ଅନ୍ଧାର ରାତିରେ ଭୟଙ୍କର ତାଣ୍ଡବ ରଚିଲା କାଳବୈଶାଖୀ । ହଠାତ୍ ପ୍ରବଳ ପବନ ଓ ବର୍ଷା ମୟୂରଭଞ୍ଜ ଏବଂ କୋରାପୁଟ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ କୋଚିଳାଡ଼ିହା ପଞ୍ଚାୟତରେ ଶହ ଶହ ଗଛ ଉପୁଡ଼ି ପଡ଼ିଥିବା ବେଳେ ବିଦ୍ୟୁତ ଖୁଣ୍ଟ ଓ ତାର ଭାଙ୍ଗି ଯାଇଛି । ଏହା ଫଳରେ ଅନେକ ଅଞ୍ଚଳରେ ବିଦ୍ୟୁତ ସେବା ବିଘ୍ନିତ ହୋଇଛି ।
ରାସ୍ତା ଉପରେ ବଡ଼ ବଡ଼ ଗଛ ପଡ଼ିଥିବାରୁ ପ୍ରାୟ ଦୁଇ କିଲୋମିଟର ଧରି ଯାତାୟାତ ବନ୍ଦ ହୋଇଥିଲା । ଅଗ୍ନିଶମ ବିଭାଗ ରାତି ସାରା ଓ ସକାଳ ପର୍ଯ୍ୟନ୍ତ ଗଛ କାଟି ରାସ୍ତା ସଫା କରିବା କାମରେ ନିୟୋଜିତ ଥିଲା । ସ୍କୁଲ ପାଚେରୀ, ଅଙ୍ଗନବାଡ଼ି କେନ୍ଦ୍ର ଓ ଘର ଉପରେ ମଧ୍ୟ ଗଛ ପଡ଼ି ବ୍ୟାପକ କ୍ଷତି ସୃଷ୍ଟି କରିଛି ।
ସେପଟେ କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ମଣ୍ଡପଦର ଗ୍ରାମରେ ମଧ୍ୟ ଝଡ଼ ବର୍ଷା ଭୟଙ୍କର ରୂପ ନେଇଥିଲା । ପ୍ରବଳ ପବନରେ ଘରର ଛପର ଉଡ଼ିଯାଇଥିବା ବେଳେ ଏକ ବଡ଼ ଗଛ ଘର ଉପରେ ପଡ଼ିଥିଲା । ଅଳ୍ପକେ ଏକ ଆଦିବାସୀ ପରିବାରର ଚାରିଜଣ ସଦସ୍ୟଙ୍କ ଜୀବନ ବଞ୍ଚିଯାଇଛି । ପରିବାର ଲୋକେ ଜୀବନ ବଞ୍ଚାଇବା ପାଇଁ ଘର ଛାଡ଼ି ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଥିଲେ ।
କାଳବୈଶାଖୀର ଏହି ତାଣ୍ଡବ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି । ପ୍ରଶାସନ ଓ ଅଗ୍ନିଶମ ବିଭାଗ କ୍ଷତିଗ୍ରସ୍ତ ଅଞ୍ଚଳରେ ଉଦ୍ଧାର ଓ ସଫାଇ କାମ ଜାରି ରଖିଛନ୍ତି ।
ଦିଲ୍ଲୀରେ ବଢୁଥିବା ସାଇବର ଅପରାଧ ଓ ଟେକ୍ନୋଲୋଜି ଆଧାରିତ ଧ...
ଆଗ୍ରାରେ ତାମିଲନାଡୁ ଏକ୍ସପ୍ରେସ୍ର ଏକ ଅନରିଜର୍ଭ୍ଡ କୋଚ୍ରୁ...
ଦିଲ୍ଲୀ ଜଳ ବୋର୍ଡ (DJB)ର ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ...
କୋଲକାତାର କ୍ୟାମାକ୍ ଷ୍ଟ୍ରିଟ୍‌ରେ ଥିବା ତୃଣମୂଳ କଂଗ...
ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ-ଅହମଦାବାଦବନ୍ଦେ ଭାରତ ଏକ୍ସ...
ଜମ୍ମୁ-କଶ୍ମୀରରେ କଶ୍ମୀରୀ ପଣ୍ଡିତ କର୍ମଚାରୀଙ୍କୁ ଧମକ ମିଳ...
ଜେଲ୍‌ରେ ଥିବା ଜମ୍ମୁ-କଶ୍ମୀର ଲିବରେସନ୍ ଫ୍ରଣ୍ଟ (JK...