ଅବହେଳାର ଶିକାର ଅନୁଗୁଳର ଖୁଲୁଡ଼ି ଝରଣା: ପର୍ଯ୍ୟଟନସ୍ଥଳୀ ପାଲଟିଛି ଅଳିଆ ଆବର୍ଜନାର ଗଦା

ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଞ୍ଚଳର ପ୍ରସିଦ୍ଧ ଖୁଲୁଡ଼ି ଝରଣା ଏବେ ଅଳିଆ ଆବର୍ଜନାରେ ଭରିଯାଇଛି। ପର୍ଯ୍ୟଟକଙ୍କ ଭିଡ଼ ବଢ଼ୁଥିବା ବେଳେ ପରିଚ୍ଛନ୍ନତା ଓ ବର୍ଜ୍ୟବସ୍ତୁ ପରିଚାଳନାର ଅଭାବ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟକୁ କ୍ଷତିଗ୍ରସ୍ତ କରୁଛି। ସ୍ଥାନୀୟ ଲୋକ ଓ ପର୍ଯ୍ୟଟକମାନେ ତୁରନ୍ତ ପଦକ୍ଷେପ ଦାବି କରିଛନ୍ତି।
Garbage scattered around Khuludi Waterfall in Angul district raising environmental concerns.
Garbage scattered around Khuludi Waterfall in Angul district raising environmental concerns.

ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଅନ୍ତର୍ଗତ ଖୁଲୁଡ଼ି ଝରଣା ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ, ପାହାଡ଼ ଓ ଘନ ଜଙ୍ଗଲ ପରିବେଶ ପାଇଁ ଦୀର୍ଘଦିନ ଧରି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ନିକଟସ୍ଥ ବାବା ଗିରିଶ୍ୱର ମନ୍ଦିରକୁ ଆସୁଥିବା ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ପ୍ରତିଦିନ ଏହି ସ୍ଥାନ ପରିଦର୍ଶନ କରୁଛନ୍ତି।

କିନ୍ତୁ ବଢ଼ୁଥିବା ପର୍ଯ୍ୟଟକ ସଂଖ୍ୟା ସହିତ ବଢ଼ିଛି ଅଳିଆ ଆବର୍ଜନା ସମସ୍ୟା। ଝରଣା ପରିସର ଓ ମନ୍ଦିର ଚତୁଃପାର୍ଶ୍ୱରେ ପ୍ଲାଷ୍ଟିକ, ଖାଦ୍ୟ ପ୍ୟାକେଟ୍ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ଗଦା ହୋଇ ରହିଥିବାରୁ ଅଞ୍ଚଳର ପରିବେଶ ପ୍ରଦୂଷିତ ହେଉଛି। ଏଥିରୁ ଦୁର୍ଗନ୍ଧ ସୃଷ୍ଟି ହେବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବା ଅଭିଯୋଗ ହେଉଛି।

ଖୁଲୁଡ଼ି ଝରଣା ପାଲଲହଡ଼ା ଉପଖଣ୍ଡରୁ ପ୍ରାୟ ୧୯ କିଲୋମିଟର ଦୂରରେ ଝରାବଡ଼ା ପଞ୍ଚାୟତ ଅଧୀନରେ ଅବସ୍ଥିତ। ଏହା ଓଡ଼ିଶା ପର୍ଯ୍ୟଟନ ତାଲିକାରେ ସ୍ଥାନ ପାଇଥିଲେ ମଧ୍ୟ ପୂର୍ଣ୍ଣାଙ୍ଗ ପର୍ଯ୍ୟଟନସ୍ଥଳୀ ମାନ୍ୟତା ନ ପାଇଥିବାରୁ ଆବଶ୍ୟକ ଭିତ୍ତିଭୂମି ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥାର ଅଭାବ ରହିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦେବସ୍ଥାନ ବିଭାଗ ପକ୍ଷରୁ ପିକନିକ୍ ଶେଡ୍ ଓ ଶୌଚାଳୟ ଭଳି କିଛି ମୌଳିକ ସୁବିଧା କରାଯାଇଥିଲେ ମଧ୍ୟ ନିୟମିତ ସଫେଇ କାର୍ଯ୍ୟ ହେଉନାହିଁ। ଫଳରେ ପରିସର ଦିନକୁ ଦିନ ଅପରିଷ୍କାର ହେବାରେ ଲାଗିଛି।

ପର୍ଯ୍ୟଟକ ପ୍ରଦୀପ କୁମାର ସାହୁ କହିଛନ୍ତି, ଏହା ଏକ ପବିତ୍ର ଧାର୍ମିକ ସ୍ଥାନ ହୋଇଥିବାରୁ ଏଠାରେ ସ୍ୱଚ୍ଛତା ଓ ପରିଚ୍ଛନ୍ନତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ଉଚିତ। କିନ୍ତୁ ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ଧ୍ୟାନ ଦିଆଯାଉନାହିଁ।

ସ୍ଥାନୀୟ ବାସିନ୍ଦା କାଳନ୍ଦୀ ଚରଣ ବରିକ କହିଛନ୍ତି ଯେ, ବର୍ଷ ବର୍ଷ ଧରି ଭକ୍ତମାନେ ଏଠାକୁ ଆସୁଥିଲେ ମଧ୍ୟ ଆବର୍ଜନା ପରିଚାଳନା ପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା ହୋଇନାହିଁ। ମନ୍ଦିର ପରିସରରେ ମଧ୍ୟ ଅଳିଆ ଗଦା ହୋଇ ରହୁଥିବାରୁ ଭକ୍ତମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅନ୍ୟପକ୍ଷରେ ପାଲଲହଡ଼ା ଉପଜିଲ୍ଲାପାଳ ଓ ଦେବସ୍ଥାନ ବିଭାଗ ଅଧିକାରୀ ରବୀନ୍ଦ୍ର କୁମାର ପଟେଲ କହିଛନ୍ତି ଯେ, ସ୍ଥାନରେ ପରିଚ୍ଛନ୍ନତା ରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି। ଖୁଲୁଡ଼ିକୁ ପୂର୍ଣ୍ଣାଙ୍ଗ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ପାଇଁ ସରକାରୀ ସ୍ତରରେ ପ୍ରୟାସ ଚାଲିଛି ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ସଚେତନତା ଅଭିଯାନ ମଧ୍ୟ କରାଯିବ।

LIVE TV
LIVE
Latest News
ଆଳୁ ଚାଷୀଙ୍କ ପାଇଁ ବଡ଼ ଘୋଷଣା! କ୍ୱିଣ୍ଟାଲ ପିଛା ୫୦ ଟଙ୍କା ପରିବହନ ସବ୍‌ସିଡି, ଫସଲ ବୀମା ପ୍ରିମିୟମ୍ ଦେବେ ସରକାର

ଆଳୁ ଚାଷୀଙ୍କ ପାଇଁ ବଡ଼ ଘୋଷଣା! କ୍ୱିଣ୍ଟାଲ...

ଆଳୁ ଚାଷୀଙ୍କ ଦୁଃଖ ଦୂର କରିବାକୁ ପଶ୍ଚିମବଙ୍ଗ ସରକାରଙ୍କ ବ...

ଅବସର ପରେ ରହିବାକୁ ଏହି ୩ ସହର ପାଲଟୁଛି ପସନ୍ଦ! ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ପୁଣେରେ ବଢ଼ୁଛି ବୟସ୍କଙ୍କ ଆଗ୍ରହ

ଅବସର ପରେ ରହିବାକୁ ଏହି ୩ ସହର...

ଭାରତରେ ଅବସର ପରବର୍ତ୍ତୀ ଜୀବନଶୈଳୀକୁ ନେଇ ଲୋକଙ୍କ ଚିନ୍ତା...

‘ରାମାୟଣ’ରେ ରାବଣଙ୍କ ସୁନାର ସିଂହାସନ! ନିର୍ମାଣରେ ଖର୍ଚ୍ଚ ହୋଇଛି ୧ କୋଟି, ଜାଣନ୍ତୁ କେମିତି ହୋଇଥିଲା ପ୍ରସ୍ତୁତ

‘ରାମାୟଣ’ରେ ରାବଣଙ୍କ ସୁନାର ସିଂହାସନ! ନିର୍ମାଣରେ ଖର୍ଚ୍ଚ...

ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ:...

‘ରାମାୟଣ’ରେ ହନୁମାନ ଅବତାରରେ ସନି ଦେଓଲ! ଦିଲଜିତ୍‌ଙ୍କ କଣ୍ଠରେ ହନୁମାନ ଚାଳିଶା ରିଲିଜ୍‌, ଭାଇରାଲ୍ ହେଉଛି ପୋଷ୍ଟ-କ୍ରେଡିଟ୍‌ ସିନ୍‌

‘ରାମାୟଣ’ରେ ହନୁମାନ ଅବତାରରେ ସନି ଦେଓଲ! ଦିଲଜିତ୍‌ଙ୍କ...

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ନଭେମ୍ବର ୫ ତାରିଖରେ ପରଦାକୁ...

ସରକାରୀ ସ୍କୁଲରେ ପଢ଼ାଇବେ ଘରୋଇ ସ୍କୁଲର ଶିକ୍ଷକ! କର୍ଣ୍ଣାଟକ ସରକାରଙ୍କ ନୂଆ ଶିକ୍ଷା ମଡେଲ୍

ସରକାରୀ ସ୍କୁଲରେ ପଢ଼ାଇବେ ଘରୋଇ ସ୍କୁଲର ଶିକ୍ଷକ!...

ସରକାରୀ ସ୍କୁଲରେ ଶିକ୍ଷାର ମାନ ବୃଦ୍ଧି ପାଇଁ ଏକ ନୂଆ ମଡେଲ...

ଛଟ୍ ପୂଜା ପୂର୍ବରୁ ଗଙ୍ଗା ଘାଟରେ ବିହାର ସରକାରଙ୍କ ତତ୍ପରତା, ସ୍ୱଚ୍ଛତା ଯାଞ୍ଚ କଲେ ମୁଖ୍ୟମନ୍ତ୍ରୀ

ଛଟ୍ ପୂଜା ପୂର୍ବରୁ ଗଙ୍ଗା ଘାଟରେ ବିହାର...

ଛଟ୍ ପୂଜା ୨୦୨୬କୁ ନଜରରେ ରଖି ବିହାରର ପାଟନାରେ ଗଙ୍ଗା ଘାଟ...

OTTରେ ରିଲିଜ୍ ହେବ ରଜନୀକାନ୍ତଙ୍କ ‘ଜେଲର୍-୨’! ନଭେମ୍ବର ୧୨ରୁ ଘରେ ବସି ଦେଖିପାରିବେ ଫିଲ୍ମ

OTTରେ ରିଲିଜ୍ ହେବ ରଜନୀକାନ୍ତଙ୍କ ‘ଜେଲର୍-୨’! ନଭେମ୍ବର...

ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବ...

‘ରାମାୟଣ ପାର୍ଟ-୨’ରେ ସୁଗ୍ରୀବ ହେବେ ସୁହେଲ ନୟ୍ୟର! ରାମଙ୍କ ସହ ସୁଗ୍ରୀବଙ୍କ ବନ୍ଧୁତ୍ୱର ଭାବନାକୁ ନେଇ କହିଲେ ଅଭିନେତା

‘ରାମାୟଣ ପାର୍ଟ-୨’ରେ ସୁଗ୍ରୀବ ହେବେ ସୁହେଲ ନୟ୍ୟର!...

ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ: ର...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+