ବରଗଡ଼: ଜମିଜମା ବିବାଦକୁ କେନ୍ଦ୍ର କରି ଜଣେ ଚାଷୀଙ୍କୁ ହତ୍ୟା କରାଯାଇଥିବା ଘଟଣାର ପର୍ଦ୍ଦାଫାଶ କରିଛି ବରଗଡ଼ ଜିଲ୍ଲା ପୁଲିସ। ଝାରବନ୍ଧ ଥାନା ଅନ୍ତର୍ଗତ ଡଭା ଗାଁର ଚାଷୀ ରାମଲାଲ କଲେତ ହତ୍ୟା ମାମଲାରେ ଲକ୍ଷ୍ମଣ ସିଦାର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁସାରେ, ନଭେମ୍ବର ୫ ତାରିଖ ରାତିରେ ରାମଲାଲ ନିଜ ଜମିରୁ ଅମଳ ହୋଇଥିବା ଧାନ ଖଳାକୁ ଆଣିବା ପାଇଁ ଯାଇଥିଲେ। କିନ୍ତୁ ସେ ଘରକୁ ଫେରିନଥିଲେ। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ପରେ ନଭେମ୍ବର ୬ ତାରିଖରେ ଜମିରେ ତାଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିଥିଲେ। ଏହାପରେ ଝାରବନ୍ଧ ପୁଲିସକୁ ଖବର ଦିଆଯାଇଥିଲା।
ପୁଲିସର ତଦନ୍ତ ଅନୁସାରେ, ରାମଲାଲ ଓ ଅଭିଯୁକ୍ତ ଲକ୍ଷ୍ମଣଙ୍କ ମଧ୍ୟରେ ଜମିର ସୀମା ନିର୍ଦ୍ଧାରଣକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା। ରାମଲାଲ କିଛି ଗଛ କାଟିବା ପରେ ଏହି ବିବାଦ ଆହୁରି ତୀବ୍ର ହୋଇଥିଲା। ଏହାକୁ ନେଇ ଅଭିଯୁକ୍ତ ତାଙ୍କୁ ପୂର୍ବରୁ ଧମକ ମଧ୍ୟ ଦେଇଥିବା ପୁଲିସ କହିଛି।
ପୁଲିସର ଦାବି ଅନୁଯାୟୀ, ଏହି ଜମି ବିବାଦକୁ କେନ୍ଦ୍ର କରି ଲକ୍ଷ୍ମଣ ଏକ ପଥରରେ ରାମଲାଲଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଆକ୍ରମଣ ଯୋଗୁଁ ଅତ୍ୟଧିକ ରକ୍ତସ୍ରାବ ହେବାରୁ ରାମଲାଲଙ୍କ ମୃତ୍ୟୁ ହୋଇଥିବା ପଦ୍ମପୁର ଏସ୍ଡିପିଓ ପାଣ୍ଡବ ସାବର ସୂଚନା ଦେଇଛନ୍ତି।
ମାମଲାର ତଦନ୍ତକୁ ଆଗକୁ ବଢ଼ାଇ ପୁଲିସ ବୁଧବାର ଅଭିଯୁକ୍ତ ଲକ୍ଷ୍ମଣଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଥିଲା। ହତ୍ୟା ଘଟଣାରେ ବ୍ୟବହୃତ ପଥରକୁ ମଧ୍ୟ ପୁଲିସ ଜବତ କରିଛି।
ପଦ୍ମପୁର ଏସ୍ଡିପିଓ ପାଣ୍ଡବ ସାବର କହିଛନ୍ତି ଯେ, ଜମି ସୀମାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଥିଲା। ଗଛ କାଟିବା ଘଟଣା ପରେ ଅଭିଯୁକ୍ତ ରାମଲାଲଙ୍କୁ ଧମକ ଦେଇଥିଲେ। ପରେ ମୁଣ୍ଡରେ ପଥରରେ ଆକ୍ରମଣ କରିବାରୁ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା।
ଘଟଣାସ୍ଥଳରେ ତଦନ୍ତ ଓ ରିକ୍ରିଏସନ୍ ପରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି। ଏହି ହତ୍ୟା ମାମଲାରେ ପୁଲିସର ଅଧିକ ତଦନ୍ତ ଜାରି ରହିଛି।
ବେଆଇନ ତମାଖୁ ଓ ନିଷିଦ୍ଧ ଇ-ସିଗାରେଟ୍ ବିକ୍ରି ଉପରେ ପୋଲିସ...
୭୫୦ କୋଟିର ବ୍ୟବସାୟ, କିନ୍ତୁ ନୟନତାରାଙ୍କ ପାଇଁ କେତେ ସ୍ମ...
ଲିଙ୍କନ୍‌: ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରି...
ଉତ୍ତରପ୍ରଦେଶରେ ଜଣେ ମହିଳା ବକ୍ସରଙ୍କ ରହସ୍ୟଜନକ ମୃତ୍ୟୁକୁ...
୧୨ ବର୍ଷୀୟା ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲା: ପୋଲିସ ଏନ...
ନୂଆଦିଲ୍ଲୀ: ଭାରତୀୟ ଚେସ୍ ଜଗତ ପାଇଁ ଆସିଛି ଏକ ବଡ଼ ଖୁସି...
ଟ୍ରେଲର ଦେଖି ଓସ୍କାର ଭବିଷ୍ୟବାଣୀ, ଫିଲ୍ମ ଦେଖିବା ପରେ ବଦ...
ସିଡନୀ: ଅଷ୍ଟ୍ରେଲିଆ କ୍ରିକେଟ୍‌ର ସବୁଠାରୁ ବିବାଦୀୟ...