ଯାଜପୁର ଜିଲ୍ଲାରେ ଗୋଷ୍ଠୀ ସଂଘର୍ଷ ପରେ ଉତ୍ତେଜନା ଲାଗି ରହିଛି। ପାଣିକୋଇଲି ଥାନା ଅଧୀନ ବିରୁହାଣ ଓ ସାଗଡ଼ି ଗାଁର ବାସିନ୍ଦାଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଘଟଣାରେ ପୁଲିସ ୯ ଜଣଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ଦୁଇ ଦିନ ତଳେ ଜଣେ ବ୍ୟକ୍ତି ମୁହଁ ଧୋଉଥିବା ବେଳେ ପାଣି ଅନ୍ୟ ଜଣଙ୍କ ଉପରେ ପଡ଼ିଯାଇଥିଲା। ଏହାକୁ ନେଇ ପ୍ରଥମେ ଦୁଇଜଣଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ବିବାଦ ତୀବ୍ର ହୋଇ ଉଭୟ ଗାଁର ଲୋକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା।
ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେବାରୁ ଯାଜପୁର ଏସ୍ପିଙ୍କ ନିର୍ଦ୍ଦେଶରେ ୬ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଉଭୟ ବିରୁହାଣ ଓ ସାଗଡ଼ି ଗାଁରେ ପୁଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ ମଧ୍ୟ କରାଯାଇଛି।
ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଲାଗୁ କରାଯାଇଛି। ଉଭୟ ପକ୍ଷର ଲୋକଙ୍କୁ ବୁଝାଶୁଝା କରି ବିବାଦର ସମାଧାନ ପାଇଁ ପ୍ରଶାସନ ଓ ପୁଲିସ ଉଦ୍ୟମ କରିଥିଲେ।
ବ୍ୟାସନଗରର ଅତିରିକ୍ତ ତହସିଲଦାର ପ୍ରଶାନ୍ତ ପୁହାଣ କହିଛନ୍ତି ଯେ, ଉଭୟ ପକ୍ଷର ଗ୍ରାମବାସୀଙ୍କୁ ବୁଝାଇବା ସହ ଥାନାରେ ଶାନ୍ତିପୂର୍ଣ୍ଣ ଭାବେ ମାମଲାର ସମାଧାନ ପାଇଁ ପ୍ରୟାସ କରାଯାଇଥିଲା।
ଜୟପୁର ରୋଡ୍ର SDPO ଶରତ ଚନ୍ଦ୍ର ପାତ୍ରଙ୍କ ସୂଚନା ଅନୁସାରେ, ଉଭୟ ଗାଁ ପରସ୍ପର ନିକଟରେ ଥିବାରୁ ବିବାଦ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ସୂଚନା ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା। ଘଟଣାରେ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା ସେ କହିଛନ୍ତି।
ଘଟଣା ସହ ସମ୍ପୃକ୍ତ ଉଭୟ ଗାଁର ଅନେକ ଲୋକଙ୍କୁ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ୯ ଜଣଙ୍କୁ କୋର୍ଟରେ ହାଜର କରାଯିବ ବୋଲି ପୁଲିସ ସୂଚନା ଦେଇଛି।
ମେଷ ଏହି ସପ୍ତାହରେ ମେଷ ରାଶିର ବ୍ୟକ୍ତିମାନେ କର୍ମକ୍ଷେ...
୦୦ ଦିନିଆ ଟିବି ମୁକ୍ତ ଭାରତ ଅଭିଯାନର ସଫଳତା ଓ ଆଗାମୀ ରଣନ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...
ଓଡ଼ିଶାରେ କ୍ୟାନ୍ସର ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧାକୁ ଆ...
ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...
ନୂଆଦିଲ୍ଲୀ:ଜନଗଣନା ୨୦୨୭ ପାଇଁ କେନ୍ଦ୍ର ସରକାର ପ୍ରଶ୍ନପତ୍...
ଓଡ଼ିଶାର ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା ସୁବିଧାକୁ ନେ...
ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକକୁ ନେଇ ଚାଲିଥିବା ବିବାଦ ମଧ୍ୟ...
କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ (CUO)ର...
ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ଦକ୍ଷତାର ପ...