ମହାନଦୀ ଓ ପାଇକା ନଦୀରେ ବନ୍ୟା ପରିସ୍ଥିତି ଉଗ୍ର ରୂପ ନେବା ସହ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକର ପାଞ୍ଚଟି ଗାଁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ବନ୍ୟାଜଳ ଘର, ରାସ୍ତା ଓ ଚାଷଜମିରେ ପ୍ରବେଶ କରିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି।
ପ୍ରାଥମିକ ସୂଚନା ଅନୁସାରେ, ସାଇଲୋ ପଞ୍ଚାୟତର ହରିପୁର, ତାଳଦଣ୍ଡାର ମଧୁପୁର, ଝିଲାନାସି ପଞ୍ଚାୟତର ସହରାଡ଼ିହା ଏବଂ ବାଳିକାଣି ପଞ୍ଚାୟତର କାଳିକୁଦା ଓ ଚୌଧୁରୀକୁଦା ଗାଁ ସମ୍ପୂର୍ଣ୍ଣ ଜଳଘେରରେ ରହିଛି।
ଗାଁଗୁଡ଼ିକରେ ବନ୍ୟାଜଳ ପ୍ରବେଶ କରିବାରୁ ଲୋକମାନଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି। ଯାତାୟାତ ବନ୍ଦ ହୋଇଥିବାବେଳେ ଲୋକମାନେ ଘରେ ଅବରୁଦ୍ଧ ଅବସ୍ଥାରେ ରହିଛନ୍ତି।
ପ୍ରଶାସନ ପକ୍ଷରୁ ମଧୁପୁର ୟୁପି ସ୍କୁଲ ଏବଂ ସାଇଲୋ ପଞ୍ଚାୟତ କାର୍ଯ୍ୟାଳୟରେ ରିଲିଫ୍ ଶିବିର ଖୋଲାଯାଇଛି। ସୁରକ୍ଷା ଦୃଷ୍ଟିରୁ ପ୍ରାୟ ୬୦ରୁ ୬୫ ଜଣଙ୍କୁ ସେଠାକୁ ସ୍ଥାନାନ୍ତର କରାଯାଇଛି।
ବନ୍ୟା ପ୍ରଭାବିତ ଅଞ୍ଚଳରେ ଯାତାୟାତ ପାଇଁ ୫ଟି ବଡ଼ ଡଙ୍ଗା ଓ ଗାଁ ଭିତରେ ଚଳାଚଳ ପାଇଁ ୬ଟି ଛୋଟ ଡଙ୍ଗା ନିୟୋଜିତ କରାଯାଇଛି। ଏହାଦ୍ୱାରା ଲୋକମାନଙ୍କୁ ଆବଶ୍ୟକ ସାମଗ୍ରୀ ଓ ଜରୁରୀ ସେବା ପହଞ୍ଚାଯାଉଛି।
ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ, ଗୋ-ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଉଛି। ବନ୍ୟାରେ ଚାଷଜମି ଓ ଫସଲର ବ୍ୟାପକ କ୍ଷତି ହୋଇଥିବା ସୂଚନା ମିଳିଛି।
ରାଜ୍ୟ ମନ୍ତ୍ରୀ ସମ୍ପଦ ସ୍ୱାଇଁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। ପ୍ରଶାସନ ମହାନଦୀ ଓ ପାଇକା ନଦୀର ଜଳସ୍ତର ଉପରେ ନଜର ରଖିଥିବାବେଳେ ଆବଶ୍ୟକ ପଡ଼ିଲେ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି।
୫୦ ବର୍ଷ ବୟସରେ ଚାକିରି ଛାଡ଼ି ଆର୍ଥିକ ଚିନ୍ତାମୁକ୍ତ ଜୀବନ...
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନ ପାଇକିରାପୁର ଗାଁରେ...
ବିମାନ ଯାତ୍ରୀଙ୍କ ପାଇଁ ଇଣ୍ଡିଗୋ ପକ୍ଷରୁ ଶୁଳ୍କ ବୃଦ୍ଧିର...
କ୍ରିକେଟ ପଡ଼ିଆରେ ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ପୂର୍ବ...
ଭାରତରେ ଚାଉଳ ଉତ୍ପାଦନକୁ ନେଇ ଆସିଛି ଚିନ୍ତାଜନକ ଖବର।ଦୁର୍...
ଭାରତରେ ବିଲୁପ୍ତ ହୋଇଯାଇଥିବା ଚିତାବାଘଙ୍କୁ ପୁଣିଥରେ ପ୍ରକ...
ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍...
ଭାରତୀୟ ୱିକେଟକିପର-ବ୍ୟାଟର ସଞ୍ଜୁ ସାମସନ୍‌ ଟି-୨୦ କ...
ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ରେ ଭାରତ ଦ...