ଜାପାନରେ ସୋମବାର ଏକ ଶକ୍ତିଶାଳୀ ୭.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି, ଯାହା ଦେଶର ଉତ୍ତର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଭୂକମ୍ପର କେନ୍ଦ୍ରସ୍ଥଳ ସାନରିକୁ ଉପକୂଳରୁ ପ୍ରାୟ ୧୦୦ କି.ମି. ଦୂରରେ ଓ ଭୂପୃଷ୍ଠର ୧୦ କି.ମି. ଗଭୀରରେ ଥିବା ଆକଳନ କରାଯାଇଛି।
ଏହି ଭୂକମ୍ପ ପରେ ଜାପାନ ପାଣିପାଗ ବିଭାଗ ହୋକାଇଡୋ ଏବଂ ଇୱାଟେ ଅଞ୍ଚଳ ପାଇଁ ସୁନାମି ସତର୍କତା ଜାରି କରିଛି। ସମୁଦ୍ରରେ ସୁନାମି ତରଙ୍ଗ ଉଠିବା ସମ୍ଭାବନା ଥିବାରୁ ସମୁଦ୍ରତଟ ଅଞ୍ଚଳରେ ବସୋବାସ କରୁଥିବା ଲୋକମାନଙ୍କୁ ତୁରନ୍ତ ଉଚ୍ଚ ସ୍ଥାନକୁ ସରିବାକୁ କୁହାଯାଇଛି।
ଏନ୍ଏଚ୍କେ ରିପୋର୍ଟ ଅନୁସାରେ, ଆଓମୋରି ପ୍ରିଫେକ୍ଚରର ଉପକୂଳରେ ସୁନାମି ତରଙ୍ଗ ଆସିପାରେ ବୋଲି ଆଶଙ୍କା କରାଯାଇଛି। ଏହା ସହ ସମୁଦ୍ରରେ ଥିବା ଜାହାଜଗୁଡ଼ିକୁ ତୁରନ୍ତ କୂଳକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପଟେ, ଭୂକମ୍ପ ପରେ ପରମାଣୁ କେନ୍ଦ୍ରଗୁଡ଼ିକରେ ସୁରକ୍ଷା ବୃଦ୍ଧି କରାଯାଇଛି ଏବଂ ଓନାଗାୱା ପରମାଣୁ କେନ୍ଦ୍ରରେ କୌଣସି ବିପଦ ନଥିବା ବିଷୟରେ ଯାଞ୍ଚ ଚାଲିଛି।
ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ଲୋକମାନଙ୍କୁ ସଚେତନ ରହିବା ଓ ସରକାରୀ ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରିଛନ୍ତି।
ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରୁ ଏକ ଅସାଧାରଣ ଘଟଣା ସାମ୍ନ...
ଅଗଷ୍ଟ ମାସରୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବ...
ସଂସଦର ମୌସୁମୀ ଅଧିବେଶନର ପ୍ରଥମ ସପ୍ତାହ ହଟ୍ଟଗୋଳ ମଧ୍ୟରେ...
ରଥଯାତ୍ରା ଅବସରରେ ଶୈଳଶ୍ରୀ ବିହାର ଅଞ୍ଚଳରେ ଭକ୍ତଙ୍କ ବହୁ...
ବ୍ୟକ୍ତିଗତ କାରଣରେ ରାଜ୍ୟ ବାହାରକୁ କିମ୍ବା ବିଦେଶ ଯାତ୍ରା...
ଉତ୍ତରପ୍ରଦେଶର ଉନ୍ନାଓରେ ଟ୍ରାଫିକ୍ ଚାଲାଣକୁ କେନ୍ଦ୍ର କରି...
ପବିତ୍ରବାହୁଡ଼ା ଯାତ୍ରା–୨୦୨୬ଅବସରରେ ଶୁକ୍ରବାର ପୁର...
ଗୁଜୁରାଟରେ ଲଗାଣ ବର୍ଷାର ପ୍ରଭାବରେ ରେଳ ଚଳାଚଳ ଗୁରୁତର ଭା...
କଳିଙ୍ଗ ଇନଷ୍ଟିଟ୍ୟୁଟ ଅଫ୍ ସୋସିଆଲ୍ ସାଇନ୍ସେସ୍ (KISS) ପର...