ଯାଜପୁର ଜିଲ୍ଲାରେ କଣି ନଦୀ ଘାଇ ନିକଟରେ ଘଟିଥିବା ଅଘଟଣର ଦୁଃଖଦ ଅନ୍ତ ଘଟିଛି। ରବିବାର ବନ୍ୟାଜଳରେ ଭାସିଯାଇଥିବା ଜଣେ ଯୁବକଙ୍କ ମୃତଦେହ ୨୪ ଘଣ୍ଟା ପରେ ଉଦ୍ଧାର ହୋଇଛି।
ସୂଚନା ଅନୁସାରେ, ଦଶରଥପୁର ବ୍ଲକ ଧୋବାବିଲା ଗାଁ ନିକଟ କଣି ନଦୀରେ ହୋଇଥିବା ଘାଇ ପାଖରେ ରବିବାର ଏହି ଅଘଟଣ ଘଟିଥିଲା। ପଟଣା ଗାଁର ମହେଶ୍ୱର ସୁତାର ପ୍ରକୃତିକର୍ମ ପାଇଁ ବାହାରକୁ ଯାଇଥିବା ବେଳେ ଘାଇ ନିକଟରେ ମାଟି ହଠାତ୍ ଧସିଯାଇଥିଲା। ଫଳରେ ସେ ପ୍ରଖର ବନ୍ୟାଜଳରେ ପଡ଼ି ଭାସିଯାଇଥିଲେ।
ଘଟଣା ପରେ ଅଗ୍ନିଶମ ବାହିନୀ ପକ୍ଷରୁ ତୁରନ୍ତ ଖୋଜାଖୋଜି ଆରମ୍ଭ ହୋଇଥିଲା। କିନ୍ତୁ ରବିବାର ତାଙ୍କର କୌଣସି ପତ୍ତା ମିଳିନଥିଲା।
ସୋମବାର ସକାଳେ କିଛି ଗ୍ରାମବାସୀ ଘାଇର ଗଭୀର ପାଣିରେ ଏକ ମୃତଦେହ ଭାସୁଥିବା ଦେଖିଥିଲେ। ଏନେଇ ସେମାନେ ତୁରନ୍ତ ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।
ଖବର ପାଇ ଅଗ୍ନିଶମ ବାହିନୀର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପାଣିରୁ ବାହାର କରିଥିଲେ। ପରେ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ଘଟଣା ସମ୍ପର୍କରେ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...
ମେଷ ଏହି ସପ୍ତାହରେ ମେଷ ରାଶିର ବ୍ୟକ୍ତିମାନେ କର୍ମକ୍ଷେ...
କମନୱେଲ୍ଥ ଗେମ୍ସ ୨୦୨୬ରେ ଭାରତ ପାଇଁ ପଦକ ଜିତିଥିବା ଖେଳାଳ...
ଓଡ଼ିଶାର ସରକାରୀ ବିଦ୍ୟାଳୟଗୁଡ଼ିକରେ ମୌଳିକ ସୁବିଧାରେ ବଡ଼...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...
ଆଗାମୀ ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସ...
କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ (CUO)ର...
ଭାରତୀୟ କ୍ରିକେଟର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ...
ବିଶ୍ୱ ୨୦ ବର୍ଷରୁ କମ୍‌ ଦୌଡ଼କୁଦ ପ୍ରତିଯୋଗିତାରେ ଭା...
ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକକୁ ନେଇ ଚାଲିଥିବା ବିବାଦ ମଧ୍ୟ...