କେନ୍ଦୁଝର ଜିଲ୍ଲାରେ ଚାଲିଥିବା ଅବୈଧ ବାଲି କାରବାର ବିରୋଧରେ ସୋମବାର ପୋଲିସ୍ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଆନନ୍ଦପୁର, ଘସିପୁରା ଓ ନନ୍ଦିପଦା ଥାନା ଅଞ୍ଚଳରେ ବାଲି ମାଫିଆ ସହ ସଂପୃକ୍ତ ଥିବା ଅଭିଯୋଗରେ ବିଭିନ୍ନ ସ୍ଥାନରେ ଏକାସାଙ୍ଗରେ ଚଢ଼ାଉ ହୋଇଥିଲା।
ସୂଚନା ଅନୁଯାୟୀ, ଜିଲ୍ଲାର ସାତୋଟି ଭିନ୍ନ ସ୍ଥାନରେ ପୋଲିସ୍ ଏହି ସମନ୍ୱିତ ଚଢ଼ାଉ କରିଥିଲା। ଅବୈଧ ବାଲି ପରିବହନ ଓ ବ୍ୟବସାୟରେ ସଂପୃକ୍ତ ଥିବା ସନ୍ଦେହରେ ଅନେକ ବ୍ୟକ୍ତିଙ୍କ ଘରେ ତଲାସି ଚାଲିଥିଲା। ଏହି ଅଭିଯାନ ସମୟରେ ପୋଲିସ୍ ୨୫ ଲକ୍ଷ ଟଙ୍କା ନଗଦ ଓ ୩୦ରୁ ଅଧିକ ଗାଡ଼ି ଜବତ କରିଛି।
ଏହାସହ ଘଟଣାରେ ସଂପୃକ୍ତି ଅଭିଯୋଗରେ ୧୨ରୁ ଅଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଜିଲ୍ଲା ପୋଲିସ୍ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସ୍ପି ସ୍ନେହାଶିଷ ସାହୁ ଓ ଆନନ୍ଦପୁର SDPO କମଳ ଲୋଚନ ପଣ୍ଡାଙ୍କ ନେତୃତ୍ୱରେ ଚଢ଼ାଉ ଟିମ୍ ଏହି ଅଭିଯାନକୁ ପରିଚାଳନା କରିଥିଲେ।
ଏହି ଚଢ଼ାଉରେ ହାଟଡିହି ବ୍ଲକ୍ ଉପାଧ୍ୟକ୍ଷ ଓ ବିଜେଡି ରାଜ୍ୟ ସଚିବ ରତିକାନ୍ତ ରାଉତଙ୍କ ଘରେ ମଧ୍ୟ ତଲାସି କରାଯାଇଥିବା ସୂଚନା ମିଳିଛି। ତେବେ ସେଠାରୁ କ’ଣ ଜବତ ହୋଇଛି କିମ୍ବା କ’ଣ ତଥ୍ୟ ମିଳିଛି, ସେନେଇ ପୋଲିସ୍ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।
ପୋଲିସ୍ କହିଛି ଯେ, କେନ୍ଦୁଝରରେ ଚାଲିଥିବା ସଂଗଠିତ ବାଲି ମାଫିଆ ନେଟୱର୍କକୁ ଭାଙ୍ଗିବା ପାଇଁ ତଦନ୍ତ ଜାରି ରହିଛି। ଅଟକ ବ୍ୟକ୍ତିମାନଙ୍କୁ ପଚରାଉଚରା କରାଯାଉଥିବା ବେଳେ ଆଗାମୀ ଦିନରେ ଆହୁରି ବଡ଼ ଖୁଲାସା ହେବାର ସମ୍ଭାବନା ରହିଛି।
ଆପଣ ଯଦି ୧୦ ଲକ୍ଷ ଟଙ୍କାରୁ ଅଧିକ ଦାମର କାର କିଣିଛନ୍ତି, ତ...
ପଶ୍ଚିମବଙ୍ଗ ଆଜି ଏକ ନୂଆ ରାଜନୈତିକ ଯୁଗରେ ପ୍ରବେଶ କରିଛି।...
ଦେଶରେ ପୁନର୍ବାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେ...
ଉତ୍ତର ପ୍ରଦେଶ ବିଧାନସଭା ପରିସରରେ ସମାଜବାଦୀ ପାର୍ଟି (SP)...
ଡିଜିଟାଲ୍ ପେମେଣ୍ଟ୍ କମ୍ପାନୀ ପେଟିଏମ୍ର ଶେୟର ଦର ଆଜି ଶେୟ...
ସମ୍ପ୍ରତି ଘୋଷିତ ଡିଏ (Dearness Allowance) ବୃଦ୍ଧି ପରେ...