କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବମେବାରୀ ଥାନା ଅଞ୍ଚଳରେ ଲୁହାପଥର ବୋଝେଇ ଏକ ଚଳନ୍ତା ଟ୍ରକ୍ରେ ଅଗ୍ନିକାଣ୍ଡ ଘଟିଛି। ହେଶାବେଡ଼ା ଗାଁ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଟ୍ରକ୍ଟି ଲୁହାପଥର ବୋଝେଇ କରି ଯାଉଥିବା ବେଳେ ହଠାତ୍ ଗାଡ଼ିରୁ ଧୂଆଁ ବାହାରିଥିଲା। ଏହାପରେ ଡ୍ରାଇଭର ନିଆଁ ଲାଗିଥିବା ଦେଖି ତୁରନ୍ତ ଗାଡ଼ିରୁ ଓହ୍ଲାଇ ଯାଇଥିଲେ।
କିଛି ସମୟ ମଧ୍ୟରେ ନିଆଁ ଦ୍ରୁତଗତିରେ ବ୍ୟାପି ଟ୍ରକ୍ଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ନିକଟରେ ଥିବା ଅନ୍ୟ ଟ୍ରକ୍ ଚାଳକମାନେ ଘଟଣା ସମ୍ପର୍କରେ ପୁଲିସ ଓ ଦମକଳ ବାହିନୀକୁ ତୁରନ୍ତ ସୂଚନା ଦେଇଥିଲେ।
ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଦମକଳ ବାହିନୀ ପହଞ୍ଚିବା ବେଳକୁ ଟ୍ରକ୍ଟି ପ୍ରାୟ ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଥିଲା।
ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସମ୍ପର୍କରେ ତଦନ୍ତ ପରେ ସ୍ପଷ୍ଟ ହେବ।
ଘଟଣାରେ କୌଣସି ଜୀବନହାନି ଘଟିଥିବା ସୂଚନା ମିଳିନାହିଁ। ଟ୍ରକ୍ଟି ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇଥିବାରୁ ଗାଡ଼ି ମାଲିକଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡ଼ିଥିବା ଜଣାପଡ଼ିଛି।
Mahadev Online Betting App ମାମଲାର ତଦନ୍ତ ଏବେ ଆହୁରି...
ଜନ୍ତର ମନ୍ତର ଘଟଣାରେ CJP ନେତାଙ୍କୁ ରାହୁଲଙ୍କ ସମର୍ଥନ...
ବାତ୍ୟା ଓ ସାମୁଦ୍ରିକ ପାଣିପାଗ ପାଇଁ IMDର ନୂଆ ପ୍ଲାଟଫର୍ମ...
ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ପାଣିପାଗ ପ୍ରଣାଳୀ ଦେଶର ଅ...
ଚେନ୍ନାଇ: ତାମିଲନାଡୁ ରାଜନୀତିରେ ହାତ ଇସାରାକୁ ନେଇ ନୂଆ ବ...
ଜନ୍ତର ମନ୍ତରରେ CJPର ପ୍ରତିବାଦ, ନେତାଙ୍କୁ ହେପାଜତକୁ ନେଲ...
ଆମେରିକାରେ ଗୁଳିକାଣ୍ଡ, ୨ ଶିଶୁଙ୍କ ସମେତ ୯ ମୃତ ଏରି:...
ଆତଙ୍କବାଦ ବିରୋଧରେ ଭାରତର କଠୋର ଆଭିମୁଖ୍ୟ ନୂଆଦିଲ୍ଲୀ:...