ଡାକାର: ଅନ୍ତର୍ଜାତୀୟ କ୍ରୀଡ଼ା ମଞ୍ଚରେ ଭାରତ ପାଇଁ ଗୌରବ ଆଣିଛନ୍ତି ମଣିପୁରର ଯୁବ ବକ୍ସର ଲାଇରେନଲାକପାମ ଅମ୍ବେକର ମିତେଇ। ଡାକାର-୨୦୨୬ ୟୁଥ୍ ଅଲିମ୍ପିକ୍ସର ପୁରୁଷ ୫୦ କିଲୋଗ୍ରାମ ବର୍ଗର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛନ୍ତି ସେ । ଏହା ସହିତ ୟୁଥ୍ ଅଲିମ୍ପିକ୍ସ ବକ୍ସିଂରେ ଭାରତର ୧୬ ବର୍ଷର ଅପେକ୍ଷାର ଅନ୍ତ ଘଟିଛି।
ବୁଧବାର, ନଭେମ୍ବର ୧୧ରେ ଅନୁଷ୍ଠିତ ସେମିଫାଇନାଲରେ ମିତେଇ କଲମ୍ବିଆର ବକ୍ସର ଇଜନ୍ ଜେଫ୍ରି ଗାଲେଆ ଆରେଭାଲୋଙ୍କୁ ୫-୦ରେ ପରାସ୍ତ କରିଥିଲେ । ମ୍ୟାଚ୍ରେ ମିତେଇଙ୍କ ଦବଦବା ଏତେ ଅଧିକ ଥିଲା ଯେ ସମସ୍ତ ୫ ଜଣ ବିଚାରକ ତାଙ୍କ ସପକ୍ଷରେ ରାୟ ଦେଇଥିଲେ ।
ବିଚାରକମାନେ ଯଥାକ୍ରମେ ୨୮-୨୭, ୨୮-୨୭, ୨୮-୨୭, ୨୯-୨୬ ଓ ୨୮-୨୭ ସ୍କୋର ଦେଇ ମିତେଇଙ୍କୁ ବିଜୟୀ ଘୋଷଣା କରିଥିଲେ ।
ୟୁଥ୍ ଅଲିମ୍ପିକ୍ସ ବକ୍ସିଂ ଫାଇନାଲରେ ଶେଷ ଥର ପାଇଁ ୨୦୧୦ ମସିହାରେ ଭାରତୀୟ ବକ୍ସର ଶିବ ଥାପା ପହଞ୍ଚିଥିଲେ। ସିଙ୍ଗାପୁରରେ ଆୟୋଜିତ ପ୍ରଥମ ୟୁଥ୍ ଅଲିମ୍ପିକ୍ସର ପୁରୁଷ ୫୪ କେଜି ବର୍ଗରେ ସେ ଫାଇନାଲ ଖେଳି ରୌପ୍ୟ ପଦକ ଜିତିଥିଲେ ।
ଏବେ ୧୬ ବର୍ଷ ପରେ ଅମ୍ବେକର ମିତେଇ ଭାରତକୁ ପୁଣିଥରେ ଏହି ସଫଳତା ଦେଇଛନ୍ତି। ତେବେ ଏଥର ରୌପ୍ୟ ନୁହେଁ, ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିବା ଉପରେ ରହିବ ତାଙ୍କର ନଜର ।
ଫାଇନାଲରେ ମିତେଇଙ୍କ ମୁକାବିଲା ଆୟରଲ୍ୟାଣ୍ଡର ବକ୍ସର କ୍ରିଷ୍ଟିଆନ୍ ଜୁବାନିଙ୍କ ସହ ହେବ। ଅନ୍ୟ ସେମିଫାଇନାଲରେ ଜୁବାନି ମେକ୍ସିକୋର ଆଲାନ୍ ଜେସୁସ୍ ଓକାମ୍ପୋ କାନୋଙ୍କୁ ୫-୦ରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି।
ନଭେମ୍ବର ୧୨, ଗୁରୁବାର ଦିନ ପୁରୁଷ ୫୦ କେଜି ବର୍ଗର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଜିତିଲେ ୟୁଥ୍ ଅଲିମ୍ପିକ୍ସ ବକ୍ସିଂରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିବାର ଐତିହାସିକ ସୁଯୋଗ ରହିଛି।
ଡାକାର ୟୁଥ୍ ଅଲିମ୍ପିକ୍ସରେ ମିତେଇ ଏପର୍ଯ୍ୟନ୍ତ ନିଜର ତିନୋଟି ଯାକ ମ୍ୟାଚ୍ ଜିତି ଫାଇନାଲରେ ପହଞ୍ଚିଛନ୍ତି।
ପ୍ରଥମ ମ୍ୟାଚ୍ରେ ସେ ନାମିବିଆର ଆବ୍ରାହମ୍ କାଲେଙ୍ଗାଙ୍କୁ ପ୍ରଥମ ରାଉଣ୍ଡର ୧ ମିନିଟ୍ ୫୭ ସେକେଣ୍ଡରେ RSC (Referee Stops Contest) ଜରିଆରେ ପରାସ୍ତ କରିଥିଲେ। ଏହି ବିଜୟ ସହ ଭାରତ ପାଇଁ ବକ୍ସିଂରେ ପଦକ ସୁନିଶ୍ଚିତ ହୋଇଥିଲା।
ଏହାପରେ କ୍ୱାର୍ଟର ଫାଇନାଲରେ ସେ ସେନେଗାଲର ଫାଏ ଚେଖ୍ ଇବ୍ରାହିମା ଫଲ୍ଙ୍କୁ ୫-୦ରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଥିଲେ। ଏବେ ସେମିଫାଇନାଲରେ ମଧ୍ୟ ଜବରଦସ୍ତ ବିଜୟ ହାସଲ କରି ସ୍ୱର୍ଣ୍ଣ ପଦକ ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛନ୍ତି।
ଡାକାର-୨୦୨୬ ୟୁଥ୍ ଅଲିମ୍ପିକ୍ସ ଭାରତୀୟ ବକ୍ସିଂ ପାଇଁ ଏକ ବଡ଼ ସୁଯୋଗ ଆଣିଛି। ଏବେ ସମସ୍ତଙ୍କ ନଜର ମିତେଇଙ୍କ ଫାଇନାଲ ମୁକାବିଲା ଉପରେ। ସେ ଦେଶ ପାଇଁ ପ୍ରଥମ ୟୁଥ୍ ଅଲିମ୍ପିକ୍ସ ବକ୍ସିଂ ସ୍ୱର୍ଣ୍ଣ ଜିତିପାରିବେ କି ନାହିଁ, ତାହା ଜାଣିବାକୁ କ୍ରୀଡ଼ାପ୍ରେମୀଙ୍କ ଅପେକ୍ଷା।
୧୪ ତାରିଖ ଯାଏଁ ଜାରି ରହିବ ଶୀତ ଭୁବନେଶ୍ୱର: ଧୀରେ ଧୀର...
ବେଆଇନ ତମାଖୁ ଓ ନିଷିଦ୍ଧ ଇ-ସିଗାରେଟ୍ ବିକ୍ରି ଉପରେ ପୋଲିସ...
GATE ୨୦୨୭ ପ୍ରାର୍ଥୀଙ୍କ ପାଇଁ ଜରୁରୀ ସୂଚନା ନୂଆଦିଲ୍ଲ...
ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ନୂଆ ଲଘୁଚାପ ସୃଷ୍ଟି...
ଆସନ୍ତା ଶିକ୍ଷାବର୍ଷରୁ ୧୦+୨ ବ୍ୟବସ୍ଥା ଲାଗୁ କରିବାକୁ ପ୍ର...
ଗଜପତି: ମଦ ବ୍ୟବସାୟକୁ କେନ୍ଦ୍ର କରି ବଚସା ଓ ପରେ ହତ୍ୟା ସ...
ଧାନ ଆଣିବାକୁ ଯାଇ ଆଉ ଫେରିଲେନି ରାମଲାଲ ବରଗଡ଼: ଜମିଜମ...
ବଙ୍ଗୋପସାଗରରେ ପୁଣି ଏକ ପାଣିପାଗ ପ୍ରଣାଳୀ ଭୁବନେଶ୍ୱର:...