ଭାରତର ସବୁଠୁ ବଡ଼ IPO ଆସିବା ପୂର୍ବରୁ Jio Platforms ଆଗାମୀ ପର୍ଯ୍ୟାୟର ବ୍ୟବସାୟିକ ବିକାଶ ପାଇଁ ନିଜର ରୋଡମ୍ୟାପ୍ ସାମ୍ନାକୁ ଆଣିଛି। କମ୍ପାନୀର Managing Director ଆକାଶ ଅମ୍ବାନୀ କହିଛନ୍ତି ଯେ Mobility, The Home ଏବଂ Enterprise & International ହେବ Jioର ମୁଖ୍ୟ growth engine।
Jioର ରଣନୀତିର ମୂଳରେ Technology, Digital Gateway ଏବଂ Infrastructure—ଏହି ତିନିଟି ପ୍ରମୁଖ ସ୍ତମ୍ଭ ରହିଛି। ଭାରତର ଡିଜିଟାଲ୍ ଅର୍ଥନୀତି FY31 ସୁଦ୍ଧା ପ୍ରାୟ ୧.୪ ଟ୍ରିଲିୟନ୍ ଡଲାରରେ ପହଞ୍ଚିବାର ସୁଯୋଗକୁ ନଜରରେ ରଖି Jio ନୂଆ ସେବା ଓ ପ୍ରଯୁକ୍ତିରେ ବିସ୍ତାର କରିବାକୁ ଚାହୁଁଛି।
Mobility କ୍ଷେତ୍ରରେ ବଡ଼ ଲକ୍ଷ୍ୟ:FY26ରୁ FY31 ମଧ୍ୟରେ ଭାରତୀୟ ବଜାରରେ ପ୍ରାୟ ୩୪ କୋଟି ନୂଆ 4G ଓ 5G ଯୋଗାଯୋଗ ସୁଯୋଗ ରହିବ ବୋଲି Jio ଆକଳନ କରିଛି। ଏଥିରେ ପ୍ରାୟ ୧୦ କୋଟି ଲୋକ ପ୍ରଥମ ଥର ମୋବାଇଲ୍ କନେକ୍ସନ୍ ନେବା ସହିତ ପ୍ରାୟ ୨୪ କୋଟି 2G ଗ୍ରାହକ 4G/5Gକୁ ଆସିବାର ସମ୍ଭାବନା ରହିଛି।
Home broadband ମଧ୍ୟ ମୁଖ୍ୟ ଫୋକସ୍:Jioର ବର୍ତ୍ତମାନ ପ୍ରାୟ ୨.୮୬ କୋଟି fixed broadband ଗ୍ରାହକ ଅଛନ୍ତି। ଏହି ସଂଖ୍ୟାକୁ ୧୦ କୋଟି ପର୍ଯ୍ୟନ୍ତ ନେବାର ସମ୍ଭାବନା କମ୍ପାନୀ ଦେଖୁଛି। Fibre ସହିତ ନିଜସ୍ୱ wireless technology ବ୍ୟବହାର କରି ପ୍ରାୟ ୧୯,୦୦୦ ପିନ୍କୋଡ୍ରେ ପହଞ୍ଚ ବଢ଼ାଇବାକୁ Jio ଯୋଜନା କରୁଛି।
Enterprise & Internationalରେ ମଧ୍ୟ ବଡ଼ ସୁଯୋଗ:ଭାରତର enterprise digital services ବଜାରରେ ପ୍ରାୟ ₹୫.୧ ଲକ୍ଷ କୋଟିର addressable opportunity ଥିବା Jio କହିଛି। ବ୍ୟାଙ୍କିଂ ସେକ୍ଟର ସମେତ enterprise clientsଙ୍କୁ connectivity ବ୍ୟତୀତ security, video surveillance ଓ ଅନ୍ୟାନ୍ୟ digital services ଯୋଗାଇବା ଉପରେ କମ୍ପାନୀ ଗୁରୁତ୍ୱ ଦେଉଛି।
ଏହାସହ Jio ନିଜର end-to-end technology stackକୁ ଅନ୍ତର୍ଜାତୀୟ ବଜାରରେ monetise କରିବାକୁ ଚାହୁଁଛି। ବିଦେଶୀ telecom operatorsଙ୍କ ସହ managed-services partner ଭାବେ କାମ କରି ଭାରତକୁ technology importerରୁ technology exporter ଭାବେ ଆଗକୁ ନେବାର ସୁଯୋଗ ଦେଖୁଛି କମ୍ପାନୀ।
ଏହି ବିକାଶ ରୋଡମ୍ୟାପ୍ Jio Platformsର ଆସନ୍ତା mega IPO ପୂର୍ବରୁ ଆସିଛି। Jio Platformsର IPO ପାଇଁ ପ୍ରତି ଶେୟାରର price band ₹୧,୦୬୫ରୁ ₹୧,୧୧୯ ଧାର୍ଯ୍ୟ ହୋଇଥିବାବେଳେ ପ୍ରସ୍ତାବିତ issue size ପ୍ରାୟ ₹୩୦,୨୧୩ କୋଟି। IPO ଅକ୍ଟୋବର ୨୧ରେ ଖୋଲି ଅକ୍ଟୋବର ୨୩ରେ ବନ୍ଦ ହେବାକୁ ଥିବା ସୂଚନା ମିଳିଛି।
ନବରାତ୍ର ଅବସରରେ ଚଳଚଞ୍ଚଳ ହୋଇଉଠିଛି ଯାଜପୁରର ଅଧିଷ୍ଠାତ୍ର...
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବମେବାରୀ ଥାନା ଅଞ୍ଚଳରେ ଲୁହ...
ଭାରତୀୟ ଘୋଡ଼ାଚାଳନା କ୍ରୀଡ଼ା ପାଇଁ ଆସିଛି ବଡ଼ ଝଟକା। ଦୀର...
ଆଟଲେଟିକୋ ମାଡ୍ରିଡ୍‌ଠାରୁ ୨-୦ ଗୋଲ୍‌ରେ ପରାଜୟ...
ଭୁବନେଶ୍ୱର: ମହାଙ୍ଗା ଡବଲ୍ ମର୍ଡର ମାମଲାକୁ ନେଇ ବିଜେଡି ନ...
ନୂଆଦିଲ୍ଲୀ: ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ଗୌରବ ଆଣିଥି...
ଭୁବନେଶ୍ୱର: ରାଜ୍ୟରେ ଅଗ୍ନି ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସ...
ଭାରତୀୟ ମହିଳା କ୍ରିକେଟ୍‌ର ଅଭିଜ୍ଞ ବ୍ୟାଟର ପୁନମ ରା...