ପୁରୀ ରଥଯାତ୍ରାର ପହଣ୍ଡି ବିଜେ ସମୟରେ ମହାପ୍ରଭୁ ଜଗନ୍ନାଥଙ୍କ ତାହିଆ ହଟାଇବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ଏହା ପଛର ପ୍ରକୃତ କାରଣ ସାମ୍ନାକୁ ଆସିଛି। ମହାପ୍ରଭୁଙ୍କ ବଡ଼ଗ୍ରାହୀ ରାଜକୁମାର ସ୍ୱାଇଁ ମହାପାତ୍ର ଓ ତାହିଆ ନିର୍ମାତା ସତ୍ୟନାରାୟଣ ବେହେରା କହିଛନ୍ତି ଯେ, ମହାପ୍ରଭୁଙ୍କ ଶ୍ରୀଅଙ୍ଗର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନିଆଯାଇଥିଲା।
ସୂଚନା ଅନୁଯାୟୀ, ପହଣ୍ଡି ନିର୍ଦ୍ଧାରିତ ସମୟର ପ୍ରାୟ ଅଧଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା। ସାତ ପାହାଚରେ ପହଞ୍ଚିବା ବେଳକୁ ତାହିଆଟି ଲଗାତାର ବର୍ଷାରେ ପାଣି ଶୋଷି ନେଇ ସାଧାରଣ ଓଜନଠାରୁ ପ୍ରାୟ ୧୦ ଗୁଣ ଭାରୀ ହୋଇଯାଇଥିଲା। ଏହାକୁ ସଂକୀର୍ଣ୍ଣ ପଥ ଦେଇ ନେବା ପାଇଁ ସେବାୟତମାନଙ୍କୁ ପ୍ରାୟ ୪୦ ମିନିଟ୍ ସମୟ ଲାଗିଥିଲା।
ଆନନ୍ଦ ବଜାର ନିକଟରେ ତାହିଆଟି ଭାଙ୍ଗିଯିବାର ଆଶଙ୍କା ଦେଖାଦେଇଥିଲା। ପରେ ବାଇଶି ପାହାଚ ନିକଟରେ ମହାପ୍ରଭୁ ଏକ ପାର୍ଶ୍ୱକୁ ଢଳିବାରୁ ତାହିଆ ଖସିବାକୁ ଲାଗିଥିଲା। ଏପରି ପରିସ୍ଥିତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ତାହିଆକୁ ହଟାଇବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା ବୋଲି ବଡ଼ଗ୍ରାହୀ ସ୍ପଷ୍ଟ କରିଛନ୍ତି।
ତାହିଆ ନିର୍ମାତା ସତ୍ୟନାରାୟଣ ବେହେରା କହିଛନ୍ତି ଯେ, ତାହିଆଟି ଶୋଳା ଓ ତୁଳସୀରେ ନିର୍ମିତ ହୋଇଥିବାରୁ ବର୍ଷା ପାଣି ଶୋଷି ନେଇ ଅତ୍ୟଧିକ ଭାରୀ ହୋଇପଡ଼ିଥିଲା। ଏଥିରେ ତୀର ଆକୃତିର ବାଉଁଶ ଖଣ୍ଡ ଲାଗିଥିବାରୁ ଏହା ଖସି ପଡ଼ିଲେ ସେବାୟତମାନଙ୍କ ଆହତ ହେବାର ଆଶଙ୍କା ଥିଲା। ଏପରିକି ରକ୍ତସ୍ରାବ ହେଲେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସ୍ପର୍ଶ ହେବାର ମଧ୍ୟ ବିପଦ ରହିଥିଲା।
ସେ କହିଛନ୍ତି ଯେ, ତାହିଆକୁ ରାଘବଦାସ ମଠରୁ କୌଣସି ସୁରକ୍ଷା ଆବରଣ ବିନା ମନ୍ଦିରକୁ ଅଣାଯାଇଥିଲା। ଏହାଛଡ଼ା, ଶିଳ୍ପୀମାନଙ୍କୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଡକାଯାଇଥିବାରୁ ସେମାନେ ପ୍ରାୟ ୪୫ ମିନିଟ୍ ଧରି ବର୍ଷାରେ ଠିଆ ହୋଇ ତାହିଆ ଧରି ରହିଥିଲେ। ଏସବୁ କାରଣରୁ ତାହିଆର ଓଜନ ଅସ୍ୱାଭାବିକ ଭାବେ ବଢ଼ିଯାଇଥିଲା।
ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଓ ସେବାୟତଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ତାହିଆକୁ ହଟାଇବା ନିଷ୍ପତ୍ତି ନିଆଯାଇଥିବା ଉଭୟେ ସ୍ପଷ୍ଟ କରିଛନ୍ତି।
ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...
ଅଭିନେତାଚନ୍ଦନ ଆନନ୍ଦଙ୍କ ପାଇଁ ‘Hanuman Ansh&rsq...
ଭୁବନେଶ୍ୱର: ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ମଧ୍ୟରୁ ଅ...
‘Mirzapur’ର ସଫଳତା ସହ ଏହାର ଗୀତଗୁଡ଼ିକ ମଧ...
ପଞ୍ଜାବୀ ଅଭିନେତ୍ରୀଇଶା ରିଖିବାଦଶାହଙ୍କଠାରୁ ବିଚ୍ଛେଦ ଘୋଷ...
ଘରୋଇ LPG ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି।ଘରୋଇ LPG refi...
ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...
ଆମେରିକାରେ ଚାକିରି କରିବା ସହିତ ନିଜ ପ୍ରତିଭାକୁ side bus...
ଭାରତୀୟ ଅର୍ଥନୀତି ପାଇଁ ଆସିଛି ଭଲ ଖବର।୨୦୨୬-୨୭ ଆର୍ଥିକ ବ...
ଆମେରିକା ଓ କାନାଡା ମଧ୍ୟରେ ଚାଲିଥିବାଟାରିଫ୍ ଯୁଦ୍ଧଏବେ ଏର...
ତାମିଲନାଡୁର ଶାସକ ମେଣ୍ଟ ଏବେ ନିଜର ଏକ ସ୍ୱତନ୍ତ୍ର ରାଜନୈତ...