ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ପରେ ଦେଶର ବିଭିନ୍ନ ରାଜ୍ୟରେ ଭାରି ବର୍ଷା, ବଜ୍ରପାତ ଓ ବନ୍ୟା ପରିସ୍ଥିତି ଦେଖାଦେଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ମଧ୍ୟପ୍ରଦେଶ ଓ ବିହାରରେ ମିଶି ଅତି କମରେ୮ ଜଣଙ୍କ ମୃତ୍ୟୁଘଟିଛି।
ମଧ୍ୟପ୍ରଦେଶରହରଦାଓଖରଗୋନଜିଲ୍ଲାରେ ବଜ୍ରାଘାତରେ୩ ଜଣଙ୍କ ପ୍ରାଣହାନିଘଟିଛି। ଏହାସହଚମ୍ପା ନଦୀର ପ୍ରବଳ ସ୍ରୋତରେ ଦୁଇ ଜଣ ଯୁବକ ବାଇକ୍ ସହ ଭାସିଯାଇଥିବା ଖବର ମିଳିଛି।
ସେହିପରି ବିହାରରେ ବଜ୍ରାଘାତରେ୫ ଜଣଙ୍କ ମୃତ୍ୟୁଘଟିଛି। ଲଗାତାର ବର୍ଷା ଓ ବଜ୍ରପାତ ଯୋଗୁଁ ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି।
ଅନ୍ୟପଟେ, ଉତ୍ତର ପ୍ରଦେଶରସୋନଭଦ୍ରରେ ପିକନିକ୍ ପାଇଁ ଯାଇଥିବା ତିନି ଜଣ ବ୍ୟକ୍ତି ବର୍ଷା ଯୋଗୁଁ ଏକ ଡ୍ରେନ୍ର ପ୍ରବଳ ସ୍ରୋତରେ ଭାସିଯାଇଥିଲେ। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।
ଉତ୍ତରାଖଣ୍ଡରେ ମଧ୍ୟ ଲଗାତାର ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି। ଡେରାଡୁନରେରିସ୍ପନା ନଦୀରେ ପ୍ରବଳ ଜଳପ୍ରବାହ ଜାରି ରହିଥିବାବେଳେ,ରୁଦ୍ରପ୍ରୟାଗରେଅଳକାନନ୍ଦା ନଦୀର ଜଳସ୍ତର ବଢ଼ି ସଙ୍ଗମ ଅଞ୍ଚଳର ପାହାଚଗୁଡ଼ିକ ବୁଡ଼ିଯାଇଛି।
ଗଙ୍ଗା ନଦୀର ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟଜୁଲାଇ ୧ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଋଷିକେଶରେ ରାଫ୍ଟିଂ ସେବା ବନ୍ଦକରାଯାଇଛି। ମଙ୍ଗଳବାର ସନ୍ଧ୍ୟାରୁ ଏହି ନିଷେଧାଦେଶ ଲାଗୁ ହୋଇଛି।
ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ମଙ୍ଗଳବାର ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀଜମ୍ମୁ-କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶରେ ପ୍ରବେଶ କରିଛି। ବର୍ତ୍ତମାନ ସୁଦ୍ଧା ମୌସୁମୀ ଦେଶର୨୬ଟି ରାଜ୍ୟକୁ ବ୍ୟାପି ସାରିଛି।
ଆଇଏମ୍ଡିର ଆକଳନ ଅନୁଯାୟୀ,ଜୁଲାଇ ମାସରେ ଦେଶର ଅଧିକାଂଶ ଅଞ୍ଚଳରେ ସାଧାରଣ ତୁଳନାରେ କମ୍ ବର୍ଷାହେବାର ସମ୍ଭାବନା ରହିଛି। ତେବେ ସ୍ଥାନୀୟ ସ୍ତରରେ କେତେକ ଅଞ୍ଚଳରେ ଭାରି ବର୍ଷା ଓ ବଜ୍ରପାତ ଜାରି ରହିପାରେ ବୋଲି ସତର୍କ କରାଯାଇଛି।
ସମଗ୍ର ୟୁରୋପ ବର୍ତ୍ତମାନ ଇତିହାସର ଅନ୍ୟତମ ଭୟଙ୍କର ଗ୍ରୀଷ୍...
ଉତ୍ତରପ୍ରଦେଶ କଂଗ୍ରେସ ସଭାପତି ଅଜୟ ରାୟ ଅଯୋଧ୍ୟା ଗସ୍ତକୁ...
କେନ୍ଦ୍ର ଗୃହମନ୍ତ୍ରୀଅମିତ ଶାହଆସନ୍ତାଜୁଲାଇ ୩ ତାରିଖରେ ଓଡ...
ପୋଲିଓ ନିରାକରଣ ଅଭିଯାନ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ଅବହେଳ...
ଓଡ଼ିଶାରେ ଆୟୁର୍ବେଦ ଚିକିତ୍ସା, ଉଚ୍ଚଶିକ୍ଷା ଓ ଗବେଷଣା କ୍...
ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର...
ସମାଜବାଦୀ ପାର୍ଟିର ଜାତୀୟ ଅଧ୍ୟକ୍ଷ ଏବଂ ଉତ୍ତର ପ୍ରଦେଶର ପ...
ମେଷ : ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମ...
ବ୍ୟକ୍ତିଗତ ଅଧିକାର ଓ ପ୍ରତିଷ୍ଠା ସୁରକ୍ଷା ପାଇଁ ସାଂସଦ ରା...