Japan and Australia sign major defence deal for 11 warships amid rising China concerns

ଅଷ୍ଟ୍ରେଲିଆକୁ ୧୧ ଯୁଦ୍ଧଜାହାଜ ଦେବ ଜାପାନ, ୧୦ ବିଲିୟନ ଡଲାର ଚୁକ୍ତିରେ ଚୀନ୍‌ର ଚିନ୍ତା ବଢିଲା

ଅଷ୍ଟ୍ରେଲିଆ ଓ ଜାପାନ ମଧ୍ୟରେ ପ୍ରାୟ ୧୦ ବିଲିୟନ ଅଷ୍ଟ୍ରେଲିୟ ଡଲାରର ବଡ଼ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର ହୋଇଛି। ଏହା ଅନୁଯାୟୀ ଜାପାନ ୧୧ଟି ଆଧୁନିକ ଯୁଦ୍ଧଜାହାଜ ଅଷ୍ଟ୍ରେଲିଆକୁ ଯୋଗାଇବ, ଯାହାକୁ ନେଇ ଚୀନ୍‌ର ଚିନ୍ତା ବଢିଛି।

ଶନିବାର ଅଷ୍ଟ୍ରେଲିଆ ଏବଂ ଜାପାନ ମଧ୍ୟରେ ଏକ ବିଶାଳ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷର ହୋଇଛି, ଯାହାକୁ ଜାପାନର ସର୍ବବୃହତ ସାମରିକ ରପ୍ତାନି ଚୁକ୍ତି ଭାବେ ଦେଖାଯାଉଛି। ଏହି ଚୁକ୍ତିର ମୂଲ୍ୟ ପ୍ରାୟ ୧୦ ବିଲିୟନ ଅଷ୍ଟ୍ରେଲିୟ ଡଲାର (ଅନୁମାନିତ ୫୮,୫୦୦ କୋଟି ଭାରତୀୟ ଟଙ୍କା) ଅଟେ।

ଏହି ଚୁକ୍ତିନାମାରେ ଅଷ୍ଟ୍ରେଲିଆର ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ଏବଂ ଜାପାନର ପ୍ରତିରକ୍ଷା ମନ୍ତ୍ରୀ ସିଞ୍ଜିରୋ କୋଇଜୁମି ସ୍ୱାକ୍ଷର କରିଛନ୍ତି। ଉଭୟ ଦେଶ କହିଛନ୍ତି ଯେ, ଏହି ପ୍ରକଳ୍ପ ଦ୍ୱାରା ଦୁଇ ଦେଶର ପ୍ରତିରକ୍ଷା ସମ୍ପର୍କ ଆହୁରି ମଜବୁତ ହେବ।

ଚୁକ୍ତି ଅନୁଯାୟୀ, ଜାପାନୀ କମ୍ପାନୀମିତ୍ସୁବିସି ହେଭି ଇଣ୍ଡଷ୍ଟ୍ରିଜ୍ରୟାଲ୍ ଅଷ୍ଟ୍ରେଲିଆ ନେଭୀକୁ ମୋଟ ୧୧ଟି ଆଧୁନିକ ମୋଗାମି-କ୍ଲାସ୍ ମଲ୍ଟି-ରୋଲ୍ ଫ୍ରିଗେଟ୍ ଯୋଗାଇବ। ଏହି ଯୁଦ୍ଧଜାହାଜଗୁଡ଼ିକ ଶତ୍ରୁ ବୁଡ଼ାଜାହାଜ ଚିହ୍ନଟ କରିବା, ସମୁଦ୍ରରେ ଆକ୍ରମଣ କରିବା ଏବଂ ବାୟୁ ଆକ୍ରମଣରୁ ସୁରକ୍ଷା ଦେବାରେ ସକ୍ଷମ ହେବ।

ପ୍ରଥମେ ୩ଟି ଜାହାଜ ଜାପାନରେ ନିର୍ମିତ ହେବ ଏବଂ ୨୦୨୯ ରୁ ଏହାର ଡିଲିଭରି ଆରମ୍ଭ ହେବ। ପରବର୍ତ୍ତୀ ୮ଟି ଜାହାଜ ଅଷ୍ଟ୍ରେଲିଆର ପର୍ଥ ନିକଟରେ ଥିବା ହେଣ୍ଡରସନ୍ ସିପୟାର୍ଡରେ ନିର୍ମାଣ କରାଯିବ।

ଅଷ୍ଟ୍ରେଲିଆ ଏହି ଯୁଦ୍ଧଜାହାଜଗୁଡ଼ିକୁ ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗରରେ ମୁତୟନ କରି ସମୁଦ୍ର ବାଣିଜ୍ୟ ମାର୍ଗ ଏବଂ ଉତ୍ତର ଅଞ୍ଚଳର ସୁରକ୍ଷା ବଢ଼ାଇବ।

ଏହି ଚୁକ୍ତି ଏକ ଏପରି ସମୟରେ ହୋଇଛି, ଯେତେବେଳେ ଚୀନ୍ ଏହି ଅଞ୍ଚଳରେ ନିଜର ସାମରିକ ପ୍ରଭାବ ବଢ଼ାଇବାରେ ଲାଗିଛି। ଏହାକୁ ଚୀନ୍ ବିରୋଧରେ ଏକ କୌଶଳିକ ପଦକ୍ଷେପ ଭାବେ ମଧ୍ୟ ଦେଖାଯାଉଛି।

ଜାପାନ ନିଜର ପୁରୁଣା ଶାନ୍ତିବାଦୀ ନୀତିରୁ ବାହାରି ଆସି ବର୍ତ୍ତମାନ ଆନ୍ତର୍ଜାତୀୟ ସୁରକ୍ଷା ସହଯୋଗକୁ ବଢ଼ାଇବାରେ ଝୁକିଛି। ଏହି ପଦକ୍ଷେପ ଦୁଇ ଦେଶର ମଧ୍ୟରେ ସାମରିକ ସହଯୋଗକୁ ନୂତନ ମାନଦଣ୍ଡ ଦେଇଛି।

Latest News
ଭୁବନେଶ୍ୱର ମହର୍ଷି କଲେଜରେ ଗଣ୍ଡଗୋଳ: କ୍ୟାମ୍ପସ ଭିତରେ ଉପଦ୍ରବ ସୃଷ୍ଟି ଘଟଣାରେ ୩ ଜଣ ଗିରଫ

ଭୁବନେଶ୍ୱର ମହର୍ଷି କଲେଜରେ ଗଣ୍ଡଗୋଳ: କ୍ୟାମ୍ପସ ଭିତରେ...

ଭୁବନେଶ୍ୱରର ମହର୍ଷି କଲେଜ କ୍ୟାମ୍ପସରେ ଘଟିଥିବା ଗଣ୍ଡଗୋଳ...

ତିନି ଭଉଣୀ, ଜଣେ ବର! ରିଲ୍ସରୁ ଆରମ୍ଭ ହୋଇ ଅମରୋହାରେ ‘ଅଜବ ବିବାହ’କୁ ନେଇ ଚର୍ଚ୍ଚା

ତିନି ଭଉଣୀ, ଜଣେ ବର! ରିଲ୍ସରୁ ଆରମ୍ଭ...

ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରୁ ଏକ ଅସାଧାରଣ ଘଟଣା ସାମ୍ନ...

ଶିବରାଜ ପାଟିଲଙ୍କ ଠାରୁ ପବନ ବନସଲ ପର୍ଯ୍ୟନ୍ତ: ମନମୋହନ ସରକାରରେ କେତେ ମନ୍ତ୍ରୀ ଦେଇଥିଲେ ଇସ୍ତଫା?

ଶିବରାଜ ପାଟିଲଙ୍କ ଠାରୁ ପବନ ବନସଲ ପର୍ଯ୍ୟନ୍ତ:...

୨୦୦୪ ଲୋକସଭା ନିର୍ବାଚନ ପରେ ଡ଼. ମନମୋହନ ସିଂହଙ୍କ ନେତୃତ୍...

ଗୁଜରାଟରେ ପ୍ରବଳ ବର୍ଷାର ପ୍ରଭାବ: ଟ୍ରାକ୍ ୱାଶଆଉଟ୍ ପରେ ବାତିଲ ହେଲା ଏକ୍ସପ୍ରେସ୍ ଟ୍ରେନ୍, ରେଳ ଚଳାଚଳ ବାଧାପ୍ରାପ୍ତ

ଗୁଜରାଟରେ ପ୍ରବଳ ବର୍ଷାର ପ୍ରଭାବ: ଟ୍ରାକ୍ ୱାଶଆଉଟ୍...

ଗୁଜୁରାଟରେ ଲଗାଣ ବର୍ଷାର ପ୍ରଭାବରେ ରେଳ ଚଳାଚଳ ଗୁରୁତର ଭା...

ରଥଯାତ୍ରା ବେଳେ ପୁରୀରେ ବଡ଼ ସଫଳତା: ୧୯ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ରଥଯାତ୍ରା ବେଳେ ପୁରୀରେ ବଡ଼ ସଫଳତା: ୧୯...

ରଥଯାତ୍ରା ସମୟରେ ପୁରୀରେ ନିଶା କାରବାର ଉପରେ କଡ଼ା ନଜର ରଖ...

ବଲାଙ୍ଗିରରେ ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ; ଶୁଖିଲା ମକା ବସ୍ତା ଆଢ଼ରେ ଚାଲୁଥିଲା ଆନ୍ତଃରାଜ୍ୟ ରାକେଟ

ବଲାଙ୍ଗିରରେ ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ; ଶୁଖିଲା...

ବଲାଙ୍ଗିର ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ବିଭାଗ...

“ସେମାନେ ଦେଶର ଭବିଷ୍ୟତ, ଶତ୍ରୁ ନୁହନ୍ତି”; ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ସୋନିଆ ଗାନ୍ଧୀ

“ସେମାନେ ଦେଶର ଭବିଷ୍ୟତ, ଶତ୍ରୁ ନୁହନ୍ତି”; ଧର୍ମେନ୍ଦ୍ର...

ଦେଶବ୍ୟାପୀ ନିଟ୍ ପରୀକ୍ଷା ବିବାଦ ଓ ଶିକ୍ଷା ବ୍ୟବସ୍ଥାକୁ ନ...

ଆନ୍ଦୋଳନରେ ଲାଠି ଧରି ଆସିଲା ପୁଲିସ, ଜାତୀୟ ସଙ୍ଗୀତ ଗାଇ ଶାନ୍ତିପୂର୍ଣ୍ଣ ପ୍ରତିବାଦ କଲେ ଛାତ୍ରଛାତ୍ରୀ

ଆନ୍ଦୋଳନରେ ଲାଠି ଧରି ଆସିଲା ପୁଲିସ, ଜାତୀୟ...

ଦେଶର ରାଜଧାନୀ ଦିଲ୍ଲୀର ଜନ୍ତର-ମନ୍ତରରେ ଛାତ୍ରଛାତ୍ରୀଙ୍କ...

ୱାଙ୍ଗଚୁକ ଅନଶନ ଭଙ୍ଗିଲେ, ଅଭିଜିତଙ୍କ ଆନ୍ଦୋଳନ ଜାରି: ଶିକ୍ଷା ବ୍ୟବସ୍ଥାକୁ ନେଇ ସରକାରଙ୍କୁ ନୂଆ ଚ୍ୟାଲେଞ୍ଜ

ୱାଙ୍ଗଚୁକ ଅନଶନ ଭଙ୍ଗିଲେ, ଅଭିଜିତଙ୍କ ଆନ୍ଦୋଳନ ଜାରି:...

ରାଜଧାନୀ ଦିଲ୍ଲୀରେ ଆନ୍ଦୋଳନର ରାଜନୀତି ପୁଣିଥରେ ଚର୍ଚ୍ଚାର...

ଟ୍ରାଫିକ୍ ଚାଲାଣକୁ ନେଇ ଉନ୍ନାଓରେ ହାଇଡ୍ରାମା: ଆତ୍ମଦାହ ଉଦ୍ୟମ କଲେ ଅଟୋ ଚାଳକ, ବଡ଼ ଅଘଟଣ ଟଳିଲା

ଟ୍ରାଫିକ୍ ଚାଲାଣକୁ ନେଇ ଉନ୍ନାଓରେ ହାଇଡ୍ରାମା: ଆତ୍ମଦାହ...

ଉତ୍ତରପ୍ରଦେଶର ଉନ୍ନାଓରେ ଟ୍ରାଫିକ୍ ଚାଲାଣକୁ କେନ୍ଦ୍ର କରି...

‘ବନ୍ଦେ ମାତରମ୍’କୁ ଅସମ୍ମାନ କଲେ ୩ ବର୍ଷ ଜେଲ୍! ସଂସଦରେ ଆଗତ ବିଲ୍‌କୁ ନେଇ ହଟ୍ଟଗୋଳ

‘ବନ୍ଦେ ମାତରମ୍’କୁ ଅସମ୍ମାନ କଲେ ୩ ବର୍ଷ...

ସଂସଦର ମୌସୁମୀ ଅଧିବେଶନର ପ୍ରଥମ ସପ୍ତାହ ହଟ୍ଟଗୋଳ ମଧ୍ୟରେ...

ବ୍ଲାକମେଲ୍ ଓ ଦାଦାବଟି ମାମଲା: ଫେରାର ନ୍ୟୁଜ୍ ଏଡିଟରଙ୍କ ୪ଟି ବ୍ୟାଙ୍କ ଖାତା ଫ୍ରିଜ୍ କଲା ଓଡ଼ିଶା ପୋଲିସ

ବ୍ଲାକମେଲ୍ ଓ ଦାଦାବଟି ମାମଲା: ଫେରାର ନ୍ୟୁଜ୍...

ଦାଦାବଟି ଓ ବ୍ଲାକମେଲ୍ ଅଭିଯୋଗକୁ ନେଇ ଚର୍ଚ୍ଚାରେ ଥିବା ଏକ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+