ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଘଟିଥିବା ଏକ ଭୟାବହ ଅଗ୍ନିକାଣ୍ଡ ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏକ ତିନି ମହଲା ବିଶିଷ୍ଟ ବିଲ୍ଡିଂରେ ଘଟିଥିବା ଏହି ଅଗ୍ନିକାଣ୍ଡ ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ବିଲ୍ଡିଂର ମାଲିକ ରାମ କୃଷ୍ଣ ଉପାଧ୍ୟାୟ, ବୀରେନ୍ଦ୍ର ପ୍ରସାଦ ଶୁକ୍ଲା, ତୁଷାର କୃଷ୍ଣ ଜୈସୱାଲ ଏବଂ ସୁରେଶ କୁମାର ସାହୁ ସାମିଲ ଅଛନ୍ତି।
ଘଟଣା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ୪ ଜଣ ସରକାରୀ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି। ନିଲମ୍ବିତ ଅଧିକାରୀମାନେ ହେଲେ ଜାନକୀପୁରମ ଅଞ୍ଚଳର ନିର୍ବାହୀ ଯନ୍ତ୍ରୀ ଗୌରବ କୁମାର, ଖାଦ୍ୟ ସୁରକ୍ଷା ଅଧିକାରୀ କମଳେନ୍ଦ୍ର କୁମାର ସିଂ, ସହକାରୀ ଯନ୍ତ୍ରୀ ଅନିଲ କୁମାର ଏବଂ ଜୁନିୟର ଯନ୍ତ୍ରୀ ପ୍ରମୋଦ ପାଣ୍ଡେ।
ସମଗ୍ର ଘଟଣାର ନିରପେକ୍ଷ ଓ ବିସ୍ତୃତ ତଦନ୍ତ ପାଇଁ ରାଜ୍ୟ ସରକାର ଏକ ଦୁଇ ସଦସ୍ୟ ବିଶିଷ୍ଟ ସ୍ୱତନ୍ତ୍ର ତଦନ୍ତ କମିଟି ଗଠନ କରିଛନ୍ତି। କମିଟିକୁ ୭ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଏହା ସହିତ ଅଲୀଗଞ୍ଜ ଥାନାରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ୍) ଏବଂ ଅଗ୍ନିଶମ ସେବା ଆଇନର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ବିଲ୍ଡିଂଟି ମୂଳତଃ ଆବାସିକ ଉଦ୍ଦେଶ୍ୟ ପାଇଁ ଅନୁମୋଦିତ ହୋଇଥିଲା। କିନ୍ତୁ ସେଠାରେ ବେଆଇନ ଭାବେ ବ୍ୟବସାୟିକ କାର୍ଯ୍ୟକଳାପ ଚାଲିଥିଲା। ବେସମେଣ୍ଟରେ ଥିବା ଏକ ଏୟାର କଣ୍ଡିସନରରେ ସର୍ଟ ସର୍କିଟ୍ ହେବା ଫଳରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
ଅଗ୍ନିକାଣ୍ଡ ପରେ ବିଲ୍ଡିଂ ଭିତରେ ଘନ ଧୂଆଁ ବ୍ୟାପିଯାଇଥିଲା। ଜରୁରୀକାଳୀନ ନିର୍ଗମନ ରାସ୍ତା ନଥିବାରୁ ଦ୍ୱିତୀୟ ମହଲାରେ ଚାଲିଥିବା କ୍ଲାସରେ ଉପସ୍ଥିତ ଛାତ୍ରଛାତ୍ରୀମାନେ ଫସି ଯାଇଥିଲେ। ଧୂଆଁ ଯୋଗୁଁ ଶ୍ୱାସରୁଦ୍ଧ ହୋଇ କିଛି ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଘଟଣା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାସ୍ଥଳ ଏବଂ କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟି ପରିଦର୍ଶନ କରି ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଖବର ନେଇଥିଲେ। ସେମାନେ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନ ଦେଇଛନ୍ତି।
ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS), ଦିଲ୍ଲୀ କ...
ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଆଜି,...
ମାତାପିତା ଶ୍ରମିକ ଭାବେ କାମ କରି ପରିବାର ଚଳାଉଥିବାରୁ ଅନେ...
ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକା ପ୍ରକାରର ହେଲ୍ଥ ପ୍ୟାକେଜ...
୫୦ ବର୍ଷ ପରେ ମହିଳାଙ୍କ ହାଡ଼ ଭାଙ୍ଗିବାର ବିପଦ ଅଧିକ ବ...
ଯକ୍ଷ୍ମା ଚିକିତ୍ସାରେ ବଡ଼ ପଦକ୍ଷେପ, BPaL ଔଷଧର ପେଟେଣ୍ଟ...
ଅକ୍ଟୋବର ମାସର ଶେଷ ସପ୍ତାହରୁ ନଭେମ୍ବର ମାସର ଆରମ୍ଭ ପର୍ଯ୍...
ବ୍ରିଟେନ୍‌ରେ ଉଚ୍ଚଶିକ୍ଷା ଲାଭ କରିବାକୁ ଚାହୁଁଥିବା...