ଘୋଡ଼ାଚାଳନା ଫେଡେରେସନ୍‌କୁ FEIର ବଡ଼ ଝଟକା, ଡିସେମ୍ବର ୧ରୁ ଭାରତ ଉପରେ ସସ୍ପେନ୍ସନ୍

Equestrian Federation of India
Equestrian Federation of India

ଭାରତୀୟ ଘୋଡ଼ାଚାଳନା କ୍ରୀଡ଼ା ପାଇଁ ଆସିଛି ବଡ଼ ଝଟକା। ଦୀର୍ଘଦିନ ଧରି ଚାଲିଥିବା ପ୍ରଶାସନିକ ଓ ନିର୍ବାଚନୀ ସଙ୍କଟକୁ ନେଇ International Equestrian Federation (FEI) ଭାରତର Equestrian Federation of India (EFI)କୁ ଡିସେମ୍ବର ୧, ୨୦୨୬ରୁ ସସ୍ପେଣ୍ଡ କରିବାକୁ ନିଷ୍ପତ୍ତି ନେଇଛି। ଅକ୍ଟୋବର ୧୩ରେ ହୋଇଥିବା FEI ବୋର୍ଡର ଅନଲାଇନ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଅକ୍ଟୋବର ୧୫ରେ EFIର ଆଡ୍‌ହକ୍ କମିଟିକୁ ଏନେଇ ଚିଠି ଦିଆଯାଇଛି। 

FEI ଅନୁସାରେ, EFIର ନିର୍ବାଚିତ Executive Committeeର କାର୍ଯ୍ୟକାଳ ସେପ୍ଟେମ୍ବର ୨୦୨୩ରେ ଶେଷ ହୋଇଥିଲା। ଏହାପରେ ଦିଲ୍ଲୀ ହାଇକୋର୍ଟ ୨୦୨୬ ଫେବ୍ରୁଆରୀରେ ଏହି କମିଟିକୁ ଭଙ୍ଗ କରିଥିଲେ। ନୂଆ Executive Committee ପାଇଁ ନିର୍ବାଚନ ହୋଇନଥିବାରୁ ଦୀର୍ଘସ୍ଥାୟୀ governance crisis ସୃଷ୍ଟି ହୋଇଥିବା ଦର୍ଶାଇ FEI ସସ୍ପେନ୍ସନ୍ ନିଷ୍ପତ୍ତି ନେଇଛି। 

ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ Indian Olympic Association (IOA) ମାର୍ଚ୍ଚ ୨୭ରେ EFI ପରିଚାଳନା ପାଇଁ ଏକ ଆଡ୍‌ହକ୍ କମିଟି ଗଠନ କରିଥିଲା। ଏହି କମିଟିର ଦାୟିତ୍ୱ ଥିଲା ଫେଡେରେସନ୍‌ର ପ୍ରଶାସନ ଚଳାଇବା, ସଂସ୍କାର ଆଣିବା ଏବଂ ନୂଆ ନିର୍ବାଚନ କରାଇବା। ତେବେ ନିର୍ବାଚନ ପ୍ରକ୍ରିୟା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। 

ସସ୍ପେନ୍ସନ୍ ଲାଗୁ ହେବା ପରେ କେବଳ EFI ନୁହେଁ, ଏହାର ସଦସ୍ୟ ଭାରତୀୟ ରାଇଡର୍‌, ଅଧିକାରୀ, ଟ୍ରେନର୍‌ ଏବଂ ଘୋଡ଼ାମାନଙ୍କ ଉପରେ ମଧ୍ୟ ପ୍ରଭାବ ପଡ଼ିବ। ସେମାନେ FEI କିମ୍ବା ଅନ୍ୟ National Federation ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତୀୟ କିମ୍ବା FEI ଫ୍ଲାଗ୍‌ ତଳେ ଭାଗ ନେଇପାରିବେ ନାହିଁ। EFI କୌଣସି FEI ବୈଠକରେ ପ୍ରତିନିଧିତ୍ୱ କରିବା କିମ୍ବା ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ କରିବାରୁ ମଧ୍ୟ ବଞ୍ଚିତ ହେବ। 

FEI କହିଛି, EFIର Executive Committee ନିର୍ବାଚନ ୨୦୨୭ ଜାନୁଆରୀ ୩୧ ସୁଦ୍ଧା ହେବା ଆଶା କରାଯାଉଛି। ତେବେ ନିର୍ବାଚନ ସରିବା ପରେ ଏହାର ପ୍ରକ୍ରିୟା ଓ ଫଳାଫଳକୁ FEI ମୂଲ୍ୟାଙ୍କନ କରିବା ପରେ ହିଁ ସସ୍ପେନ୍ସନ୍‌ର ପୁନର୍ବିଚାର କରାଯିବ। ଅର୍ଥାତ୍‌, ନିର୍ବାଚନ ସମ୍ପନ୍ନ ହେବା ମାତ୍ରେ ସ୍ୱତଃସ୍ଫୂର୍ତ୍ତ ଭାବେ ସସ୍ପେନ୍ସନ୍ ହଟିବ ନାହିଁ।

ଏହି ନିଷ୍ପତ୍ତି ଫଳରେ ଭାରତୀୟ ଘୋଡ଼ାଚାଳନା କ୍ରୀଡ଼ାବିତ୍‌ଙ୍କ ଅନ୍ତର୍ଜାତୀୟ ଅଂଶଗ୍ରହଣ ପ୍ରଭାବିତ ହେବ। ତେଣୁ ଏବେ ସମସ୍ତଙ୍କ ନଜର EFIର ଆଗାମୀ ନିର୍ବାଚନ ଏବଂ FEIର ପରବର୍ତ୍ତୀ ସମୀକ୍ଷା ଉପରେ ରହିଛି।

LIVE TV
LIVE
Latest News
IIM ଅହମ୍ମଦାବାଦର ନୂଆ MBA ପ୍ରୋଗ୍ରାମ୍‌ରେ AI ଓ ବିଜନେସ୍ ଆନାଲିଟିକ୍ସ; ୧ ବର୍ଷ ପରେ ଡିପ୍ଲୋମା ନେଇ ବାହାରିବାର ସୁଯୋଗ

IIM ଅହମ୍ମଦାବାଦର ନୂଆ MBA ପ୍ରୋଗ୍ରାମ୍‌ରେ AI...

IIM ଅହମ୍ମଦାବାଦର ନୂଆ MBA ପ୍ରୋଗ୍ରାମ୍‌ରେ AI ଓ ବି...

ଲଦାଖ ଉପରେ ଚୀନ୍‌ର ମନ୍ତବ୍ୟକୁ ନେଇ ତୀବ୍ର ଆପତ୍ତି! ଚୀନ୍ ସରକାରଙ୍କୁ ଘେରିଲା ଲେହ ଆପେକ୍ସ ବଡି

ଲଦାଖ ଉପରେ ଚୀନ୍‌ର ମନ୍ତବ୍ୟକୁ ନେଇ ତୀବ୍ର...

ଲଦାଖ ଉପରେ ଚୀନ୍ର ମନ୍ତବ୍ୟକୁ ନେଇ ତୀବ୍ର ଆପତ୍ତି! ଚୀନ୍ ସ...

ରୁଷିଆର କାମଚାଟକାରେ ୭.୦ ତୀବ୍ରତାର ଭୂକମ୍ପ, ସୁନାମି ନେଇ ଆଲର୍ଟ

ରୁଷିଆର କାମଚାଟକାରେ ୭.୦ ତୀବ୍ରତାର ଭୂକମ୍ପ, ସୁନାମି...

ରୁଷିଆର ପୂର୍ବ ଭାଗରେ ଥିବା କାମଚାଟକା ଉପଦ୍ୱୀପ ଅଞ୍ଚଳରେ ଶ...

କର୍ମଚାରୀଙ୍କ ନିଷ୍ଠାରେ ଖୁସି ହେଲେ ମାଲିକ, ୨ ଜଣଙ୍କୁ ଉପହାର ଦେଲେ BMW କାର୍

କର୍ମଚାରୀଙ୍କ ନିଷ୍ଠାରେ ଖୁସି ହେଲେ ମାଲିକ, ୨...

ଚୀନ୍‌ର ହେନାନ୍ ପ୍ରଦେଶର ଜିଆଓଜୁଓ ସହରରେ ବିଫ୍ ହଟପଟ...

ହର୍ମୁଜ୍ ପ୍ରଣାଳୀରେ ବୁଡ଼ିଲା କାର୍ଗୋ ଜାହାଜ! ସମୁଦ୍ରରେ ଭାସିଲା iPhone ଓ ଦାମୀ ପର୍ଫ୍ୟୁମ୍‌ ବୋତଲ

ହର୍ମୁଜ୍ ପ୍ରଣାଳୀରେ ବୁଡ଼ିଲା କାର୍ଗୋ ଜାହାଜ! ସମୁଦ୍ରରେ...

ହର୍ମୁଜ୍ ପ୍ରଣାଳୀରେ ବୁଡ଼ିଲା କାର୍ଗୋ ଜାହାଜ! ସମୁଦ୍ରରେ ଭ...

IIT କାନପୁରର ୯,୦୦୦ କୋଟି ଟଙ୍କାର ଫଣ୍ଡିଂ ଅଭିଯାନ; ନୋଏଡାରେ ଉଦ୍ୟୋଗୀତା ସ୍କୁଲ୍ ପାଇଁ ୧୮୦ କୋଟି ଦାନ

IIT କାନପୁରର ୯,୦୦୦ କୋଟି ଟଙ୍କାର ଫଣ୍ଡିଂ...

IIT କାନପୁରର ୯,୦୦୦ କୋଟି ଟଙ୍କାର ଫଣ୍ଡିଂ ଅଭିଯାନ; ନୋଏଡା...

ମହାଷଷ୍ଠୀରେ ମାଆଙ୍କ ଆବାହନ, ଆଜିଠୁ ଆରମ୍ଭ ଦୁର୍ଗାପୂଜାର ମହାପର୍ବ

ମହାଷଷ୍ଠୀରେ ମାଆଙ୍କ ଆବାହନ, ଆଜିଠୁ ଆରମ୍ଭ ଦୁର୍ଗାପୂଜାର...

ମାଆ ଆସୁଛନ୍ତି... ମହାଷଷ୍ଠୀରେ ଧରାପୃଷ୍ଠକୁ ମାଆ ଦୁର୍ଗାଙ୍...

କେନ୍ଦ୍ରାପଡ଼ା କଲେଜ ନିର୍ବାଚନକୁ ନେଇ ତାତି: ଭୋଟ୍ ପୁନଃଗଣତି ଦାବିରେ ଏବିଭିପିର ଅହୋରାତ୍ର ଧାରଣା

କେନ୍ଦ୍ରାପଡ଼ା କଲେଜ ନିର୍ବାଚନକୁ ନେଇ ତାତି: ଭୋଟ୍...

କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ନିର୍ବାଚନକୁ ନେଇ ତାତି ବଢ଼ିଛ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+