ମାଆ ଆସୁଛନ୍ତି... ମହାଷଷ୍ଠୀରେ ଧରାପୃଷ୍ଠକୁ ମାଆ ଦୁର୍ଗାଙ୍କ ଆଗମନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ପୂଜାମଣ୍ଡପ। ଶଙ୍ଖଧ୍ୱନି, ଘଣ୍ଟଘଣ୍ଟା ଓ ମନ୍ତ୍ରୋଚ୍ଚାରଣରେ ମୁଖରିତ ହେଉଛି ପରିବେଶ। ଭକ୍ତି, ଆସ୍ଥା ଓ ପରମ୍ପରାର ମିଳନରେ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜାର ମହାପର୍ବ।
ଦୁର୍ଗାପୂଜାର ଅନ୍ୟତମ ପ୍ରମୁଖ ତିଥି ହେଉଛି ମହାଷଷ୍ଠୀ। ଏହି ଦିନ ପାରମ୍ପରିକ ବିଧିବିଧାନ ଅନୁସାରେ ମାଆଙ୍କ ବୋଧନ, ଆମନ୍ତ୍ରଣ ଓ ଅଧିବାସ ଭଳି ରୀତିନୀତି ସମ୍ପନ୍ନ ହୋଇଥାଏ। ଦେବୀଙ୍କୁ ଆବାହନ କରାଯାଇ ପୂଜାର୍ଚ୍ଚନାର ଶୁଭାରମ୍ଭ ହୋଇଥାଏ।
ମାଆଙ୍କ ଆଗମନକୁ ନେଇ ବିଭିନ୍ନ ପୂଜାମଣ୍ଡପରେ ବ୍ୟାପକ ପ୍ରସ୍ତୁତି ଦେଖିବାକୁ ମିଳୁଛି। କେଉଁଠି ଆକର୍ଷଣୀୟ ତୋରଣ, ତ ଆଉ କେଉଁଠି ଭବ୍ୟ ସାଜସଜ୍ଜା। ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ପୂଜାମଣ୍ଡପ। ମୃଣ୍ମୟୀ ପ୍ରତିମାର ମନମୋହକ ରୂପ ଭକ୍ତଙ୍କୁ ଆକର୍ଷିତ କରୁଛି।
ଧୂପଦୀପର ମହକ ସାଙ୍ଗକୁ ଶଙ୍ଖଧ୍ୱନି ଓ ଭଜନ-କୀର୍ତ୍ତନରେ ପୂଜାମଣ୍ଡପରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଭକ୍ତଙ୍କ ମଧ୍ୟରେ ମଧ୍ୟ ବେଶ୍ ଉତ୍ସାହ ଦେଖାଯାଉଛି।
ଧାର୍ମିକ ବିଶ୍ୱାସ ଅନୁସାରେ, ମାଆ ଦୁର୍ଗା ଶକ୍ତି ଓ ସାହସର ପ୍ରତୀକ। ଦୁର୍ଗାପୂଜା ଅନ୍ୟାୟ ଉପରେ ନ୍ୟାୟ ଏବଂ ଅଶୁଭ ଶକ୍ତି ଉପରେ ଶୁଭ ଶକ୍ତିର ବିଜୟର ବାର୍ତ୍ତା ଦେଇଥାଏ। ମହାଷଷ୍ଠୀରୁ ଆରମ୍ଭ ହୋଇଥିବା ଏହି ପୂଜା ପର୍ବକୁ ନେଇ ଚାରିଆଡ଼େ ଉତ୍ସବର ମାହୋଲ୍ ଦେଖିବାକୁ ମିଳୁଛି।
ଭାରତୀୟ ରାଜନୀତିରେ ପୁଣି ଚର୍ଚ୍ଚାରେ ପରିସୀମନ ବିଲ୍‌...
ଚେନ୍ନାଇ: ତାମିଲନାଡୁ ରାଜନୀତିରେ ହାତ ଇସାରାକୁ ନେଇ ନୂଆ ବ...
ଉତ୍ତରପ୍ରଦେଶର ମେରଠର ବହୁଚର୍ଚ୍ଚିତ ସୌରଭ ରାଜପୁତ ହତ୍ୟା ମ...
ନୂଆଦିଲ୍ଲୀ/ଲକ୍ଷ୍ନୌ, ଅକ୍ଟୋବର ୧୬:ନିର୍ବାଚନ ଆୟୋଗ, ମୁଖ୍ୟ...
ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ବାୟୁ ପ୍ରଦୂଷ...
ଜନ୍ତର ମନ୍ତରରେ CJPର ପ୍ରତିବାଦ, ନେତାଙ୍କୁ ହେପାଜତକୁ ନେଲ...
ଏଲନ୍ ମସ୍କଙ୍କ ଟେସ୍‌ଲା ଏବେ କାର୍‌କୁ ଆକାଶରେ...
ମେରଠ: ଉତ୍ତରପ୍ରଦେଶର ମେରଠରେ ଚର୍ଚ୍ଚାରେ ଥିବା ନୀଳ ଡ୍ରମ୍...