ଯାଜପୁରରେ ବନ୍ୟା ସ୍ଥିତି ଗମ୍ଭୀର: କାଣି ନଦୀରେ ଦୁଇଟି ଘାଇ, ଏକାଧିକ ଗ୍ରାମ ଜଳବନ୍ଦୀ

ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍‌ ଅଧୀନ ପାଟଣା ନିକଟରେ କାଣି ନଦୀରେ ଦୁଇଟି ବଡ଼ ଘାଇ ସୃଷ୍ଟି ହେବା ପରେ ବନ୍ୟା ପରିସ୍ଥିତି ଅଧିକ ଜଟିଳ ହୋଇଛି। ତାରାପଦା ଓ କସ୍ପା ପଞ୍ଚାୟତର ଅନେକ ଗ୍ରାମ ଜଳବନ୍ଦୀ ହୋଇଥିବାବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର, ଖାଦ୍ୟ ଓ ଚିକିତ୍ସା ସହାୟତା ଯୋଗାଇ ଦିଆଯାଉଛି।
Floodwaters inundate villages in Jajpur after twin breaches in the Kani River near Patana under Dasarathapur block.
Floodwaters inundate villages in Jajpur after twin breaches in the Kani River near Patana under Dasarathapur block.

ଯାଜପୁର ଜିଲ୍ଲାରେ ବନ୍ୟା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ବୁଧବାର ଦଶରଥପୁର ବ୍ଲକ୍ ଅଧୀନ ପାଟଣା ନିକଟରେ କାଣି ନଦୀରେ ଦୁଇଟି ବଡ଼ ଘାଇ ସୃଷ୍ଟି ହେବା ପରେ ଏକାଧିକ ଅଞ୍ଚଳରେ ନୂଆକରି ଜଳାବଦ୍ଧତା ଦେଖାଦେଇଛି। ଏହାଫଳରେ ଅନେକ ଗ୍ରାମ ଜଳବନ୍ଦୀ ହୋଇପଡ଼ିଛି।

ରିପୋର୍ଟ ଅନୁସାରେ, ତାରାପଦା ଓ କସ୍ପା ପଞ୍ଚାୟତ ଅଧୀନ ପ୍ରାୟ ଆଠଟି ଗ୍ରାମ ବନ୍ୟାଜଳ ଘେରାରେ ରହିଛି। ଘଟଣାସ୍ଥଳକୁ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଏବଂ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ପହଞ୍ଚି ଘାଇର ସ୍ଥିତି ଓ କ୍ଷୟକ୍ଷତିର ଆକଳନ କରିଛନ୍ତି।

ବନ୍ୟା ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରଭାବିତ ଅଞ୍ଚଳରେ ରନ୍ଧା ଖାଦ୍ୟ କେନ୍ଦ୍ର ଖୋଲାଯାଇଥିବା ବେଳେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ମଧ୍ୟ କରାଯାଉଛି।

ଜିଲ୍ଲାପାଳ ଅମ୍ବର କୁମାର କର କହିଛନ୍ତି, “ବର୍ତ୍ତମାନ ବନ୍ୟାରେ ୨୪ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ୨୦ଟି ସ୍ଥାନରେ ରନ୍ଧା ଖାଦ୍ୟ ବଣ୍ଟନର ବ୍ୟବସ୍ଥା କରାଯାଇଛି ଏବଂ ଏହାର ତଦାରଖ ପାଇଁ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି। ପ୍ରାୟ ଚାରିଟି ବ୍ଲକ୍ ଓ ୨୫ଟି ପଞ୍ଚାୟତ ଏହାର ପ୍ରଭାବରେ ରହିଛି।”

ସେ ଆହୁରି କହିଛନ୍ତି, “ପ୍ରତିଦିନ ସକାଳ ଓ ରାତିରେ ରନ୍ଧା ଖାଦ୍ୟ ବଣ୍ଟନ କରାଯିବ। ପ୍ରଭାବିତ ଅଞ୍ଚଳକୁ ମେଡିକାଲ କିଟ୍ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଛି। ପ୍ରାୟ ୫,୦୦୦ ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଛି। ନୂତନ ଘାଇ ସୃଷ୍ଟି ହେବା ପରେ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।”

LIVE TV
LIVE
Latest News
ଦିନରେ ପୁଲିସ ଡ୍ରାଇଭର, ସନ୍ଧ୍ୟାରେ ଚେନ୍ ଲୁଟେରା! ଭୁବନେଶ୍ୱରରେ ୩ ଗିରଫ, ୧୩ ଲକ୍ଷର ସୁନା ଜବତ

ଦିନରେ ପୁଲିସ ଡ୍ରାଇଭର, ସନ୍ଧ୍ୟାରେ ଚେନ୍ ଲୁଟେରା!...

ଭୁବନେଶ୍ୱର:ଦିନରେ ପୁଲିସ ଡ୍ରାଇଭର, ଆଉ ସନ୍ଧ୍ୟା ହେଲେ ଚେନ...

ଛତ୍ରପୁରରେ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ, ୨ ଲକ୍ଷ ଟଙ୍କାର ବାଣ ଜବତ; ଜଣେ ଗିରଫ

ଛତ୍ରପୁରରେ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ,...

ଛତ୍ରପୁର: ପାର୍ବଣ ଋତୁ ପୂର୍ବରୁ ବେଆଇନ ବାଣ କାରବାର ଉପରେ...

ବନ୍ୟାଜଳ ହଟିଲା, ହେଲେ ସ୍କୁଲରେ ରହିଗଲା ବିପର୍ଯ୍ୟୟର ଚିହ୍ନ! କାଦୁଅରେ ପୋତି ହୋଇଛି ଶ୍ରେଣୀଗୃହ, ପିଲାଙ୍କ ପାଠପଢ଼ା ଚିନ୍ତା

ବନ୍ୟାଜଳ ହଟିଲା, ହେଲେ ସ୍କୁଲରେ ରହିଗଲା ବିପର୍ଯ୍ୟୟର...

ବନ୍ୟାଜଳ ହଟିଯାଇଛି, ହେଲେ ଛାଡ଼ିଯାଇଛି ବିପର୍ଯ୍ୟୟର ଭୟଙ୍କ...

ନବରଙ୍ଗପୁରରେ ଅଭାବନୀୟ କାଣ୍ଡ! ତନ୍ତ୍ରବିଦ୍ୟା ପାଇଁ ମଶାଣିରେ ବୀଭତ୍ସ କାଣ୍ଡ ! ସମାଧି ଖୋଳି ଶବରୁ କାଟିନେଲେ ମୁଣ୍ଡ

ନବରଙ୍ଗପୁରରେ ଅଭାବନୀୟ କାଣ୍ଡ! ତନ୍ତ୍ରବିଦ୍ୟା ପାଇଁ ମଶାଣିରେ...

ନବରଙ୍ଗପୁର: ମଶାଣିରେ ଅମାନବୀୟ ଓ ଚାଞ୍ଚଲ୍ୟକର ଘଟଣା। ସମାଧ...

କୋଟିଆରେ ଓଡ଼ିଶାର କଟକଣାକୁ ଚକ୍‌ମା! ଜଙ୍ଗଲ ରାସ୍ତାରେ ଯାଇ ଆନ୍ଧ୍ରରେ ଭୋଟ୍ ଦେଲେ ୮୦୦ରୁ ଅଧିକ ଭୋଟର

କୋଟିଆରେ ଓଡ଼ିଶାର କଟକଣାକୁ ଚକ୍‌ମା! ଜଙ୍ଗଲ ରାସ୍ତାରେ...

ପୁଣି ଚର୍ଚ୍ଚାରେ ଓଡ଼ିଶା-ଆନ୍ଧ୍ର ସୀମା ବିବାଦୀୟ ଅଞ୍ଚଳ କୋ...

କଳାହାଣ୍ଡିରେ ଚାଞ୍ଚଲ୍ୟ! ଧାନ କ୍ଷେତରୁ ମିଳିଲା ମୁଣ୍ଡବିହୀନ ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ

କଳାହାଣ୍ଡିରେ ଚାଞ୍ଚଲ୍ୟ! ଧାନ କ୍ଷେତରୁ ମିଳିଲା ମୁଣ୍ଡବିହୀନ...

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସ...

ଓଡ଼ିଶାରେ ଟର୍ଣ୍ଣାଡୋ ଆଶଙ୍କା କେତେ ବଡ଼? କରଞ୍ଜିଆରୁ ଏରସମା ଘଟଣା, ଜାଣନ୍ତୁ ଘୂର୍ଣ୍ଣିଝଡ଼ ସୃଷ୍ଟିର କାରଣ

ଓଡ଼ିଶାରେ ଟର୍ଣ୍ଣାଡୋ ଆଶଙ୍କା କେତେ ବଡ଼? କରଞ୍ଜିଆରୁ...

ଓଡ଼ିଶା କହିଲେ ମନକୁ ଆସେ ବାତ୍ୟା, ବନ୍ୟା ଓ କାଳବୈଶାଖୀର ଚ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+