳନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Latest News
ଭଲ ଗଟ୍‌ ହେଲ୍ଥ ପାଇଁ ଖାଉଛନ୍ତି କି? ଏହି ୫ଟି ଖାଦ୍ୟକୁ ଡାଏଟ୍‌ରେ ସାମିଲ କରନ୍ତୁ

ଭଲ ଗଟ୍‌ ହେଲ୍ଥ ପାଇଁ ଖାଉଛନ୍ତି କି?...

ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...

ଗଣେଶ ପୂଜା ପୂର୍ବରୁ ରାଜ ଠାକରେଙ୍କ ଚେତାବନୀ: ‘ଡିଜେ’ ଓ ଲେଜର୍‌ ଲାଇଟ୍‌ ସ୍ୱାସ୍ଥ୍ୟ ପାଇଁ ବିପଦ

ଗଣେଶ ପୂଜା ପୂର୍ବରୁ ରାଜ ଠାକରେଙ୍କ ଚେତାବନୀ:...

ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...

‘Mirzapur: The Movie’ରେ ରବି କିଶନଙ୍କ ଭିଲେନ୍ ଅବତାର; ଖତରନାକ ଗ୍ୟାଙ୍ଗଷ୍ଟର ନୁହେଁ, ପ୍ରେମିକ ଭାବେ ଅଧିକ ନଜର ଆସିଲେ

‘Mirzapur: The Movie’ରେ ରବି କିଶନଙ୍କ ଭିଲେନ୍...

Mirzapur ଫ୍ରାଞ୍ଚାଇଜ୍‌ରେ ଭିଲେନ୍ ଚରିତ୍ରର ଅର୍ଥ ହ...

‘Nayyi Navelli’ରେ ଡାହାଣୀ ଯାମି ଗୌତମ! ନା ଏହା କେବଳ ସନ୍ଦେହ? ଟିଜର୍‌ରେ ରହସ୍ୟ ବଢ଼ାଇଲା ମୋହିନୀଙ୍କ ଚରିତ୍ର

‘Nayyi Navelli’ରେ ଡାହାଣୀ ଯାମି ଗୌତମ! ନା...

ଯାମି ଗୌତମ ଧରଙ୍କ ଆଗାମୀ ଫିଲ୍ମ **‘Nayyi Navelli...

ମହାରାଷ୍ଟ୍ରରେ ୮୮୦ ଫାର୍ମା ୟୁନିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ; ₹୧୧.୪୧ କୋଟିର ଔଷଧ ଓ କସମେଟିକ୍ସ ଜବତ

ମହାରାଷ୍ଟ୍ରରେ ୮୮୦ ଫାର୍ମା ୟୁନିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ;...

ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...

‘ତାଙ୍କୁ ନିଜ ମୁହୂର୍ତ୍ତ ବଞ୍ଚିବାକୁ ଦିଅନ୍ତୁ’: ପ୍ରେଗ୍ନାନ୍ସିକୁ ନେଇ ଟ୍ରୋଲ୍ ପରେ ପୋଷ୍ଟକୁ ଲାଇକ୍ କଲେ ଦୀପିକା

‘ତାଙ୍କୁ ନିଜ ମୁହୂର୍ତ୍ତ ବଞ୍ଚିବାକୁ ଦିଅନ୍ତୁ’: ପ୍ରେଗ୍ନାନ୍ସିକୁ...

ବଲିଉଡ୍ ଅଭିନେତ୍ରୀଦୀପିକା ପାଦୁକୋନ୍ନିଜ ପ୍ରେଗ୍ନାନ୍ସିକୁ...

Qazi Touqeerଙ୍କ ପାଇଁ Bigg Boss ଦେଖିବେ Arijit Singh, କହିଲେ- ‘ଆମ ରକଷ୍ଟାର୍ Qazi ସେଠି ଅଛି’

Qazi Touqeerଙ୍କ ପାଇଁ Bigg Boss ଦେଖିବେ...

Bigg Boss 20ରେ କାଜି ତୌକିର୍‌ଙ୍କ ଏଣ୍ଟ୍ରି ତାଙ୍କ...

ଅଧିକ ଘିଅ ଖାଉଛନ୍ତି କି? ହୋଇପାରେ ଗଲ୍‌ଷ୍ଟୋନ୍‌ ସମସ୍ୟା, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟଙ୍କ ପରାମର୍ଶ

ଅଧିକ ଘିଅ ଖାଉଛନ୍ତି କି? ହୋଇପାରେ ଗଲ୍‌ଷ୍ଟୋନ୍‌...

ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+