କେନ୍ଦୁଝର ଜିଲ୍ଲାରେ ବଜ୍ରପାତ ଜନିତ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ବଜ୍ରପାତ ସମୟରେ ମୋବାଇଲ ଫୋନ ବ୍ୟବହାର କରୁଥିବା ଜଣେ ପୋଷାକ ଦୋକାନୀ ଗୁରୁତର ଆହତ ହୋଇଛନ୍ତି।
ଏହି ଘଟଣା କେନ୍ଦୁଝର ଜିଲ୍ଲାର ଘସିପୁରା ଥାନା ଅନ୍ତର୍ଗତ ସୁଦୁସୁଡ଼ିଆ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘଟିଛି।
ଆହତ ବ୍ୟକ୍ତିଙ୍କ ନାମଫିରୋଜ ଅଲି। ସୂଚନା ଅନୁଯାୟୀ, ସେ ଫୁଟପାଥ ନିକଟରେ ଥିବା ନିଜ ପୋଷାକ ଦୋକାନରେ ବସି ମୋବାଇଲ ଫୋନ ବ୍ୟବହାର କରୁଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା।
ବଜ୍ରପାତର ପ୍ରଭାବରେ ତାଙ୍କ ହାତରେ ଥିବା ମୋବାଇଲ ଫୋନ ଫାଟିଯାଇଥିବା ଅଭିଯୋଗ ହୋଇଛି। ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ।
ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।
ଖବର ଲେଖାଯିବା ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ନୂଆ ସୂଚନା ମିଳିନଥିଲା।
ବର୍ଷା ଓ ବଜ୍ରପାତ ସମୟରେ ମୋବାଇଲ ବ୍ୟବହାର ଓ ଖୋଲା ସ୍ଥାନରେ ରହିବା ଅତ୍ୟନ୍ତ ବିପଦଜନକ ହୋଇପାରେ ବୋଲି ବିଶେଷଜ୍ଞମାନେ ସତର୍କ କରିଛନ୍ତି। ପାଣିପାଗ ବିଭାଗର ପରାମର୍ଶ ମାନି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ କୁହାଯାଇଛି।
ଜନ୍ତର ମନ୍ତରରେ ହୋଇଥିବା ଏକ ପ୍ରତିବାଦ ସମୟରେ ପ୍ରଧାନମନ୍ତ...
ଦେଶର ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିଛି...
ନୂଆଦିଲ୍ଲୀ:୮ମ କେନ୍ଦ୍ରୀୟ ବେତନ କମିଶନ (8th Central Pay...
ଭୁବନେଶ୍ୱର:ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC)Combined...
ଜନ୍ତର ମନ୍ତରରେ ହୋଇଥିବା ସମ୍ପ୍ରତିର ପ୍ରତିବାଦକୁ ନେଇ ପ୍ର...
ଲକ୍ଷ୍ଣୌ:ଉତ୍ତର ପ୍ରଦେଶର ରାୟବରେଲୀ ଜିଲ୍ଲାରେ ଏକ ଚାଞ୍ଚଲ୍...
ମୁମ୍ବାଇ:ଦେଶର ପ୍ରମୁଖ ଶେୟାର ବଜାର ସୂଚକାଙ୍କ ମଙ୍ଗଳବାର ପ...
ଭାରତରେ Apple ଏକ ନୂଆ ବ୍ୟବସାୟିକ ମାଇଲଖୁଣ୍ଟ ହାସଲ କରିଛି...
NEET-PG ୨୦୨୬ପରୀକ୍ଷା ପାଇଁ କେନ୍ଦ୍ର ସରକାର ପକ୍ଷରୁ ସୁରକ...
ଚନ୍ଦ୍ରନାଥ ରଥ ହତ୍ୟାକାଣ୍ଡର ତଦନ୍ତ କରୁଥିବା କେନ୍ଦ୍ରୀୟ ଅ...
ଭୁବନେଶ୍ୱର: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁ...
ସୋସିଆଲ ମିଡିଆରେ ଆର୍ଥିକ ପରାମର୍ଶ ନେବା ଆଜିକାଲି ସାଧାରଣ...