ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଅଧିକ ଗୁରୁତର ହେବାରେ ଲାଗିଛି। ଜିଲ୍ଲାର ବିଭିନ୍ନ ନଦୀରେ ଘାଇ ସୃଷ୍ଟି ହେବା ଫଳରେ ୧୦୦ରୁ ଅଧିକ ପଞ୍ଚାୟତର ୨୫୦ଟି ଗାଁ ଜଳମଗ୍ନ ହୋଇଛି। ଏହି ବନ୍ୟାରେ ଏକ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବାବେଳେ ପ୍ରାୟ ୧୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ରିପୋର୍ଟ ଅନୁଯାୟୀ, ବୈତରଣୀ, ବ୍ରାହ୍ମଣୀ, ଖରସ୍ରୋତା ଏବଂ ବୁଢ଼ା ନଦୀରେ ମୋଟ ୭ଟି ଘାଇ ସୃଷ୍ଟି ହୋଇଛି। ଗତକାଲି ବ୍ରାହ୍ମଣୀ ନଦୀରେ ୪ଟି ନୂତନ ଘାଇ ସୃଷ୍ଟି ହୋଇଥିବା ବେଳେ ବାରୀ ଅଞ୍ଚଳର ଅନେକ ଗାଁ ଜଳମଗ୍ନ ହୋଇଛି। ସେହିପରି ଖରସ୍ରୋତା ନଦୀର ଏକ ଶାଖା ନଦୀରେ ନୂଆ ମହାରା ନିକଟରେ ରାତିରେ ଆଉ ଏକ ଘାଇ ସୃଷ୍ଟି ହୋଇଛି।
ପ୍ରଶାସନର ଚିନ୍ତା ବଢ଼ାଇଛି ବୈତରଣୀ ଓ ବ୍ରାହ୍ମଣୀ ନଦୀର ବଢ଼ୁଥିବା ଜଳସ୍ତର। ଯଦି ବର୍ଷା ଜାରି ରହେ, ତେବେ ଆଗାମୀ ଦିନରେ ପରିସ୍ଥିତି ଆହୁରି ଜଟିଳ ହୋଇପାରେ।
ବନ୍ୟା ପୀଡ଼ିତଙ୍କ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦ଟି ସ୍ଥାନରେ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି। ଦିନକୁ ଦୁଇଥର ଖାଦ୍ୟ ବଣ୍ଟନ କରାଯାଉଥିବା ସହ ପାନୀୟ ଜଳ ଓ ଚିକିତ୍ସା କିଟ୍ ମଧ୍ୟ ଯୋଗାଇ ଦିଆଯାଉଛି।
ଗୁରୁବାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଜିଲ୍ଲାପାଳମାନଙ୍କୁ ବନ୍ୟା ମୁକାବିଲାକୁ ଆହୁରି ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତିନି ଦିନ ମଧ୍ୟରେ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ରିପୋର୍ଟ ଦାଖଲ କରିବା ସହ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ଖାଲି ଘରଗୁଡ଼ିକର ସୁରକ୍ଷା ଏବଂ ସାପ କାମୁଡ଼ା ଘଟଣାକୁ ରୋକିବା ପାଇଁ ଆଣ୍ଟି-ଭେନମ୍ ମଜୁତ ରଖିବାକୁ ସେ କହିଛନ୍ତି।
ବାୟୁ ପ୍ରଦୂଷଣ କେବଳ ଫୁସଫୁସ ଓ ଶାରୀରିକ ସ୍ୱାସ୍ଥ୍ୟକୁ ନୁହ...
ପ୍ରାୟ ଏକ ଶତାବ୍ଦୀ ଧରିLizzie Bordenଙ୍କ ନାମ ସହ ଜଡ଼ିତ...
ଦେଶବ୍ୟାପୀ ଚର୍ଚ୍ଚାରେ ଥିବାଗୁରୁଗ୍ରାମ ମହିଳା ବାଇକର ହିଟ୍...
‘କଚ୍ଚା ବାଦାମ’ ରିଲ୍‌ ଜରିଆରେ ଲୋକପ୍ର...
ନିଜକୁ IAS ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଅଭିଯୋଗ...
‘Hanuman Ansh’ବକ୍ସ ଅଫିସ୍ରେ ଲଗାତାର ଚମକ...
LPG ଗ୍ୟାସ ଉପଭୋକ୍ତାଙ୍କ ମଧ୍ୟରେ ଇ-କେୱାଇସି ପ୍ରକ୍ରିୟାକୁ...
ଯୁବ ପ୍ରଫେସନାଲ୍ମାନଙ୍କ ପାଇଁ ଚାକିରିରେ ଅଧିକ salary ପାଇ...
ନ୍ୟାସନାଲ୍ ଆୱାର୍ଡ ବିଜେତା ଫିଲ୍ମ ନିର୍ଦ୍ଦେଶକ ତଥା **Fil...
ବାୟୁ ପ୍ରଦୂଷଣ କେବଳ ଫୁସ୍ଫୁସ୍ ଓ ଶ୍ୱାସକ୍ରିୟା ଉପରେ ପ୍ରଭ...
ଭାରତୀୟ ବଜାରରେ ବିକ୍ରି ହେଉଥିବା କିଛି ପାକିସ୍ତାନୀ ନିର୍ମ...
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନ ପାଇକିରାପୁର ଗାଁରେ...