କେନ୍ଦୁଝର ଜିଲ୍ଲାର ବଡ଼ବିଲ ଅଞ୍ଚଳରେ ସକ୍ରିୟ ଥିବା ଏକ ଡକାୟତି ଓ ସାଇବର ଠକେଇ ଚକ୍ରର ପର୍ଦ୍ଦାଫାଶ କରିଛି ପୁଲିସ। ଏହି ମାମଲାରେ ଝାଡ଼ଖଣ୍ଡର କୁଖ୍ୟାତଜାମତାରା ସାଇବର ଗ୍ୟାଙ୍ଗ୍ସହ ସମ୍ପର୍କ ଥିବା କଥିତ ମହିଳା ମାଷ୍ଟରମାଇଣ୍ଡଙ୍କ ସମେତ ମୋଟ୬ ଜଣଙ୍କୁ ଗିରଫକରାଯାଇଛି।
ଏହି ଘଟଣାର ସୂତ୍ରପାତ ଗତଜୁନ୍ ୪ତାରିଖରେ ହୋଇଥିଲା। ଜଣେ ଟ୍ରକ୍ ଚାଳକ ରାଇଡା ଛକ ନିକଟରେ କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ର ଦେଖାଇ ତାଙ୍କୁ ଆକ୍ରମଣ କରି ମୋବାଇଲ୍ ଫୋନ୍ ଓ ନଗଦ ଟଙ୍କା ଲୁଟି ନେଇଥିବା ନେଇ ଅଭିଯୋଗ କରିଥିଲେ।
ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲା ଯେ, ଲୁଟ୍ ହୋଇଥିବା ମୋବାଇଲ୍ ଫୋନ୍କୁ ବ୍ୟବହାର କରି ଟ୍ରକ୍ ଚାଳକଙ୍କUPI ଓ ବ୍ୟାଙ୍କିଂ ଆପ୍ମାଧ୍ୟମରେ ତାଙ୍କ ଖାତାରୁ୧ ଲକ୍ଷ ଟଙ୍କାରୁ ଅଧିକଠକେଇ କରାଯାଇଥିଲା।
ତଦନ୍ତ ଆଧାରରେ ପୁଲିସଠାକୁରାଣୀ ଅଞ୍ଚଳର ଚନ୍ଦ୍ରାବତୀ ପାତ୍ରଙ୍କ ଘରେ ଚଢ଼ାଉ କରିଥିଲା। ସେଠାରୁ୧୨ଟି ମୋବାଇଲ୍ ଫୋନ୍, ୨୪ଟି ବ୍ୟାଙ୍କ ପାସ୍ବୁକ୍ ଏବଂ ୨୬ଟି ସିମ୍ କାର୍ଡଜବତ କରାଯାଇଛି।
ବଡ଼ବିଲ ଏସ୍ଡିପିଓଦେବେନ୍ଦ୍ରନାଥ ପିଙ୍ଗୁଆକହିଛନ୍ତି ଯେ, ଚୋରି ହୋଇଥିବା ମୋବାଇଲ୍ ଫୋନ୍ଗୁଡ଼ିକ ଚନ୍ଦ୍ରାବତୀ ପାତ୍ରଙ୍କୁ ବିକ୍ରି କରାଯାଉଥିଲା। ସେ ସାଇବର ଠକେଇରେ ପାରଙ୍ଗମ ଥିବା ସହ ଜାମତାରା ଗ୍ୟାଙ୍ଗ୍ ସହ ତାଙ୍କର ସମ୍ପର୍କ ଥିବା ପ୍ରମାଣ ମିଳିଛି। ଏହି ଗ୍ୟାଙ୍ଗ୍ ଚୋରି ହୋଇଥିବା ମୋବାଇଲ୍ ଫୋନ୍ ବ୍ୟବହାର କରି ପୀଡ଼ିତଙ୍କ UPI ଓ ବ୍ୟାଙ୍କିଂ ଆପ୍ରେ ପ୍ରବେଶ କରି ଟଙ୍କା ଠକେଇ କରୁଥିଲେ।
ଏହାଛଡ଼ା ପୁଲିସଯୋଡ଼ା ଅଞ୍ଚଳରେ ଆଉ ଏକ ଡକାୟତି ଯୋଜନା କରୁଥିବା ବେଳେ ୫ ଜଣ ଅଭିଯୁକ୍ତଙ୍କୁଗିରଫ କରିଛି। ସେମାନଙ୍କ ନିକଟରୁ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି।
ପୁଲିସ ବର୍ତ୍ତମାନ ଏହି ଗ୍ୟାଙ୍ଗ୍ର ସମ୍ପୃକ୍ତି ଅନ୍ୟାନ୍ୟ ଡକାୟତି ଓ ସାଇବର ଠକେଇ ଘଟଣାରେ ରହିଛି କି ନାହିଁ, ସେନେଇ ଅଧିକ ତଦନ୍ତ ଜାରି ରଖିଛି।
ଦୁନିଆରେ ଦିନକୁ ଦିନ ବଢ଼ୁଛି ସାଇବର ଆକ୍ରମଣ। ବ୍ୟାଙ୍କିଂ ବ...
ଆମେରିକା ଯାତ୍ରା କରୁଥିବା ଭାରତୀୟ ବିମାନ ଯାତ୍ରୀଙ୍କ ପାଇଁ...
ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ:...
ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବ...
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ଅସୁସ୍ଥ ହେଲେ ହିଁ ଡାକ...
ରାତିରେ ହଠାତ୍ ଥରି ଉଠିଲା ଜମ୍ମୁ-କାଶ୍ମୀର ଓ ଲଦାଖର କିଛି...
ସକାଳୁ ଦାନ୍ତ ଘଷିବା ବେଳେ ଅସାବଧାନତା ଯୋଗୁଁ ଜଣେ ବ୍ୟକ୍ତି...
ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ନଭେମ୍ବର ୫ ତାରିଖରେ ପରଦାକୁ...