କେନ୍ଦ୍ରାପଡ଼ା: ଓଡ଼ିଶାରେ ବନ୍ୟା ବିପତ୍ତି ଥମିବାର ନାଁ ନେଉନି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ଅଧୀନ ବରାହଦୋମଣ୍ଡା ପଞ୍ଚାୟତର କାନପୁର କାଇମା ଅଞ୍ଚଳରେ ପ୍ରାୟ ୪୦ ପରିବାର ଗତ ୮ ଦିନ ଧରି ବନ୍ୟାଜଳ ଘେରରେ ରହିଛନ୍ତି। ବୈତରଣୀ ନଦୀର ଜଳସ୍ତର ବଢ଼ିବା ପରେ ଗାଁରେ ବନ୍ୟାଜଳ ପଶି ଘରଦ୍ୱାର ଓ ରାସ୍ତାଘାଟ ବୁଡ଼ିଯାଇଛି।
ବନ୍ୟାଜଳ ଏବେ ଗ୍ରାମବାସୀଙ୍କ ଆଣ୍ଠୁଏ ଉଚ୍ଚତାରେ ରହିଥିବାରୁ ଲୋକେ ଗାଁରୁ ବାହାରି ପାରୁନାହାନ୍ତି। ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଡ଼ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି।
ଗ୍ରାମବାସୀଙ୍କ କହିବା ଅନୁସାରେ, ତିନୋଟି ନଦୀର ପାଣି ଗାଁକୁ ଘେରି ରହିଛି। ଗତ ୮ ଦିନ ଧରି ଏଭଳି ପରିସ୍ଥିତିରେ ଲୋକେ ଜୀବନ ବିତାଉଛନ୍ତି। ଯଦିଓ ବିଳମ୍ବରେ ରିଲିଫ୍ ସାମଗ୍ରୀ ପହଞ୍ଚିଛି, ତଥାପି ନିୟମିତ ଓ ସମୟୋଚିତ ସହାୟତା ଯୋଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି।
ବନ୍ୟା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅଞ୍ଚଳରେ ବନ୍ଧ ନିର୍ମାଣ କରିବାକୁ ମଧ୍ୟ ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି।
ବନ୍ୟାଜଳ ଘେରି ରହିଥିବା ବେଳେ ଅଞ୍ଚଳରେ ସାପ, ବିଭିନ୍ନ ସରୀସୃପ ଓ କୁମ୍ଭୀର ଦେଖାଯାଉଥିବାରୁ ଗ୍ରାମବାସୀଙ୍କ ଭୟ ଆହୁରି ବଢ଼ିଛି। ବିଶେଷକରି ଛୋଟ ପିଲା ଥିବା ପରିବାରଗୁଡ଼ିକ ଅଧିକ ଚିନ୍ତାରେ ରହିଛନ୍ତି।
କେତେକ ଘର ସମ୍ପୂର୍ଣ୍ଣ ଭାବେ ପାଣିରେ ବୁଡ଼ିଯାଇଥିବାରୁ ପରିବାରଗୁଡ଼ିକ ନିଜ ଘର ଛାଡ଼ି ଅନ୍ୟମାନଙ୍କ ସୁରକ୍ଷିତ ଘରର ବାରଣ୍ଡାରେ ଆଶ୍ରୟ ନେଇଛନ୍ତି।
ବନ୍ୟାଜଳ ଏପର୍ଯ୍ୟନ୍ତ ହ୍ରାସ ପାଇନଥିବାରୁ ପ୍ରଭାବିତ ପରିବାରଗୁଡ଼ିକ ତୁରନ୍ତ ରିଲିଫ୍ ଓ ଆବଶ୍ୟକ ସାମଗ୍ରୀ ଯୋଗାଣ ସହ ବନ୍ୟା ସମସ୍ୟାର ସ୍ଥାୟୀ ସମାଧାନ ଦାବି କରିଛନ୍ତି।
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
କନ୍ନଡ ଅଭିନେତା ଶିବ ରାଜକୁମାର ହିନ୍ଦୀକୁ ‘ଜାତୀୟ ଭ...
ତାମିଲନାଡୁ ରାଜନୀତିରେ ସିନେମା ଓ ରାଜନୀତିର ସମ୍ପର୍କ ନୂଆ...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ମନି ଲଣ୍ଡରିଂ ମାମଲାକୁ ନେଇ ତୃଣମୂଳ କଂଗ୍ରେସର ରାଜ୍ୟସଭା ସ...
ମୁମ୍ବାଇ: ମହାରାଷ୍ଟ୍ରରେ ନବରାତ୍ରି ପୂର୍ବରୁ ଗର୍ବା ଓ ଡାଣ...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...