ଓଡ଼ିଶାରେ ସନ୍ଦିଗ୍ଧ ଚୋରି ଘଟଣାକୁ କେନ୍ଦ୍ର କରି ପୁଣି ଏକ ଗଣପିଟା ଘଟଣା ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଖଣାତା ଗାଁରେ ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଗ୍ରାମବାସୀ ନିର୍ମମ ଭାବେ ପିଟିଥିବା ଅଭିଯୋଗ ହୋଇଛି। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ମୃତ ଯୁବକଙ୍କ ପରିଚୟ ତୋଫାନ ନାୟକ ଭାବେ ହୋଇଛି। ସେ ବାଣପୁର ଅଞ୍ଚଳର ଭୀମପୁର ଗାଁର ବାଘୁଆପଦର ସାହିର ବାସିନ୍ଦା ଥିଲେ।
ଅଭିଯୋଗ ଅନୁସାରେ, ଚୋରି ସନ୍ଦେହରେ ତୋଫାନଙ୍କୁ ଗ୍ରାମବାସୀ ଧରି ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଦୀର୍ଘ ସମୟ ଧରି ମାଡ଼ ମାରିଥିଲେ। ସିସିଟିଭି ଫୁଟେଜରେ କିଛି ଲୋକ ତାଙ୍କୁ ବାରମ୍ବାର ପିଟୁଥିବା ଏବଂ ଦଉଡ଼ି ଢିଲା ହେଲେ ପୁଣି ଟାଣି ବାନ୍ଧୁଥିବା ଦୃଶ୍ୟ ଥିବା ଦାବି କରାଯାଇଛି।
ଘଟଣା ସମ୍ପର୍କରେ ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୋଫାନଙ୍କୁ ଉଦ୍ଧାର କରିଥିଲା। ତେବେ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ତାଙ୍କୁ ତୁରନ୍ତ ହସ୍ପିଟାଲ ନେବା ପରିବର୍ତ୍ତେ ପୋଲିସ ଥାନାକୁ ନେଇ ସେଠାରେ ମଧ୍ୟ ମାଡ଼ ମାରିଥିଲା।
ତୋଫାନଙ୍କ ମାଆଙ୍କ କହିବା ଅନୁସାରେ, ସନ୍ଧ୍ୟା ପର୍ଯ୍ୟନ୍ତ ପୋଲିସ ହେପାଜତରେ ତାଙ୍କୁ ରଖାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବା ସହ ମୁହଁ ଫୁଲିଯାଇଥିଲା ଏବଂ ପାଟିରୁ ରକ୍ତ ବାହାରୁଥିଲା। ଶେଷରେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।
ଅନ୍ୟପଟେ ଖୋର୍ଦ୍ଧା ଏସ୍ପି ପୋଲିସ ହେପାଜତରେ ମାଡ଼ ମରାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଘଟଣାରେ ଜଡିତ ସନ୍ଦେହରେ ଦୁଇଜଣଙ୍କୁ ଅଟକ ରଖାଯାଇଛି ଏବଂ ସିସିଟିଭି ଫୁଟେଜ ସହ ସମଗ୍ର ଘଟଣାର ତଦନ୍ତ ଚାଲିଛି।
ଦିଲ୍ଲୀର ସତ୍ୟ ନିକେତନରେ ‘Hostel Daze’ ନା...
ନ୍ୟୁୟର୍କ: ୟୁଏସ୍‌ ଓପନ୍‌ରେ ଭାରତୀୟ ଟେନିସ୍&z...
ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...
ନ୍ୟୁୟର୍କ: US Open 2026 ଦ୍ୱିତୀୟ ସପ୍ତାହରେ ପହଞ୍ଚିଛି।...
ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳିଏସ୍. ବଦ୍ରିନାଥଭ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ମହାରାଷ୍ଟ୍ରର ପୁଣେ ଓ ପିମ୍ପ୍ରି-ଚିଞ୍ଚୱାଡ ଅଞ୍ଚଳରେ ରବିବା...