କେରଳର ତିରୁବନନ୍ତପୁରମର କାର୍ଯ୍ୟଭଟ୍ଟମ ଅଞ୍ଚଳରେ ପୋଲିସ ଏକ ବଡ଼ ସେକ୍ସ ରାକେଟ୍ ଉପରେ ଚଢ଼ାଉ କରି ଅବୈଧ ଭାବେ ଭାରତରେ ରହୁଥିବା ଦୁଇଜଣ ବାଂଲାଦେଶୀ ମହିଳାଙ୍କୁ ଗିରଫ କରିଛି।
କେରଳ ଆଣ୍ଟି-ଟେରରିଷ୍ଟ ସ୍କ୍ୱାଡ୍ (ATS) ର ସୂଚନା ଆଧାରରେ କାଝାକୁଟ୍ଟମ ପୋଲିସ ବୁଧବାର ରାତିରେ ଏକ ଭଡ଼ା ଘର ଉପରେ ଚଢ଼ାଉ କରିଥିଲା।
ପୋଲିସ ତଦନ୍ତରେ ଜଣାପଡ଼ିଛି ଯେ, ଏହି ଗୋଷ୍ଠୀ ଡାକ୍ତର ଭାବେ ଭୁଲ ପରିଚୟ ଦେଇ ଘର ଭଡ଼ାକୁ ନେଇଥିଲେ ଏବଂ ସେଠାରୁ ଅବୈଧ ଦେହ ବ୍ୟବସାୟ ଚାଲାଉଥିଲେ।
ଚଢ଼ାଉ ସମୟରେ ଦୁଇଜଣ ବାଂଲାଦେଶୀ ମହିଳାଙ୍କ ସହ ମୋଟ 8 ଜଣଙ୍କୁ ପୋଲିସ ହିରାସତରେ ନେଇଥିଲା।
ଦୁଇ ମହିଳାଙ୍କ ବିରୋଧରେ ଭାରତରେ ଅବୈଧ ଭାବେ ରହିବା ମାମଲା ରୁଜୁ ହୋଇଥିବାବେଳେ, ଅନ୍ୟମାନଙ୍କ ବିରୋଧରେ ବେଶ୍ୟାବୃତ୍ତି ସଂପର୍କିତ ମାମଲା ରଜିଷ୍ଟର କରାଯାଇଛି।
ପୋଲିସ କହିଛି ଯେ, ଜାଲି ଦସ୍ତାବେଜ ଓ ନକଲି ପରିଚୟପତ୍ର ମାଧ୍ୟମରେ ରାଜ୍ୟରେ ଅବୈଧ ଭାବେ ରହୁଥିବା ବାଂଲାଦେଶୀ ନାଗରିକଙ୍କ ବିରୋଧରେ ଚଢ଼ାଉ ଆହୁରି ତୀବ୍ର କରାଯିବ।
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ଜଣ୍ଡିସ ବା ହ...
ଝାରସୁଗୁଡ଼ା-କନକତୋରା ଜାତୀୟ ରାଜପଥରେ ଦିନକୁ ଦିନ ବଢ଼ୁଛି...
ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ ପ୍ରସ୍ତାବିତ GMDC କୋଇଲା ଖଣ...
ଭୁବନେଶ୍ୱର: ରାଜ୍ୟର ଦୁଗ୍ଧ ଚାଷୀଙ୍କ ପାଇଁ ଆସିଛି ବଡ଼ ଖୁସ...