କେନ୍ଦୁଝର ଜିଲ୍ଲାରେ ଜଣେ ୧୧ ବର୍ଷୀୟା ବାଳିକାଙ୍କ ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ ବିଭାଗରେ ଚର୍ଚ୍ଚା ଜୋର ଧରିଛି। ବଂଶପାଳ ବ୍ଲକ୍ ଅନ୍ତର୍ଗତ ସିଙ୍ଗପୁର ପଞ୍ଚାୟତର ତାଳବରଡା ଗାଁର ଆଶା କର୍ମୀ ଶ୍ରୀଦେବୀ ନାୟକ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅଙ୍କୁ ଏଏନଏମ୍ କେନ୍ଦ୍ରରୁ ଯୋଗାଇ ଦିଆଯାଇଥିବା ଔଷଧ ସେବନ କରିବା ପରେ ତାଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇଥିଲା ଏବଂ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ସୂଚନା ଅନୁଯାୟୀ, ଗତ ଗୁରୁବାର ଦିନ ବାଳିକାଙ୍କୁ ଜ୍ୱର ହୋଇଥିଲା। ତାଙ୍କ ମା’ ଶ୍ରୀଦେବୀ ସିଙ୍ଗପୁର ଏଏନଏମ୍ କେନ୍ଦ୍ରରୁ ଔଷଧ ଆଣିଥିଲେ। ଘରକୁ ଆସି ଔଷଧ ଯାଞ୍ଚ କରିବା ସମୟରେ ସେଗୁଡ଼ିକର ଏକ୍ସପାରୀ ସମାପ୍ତ ହୋଇଥିବା ଜାଣିବାକୁ ପାଇଥିଲେ। ସେ ଏହି ବିଷୟରେ ଏଏନଏମ୍ଙ୍କୁ ଜଣାଇଥିଲେ। ପରେ ତାଙ୍କ ଝିଅ ଔଷଧ ସେବନ କରିଥିଲେ ମଧ୍ୟ ଜ୍ୱର କମିବା ପରିବର୍ତ୍ତେ ବଢ଼ିଥିଲା ବୋଲି ସେ ଦାବି କରିଛନ୍ତି।
ବାଳିକାଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସୋମବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ପରିବାର ଲୋକେଏକ୍ସପାରୀ ଔଷଧ ଯୋଗାଣକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି।
ତେବେ ସମ୍ପୃକ୍ତ ଏଏନଏମ୍ ଗୌରୀ ମହାନ୍ତ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଭୁଲବଶତଃ ମିଆଦ ପୂର୍ଣ୍ଣ ଔଷଧ ଦିଆଯାଇଥିଲା ସତ, କିନ୍ତୁ ଏହା ଜାଣିବା ପରେ ସଙ୍ଗେ ସଙ୍ଗେ ପରିବାରକୁ ଡାକି ଏକ୍ସପାରୀ ଔଷଧ ବଦଳାଇ ଦିଆଯାଇଥିଲା। ତେଣୁ ବାଳିକାଏକ୍ସପାରୀଔଷଧ ସେବନ କରିଥିବା କଥା ସତ୍ୟ ନୁହେଁ ବୋଲି ସେ କହିଛନ୍ତି।
ଘଟଣାକୁ ଗୁରୁତ୍ୱର ସହ ନେଇ କେନ୍ଦୁଝର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (CDMO) ଡାକ୍ତର ଧନେଶ୍ୱର ସେଠୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତରେ ପ୍ରକୃତରେ ମିଆଦ ପୂର୍ଣ୍ଣ ଔଷଧ ଯୋଗାଇ ଦିଆଯାଇଥିଲା କି ନାହିଁ, ବାଳିକା ସେହି ଔଷଧ ସେବନ କରିଥିଲେ କି ନାହିଁ ଏବଂ ଔଷଧ ବଣ୍ଟନ ପ୍ରକ୍ରିୟାରେ କୌଣସି ଅବହେଳା ଘଟିଥିଲା କି ନାହିଁ, ସେସବୁ ଦିଗରେ ଯାଞ୍ଚ କରାଯିବ। ତଦନ୍ତ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
ଭାରତୀୟ ପୁଞ୍ଜି ବଜାର ନିୟାମକSecurities and Exchange B...
Google ତା’ର Workspace ସେବାରେ Gemini AIର ବ୍ୟବ...
ଭାରତର ସଦ୍ୟ ପ୍ରକାଶିତ GDP ତଥ୍ୟକୁ ନେଇ ଚାଲିଥିବା ତର୍କ ମ...
ବଲିଉଡ୍ ଅଭିନେତା ସଲମାନ ଖାନ ତାଙ୍କ ବନ୍ଧୁଙ୍କ...
ଅଭିନେତ୍ରୀକାୟାଡୁ ଲୋହର୍ତାଙ୍କ ତାମିଲ୍ ଫିଲ୍ମ **‘ଇ...
ବଲିଉଡ୍ ଫିଲ୍ମ **‘ହେୟ ବେବି’**ର ଫ୍ୟାନ୍ମାନ...
ଭାରତରେ ନିଜ ବ୍ୟବସାୟର ଖର୍ଚ୍ଚ କମାଇବା ପାଇଁVolkswagenଏକ...
ଡବଲ୍ ଅଲିମ୍ପିକ୍ ପଦକ ବିଜେତା ବ୍ୟାଡମିଣ୍ଟନ୍ ଖେଳାଳିପିଭି...